ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, କେରଳ, ତାମିଲନାଡ଼ୁ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଦୈନିକ କରୋନା ମାମଲା ବୃଦ୍ଧି ପାଉଛି

• ଦେଶବ୍ୟାପୀ ୬.୫ କୋଟିରୁ ଅଧିକ ଡୋଜ ଟିକା ଦିଆଗଲାଣି
• ଆଜିଠlରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ କୋଭିଡ ଟିକାକରଣ ଆରମ୍ଭ

Posted On: 01 APR 2021 11:31AM by PIB Bhubaneshwar

ଆଠଟି ରାଜ୍ୟ; ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ପଞ୍ଜାବ, କେରଳ, ତାମିଲନାଡ଼ୁ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ କ୍ରମାଗତ ଭାବେ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି । ମୋଟ ଦୈନିକ ମାମଲାର ୮୪.୬୧% ମାମଲା କେବଳ ଏହି ଆଠଟି ରାଜ୍ୟରୁ ଚିହ୍ନଟ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୨,୩୩୦ କରୋନା ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୩୯,୫୪୪ ନୂଆ ମାମଲା ଆସିଛି । ଏହା ପଛକୁ ଛତିଶଗଡ଼ରେ ୪,୫୬୩ ଏବଂ କର୍ଣ୍ଣାଟକରେ ୪,୨୨୫ ମାମଲା ଚିହ୍ନଟ ହୋଇଛି ।

https://static.pib.gov.in/WriteReadData/userfiles/image/image00152KT.jpg

ନିମ୍ନରେ ସୂଚିତ ହୋଇଥିବା ୧୦ଟି ରାଜ୍ୟରେ ନୂଆ କରୋନା ମାମଲା ଉପରମୁହାଁ ରହିଛି ।

https://static.pib.gov.in/WriteReadData/userfiles/image/image002UAU2.jpg

https://static.pib.gov.in/WriteReadData/userfiles/image/image003HCD8.jpg

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ୫,୮୪,୦୫୫ ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୪.୭୮% ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୩୧,୪୮୯ ବୃଦ୍ଧି ଘଟିଛି ।

https://static.pib.gov.in/WriteReadData/userfiles/image/image004ZAMF.jpg

ଦେଶର ମୋଟ ସକ୍ରିୟ ମାମଲାର ୭୮.୯% ରହିଛି ପାଞ୍ଚଟି ରାଜ୍ୟ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଛତିଶଗଡ଼ ଏବଂ ପଞ୍ଜାବରେ । କେବଳ ମହାରାଷ୍ଟ୍ରରେ ଅଛି ୬୧% ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image005N3W1.jpg

ନିମ୍ନରେ ଥିବା ଗ୍ରାଫ କେଉଁ ରାଜ୍ୟ ଗୁଡ଼ିକରେ କମ୍ ଆରଟି-ପିସିଆର ଟେଷ୍ଟ ହେଉଛି ତାହା ସୂଚାଉଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ମୋଟ ଟେଷ୍ଟର ୭୦%ରୁ ଅଧିକ ଆରଟି-ପିସିଆର ଟେଷ୍ଟ କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜିଠାରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସର ଲୋକମାନଙ୍କ କୋଭିଡ-୧୯ ଟିକାକରଣ ଆରମ୍ଭ କରାଯାଇଛି । 

ଆଜି ସକାଳ ୭ଟା ସୁଦ୍ଧା ଦେଶବ୍ୟାପୀ ୧୦,୮୬,୨୪୧ ସେସନରେ ୬.୫ କୋଟି (୬,୫୧,୧୭,୮୯୬)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୮୨,୬୦,୨୯୩ ଏଚସିଡବ୍ଲୁ (ପ୍ରଥମ ଡୋଜ୍‌), ୫୨,୫୦,୭୦୪ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍‌), ୯୧,୭୪,୧୭୧ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍‌), ୩୯,୪୫,୭୯୬ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍‌), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ପୀଡ଼ିତ ୭୮,୩୬,୬୬୭ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୧୭,୮୪୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ୩,୦୫,୧୨,୦୭୦ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୧,୨୦,୩୪୬ ଜଣଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ ।

ଟିକାକରଣ ଅଭିଯାନର ୭୫ ତମ ଦିବସ (୩୧, ମାର୍ଚ୍ଚ ୨୦୨୧)ରେ ମୋଟ ୨୦,୬୩,୫୪୩ ଡୋଜ୍ ଟିକା ଦିଆଯାଇଛି । ୩୯,୪୮୪ ସେସନରେ ୧୭,୯୪,୧୬୬ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୨,୬୯,୩୭୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଛି ।

କୋଭିଡ-୧୯ ଟିକା ନେଇଥିବା ମୋଟ ହିତାଧିକାରୀଙ୍କ ସୂଚନା ନିମ୍ନରେ ରହିଛି ।

https://static.pib.gov.in/WriteReadData/userfiles/image/image006V47Y.jpg

ଭାରତରେ ମୋଟ ୧,୧୪,୭୪,୬୮୩ ଜଣ କରୋନାରୁ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୯୩.୮୯% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦,୩୮୨ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫୯ ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ମୃତ୍ୟୁରୁ ୮୩.୦୧% ମୃତ୍ୟୁ ହୋଇଛି ଛଅଟି ରାଜ୍ୟରେ । ମହାରାଷ୍ଟ୍ରରେ ୨୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହା ପଛକୁ ପଞ୍ଜାବରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି ।

https://static.pib.gov.in/WriteReadData/userfiles/image/image007TVG7.jpg

୧୫ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଚଣ୍ଡିଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ପୁଡୁଚେରୀ, ମଣିପୁର, ତ୍ରିପୁରା, ସିକିମ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଅରୁଣାଚଳ ପ୍ରଦେଶ ।

 

*****

SR



(Release ID: 1708980) Visitor Counter : 258