ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ କୋଭିଡ଼ ଟିକାକରଣ ଅଭିଯାନ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ନିମନ୍ତେ ଏପ୍ରିଲ ୨୦୨୧ ପାଇଁ କରୋନା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

କୌଣସି ରାଜ୍ୟ ପାଇଁ ଟିକାର କମି ନାହିଁ; ରାଜ୍ୟମାନଙ୍କୁ କେନ୍ଦ୍ର ପକ୍ଷରୁ ଟିକା ଯୋଗାଣ ଅବ୍ୟାହତ ରହିବ

୧% ତଳେ ଟିକା ନଷ୍ଟ ମାତ୍ରାକୁ ରଖିବା ଉପରେ ପୁନଃ ଗୁରୁତ୍ୱ ଆରୋପ

Posted On: 31 MAR 2021 2:37PM by PIB Bhubaneshwar

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ)ର ସିଇଓ ତଥା କୋଭିଡ଼ ଟିକାକରଣ ନିମନ୍ତେ ଗଠିତ କ୍ଷମତାପ୍ରାପ୍ତ ଗୋଷ୍ଠୀର ଅଧ୍ୟକ୍ଷ ଡକ୍ଟର ଆର ଏସ ଶର୍ମା ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ସ୍ୱାସ୍ଥ୍ୟ ସଚିବ, ଏନଏଚଏମର ରାଜ୍ୟ ମିଶନ ନିର୍ଦ୍ଦେଶକ ଏବଂ ରାଜ୍ୟ ଟିକାକରଣ ଅଧିକାରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି ସମୀକ୍ଷା ବୈଠକରେ ଦେଶରେ କୋଭିଡ଼ ଟିକାକରଣର ସଦ୍ୟତମ ସ୍ଥିତି, ଏହା କେଉଁ ମାତ୍ରାରେ ପ୍ରଦାନ କରାଯାଉଛି ତଥା ଏ ସଂପର୍କୀତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସେମାନେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ଏଥି ସହିତ ଏପ୍ରିଲ ୨୦୨୧ ପାଇଁ କୋଭିଡ଼ ମୁକାବିଲା ତଥା ଟିକାକରଣ ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରାଯାଇଥିଲା । ଏପ୍ରିଲ ମାସ ପହିଲାରେ ଦେଶରେ ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ କୋଭିଡ଼ ପ୍ରତିଷେଧକ ଟିକା ପ୍ରଦାନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟଟି ହେଲା ଦେଶର ଯେଉଁସବୁ ପକେଟରେ ଏହି ଟିକା କମ୍  ମାତ୍ରାରେ ଦିଆଯାଇଛି ତାହାକୁ ଚିହ୍ନଟ କରିବା ଏବଂ ବିଶେଷ କରି ସେହିସବୁ ଜିଲ୍ଲାଗୁଡ଼ିକୁ ଚିହ୍ନଟ କରିବା ଯଦ୍ୱାରା ଏବେ ବୃଦ୍ଧି ପାଉଥିବା କୋଭିଡ଼ ସଂକ୍ରମଣ ବିରୋଧରେ ଯେଭଳି ଉପଯୁକ୍ତ ଭାବେ ପ୍ରତିଷେଧମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ।

         ଏହି ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଟିକାକରଣ ନିମନ୍ତେ ସ୍ୱାସ୍ଥ୍ୟ କର୍ମୀ (ଏଚସିଡବ୍ଲୁ) ଏବଂ ଛାମୁଆ କର୍ମଚାରୀ (ଏଫଏଲଡ଼ବ୍ଲୁ)ମାନଙ୍କ ଟିକା ଦେବା ପାଇଁ ନିମ୍ନଲିଖିତ ପରାମର୍ଶ ଦିଆଯାଇଛି ।

୧.ଏକଥା ସୁନିଶ୍ଚିତ କରାଯିବା ଆବଶ୍ୟକ ଯେ ହିତଧାରକମାନଙ୍କ ନାମ ଯେଭଳି ପଞ୍ଜୀକରଣ କରାଯିବ ଏବଂ ଏଚସିଡବ୍ଲୁ ଏବଂ ଏଫଏଲଡ଼ବ୍ଲୁ ବର୍ଗରେ ସେମାନଙ୍କୁ ଟିକା ଦାନ କରାଯିବ ।

୨.କୋୱିନ୍ ପ୍ଲାଟଫର୍ମରେ ଭୁଲ୍‌/ ଦୋହରା ଏଣ୍ଟ୍ରିକୁ ଦରଜ କରାଯିବ ।

୩.ଯେଉଁସବୁ ପକେଟରେ କମ୍ ଟିକାକରଣ କରାଯାଇଛି ସେସବୁର ଚିହ୍ନଟ କରାଯିବସ୍ୱାସ୍ଥ୍ୟ ସୁବିଧା/ ପେଶାଦାର ସଂସ୍ଥା/ବ୍ଲକ୍‌, ଜିଲ୍ଲା ଇତ୍ୟାଦି, ଯଦ୍ୱାରା ସେଠାରେ ସୁଧାରମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରିବ ।

୪. ଅଗ୍ରାଧିକାର ଭିତ୍ତିରେ ଏହିସବୁ ଗୋଷ୍ଠୀଙ୍କୁ ଟିକାଦାନ ସର୍ବାଧିକ ସ୍ତରରେ ପହଞ୍ଚାଇବା]

ଘରୋଇ କୋଭିଡ଼ ଟିକାକରଣ କେନ୍ଦ୍ର (ସିଭିସି)କୁ ଏଥିରେ ସାମିଲ କରିବା ପ୍ରସଙ୍ଗରେ, ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ପଚରାଯିବ:

୧.ଘରୋଇ ସିଭିସିମାନଙ୍କରେ କରାଯାଉଥିବା ଟିକାକରଣର ନିୟମିତ ଆଧାରରେ ସମୀକ୍ଷା କରାଯିବ ଏବଂ ସେମାନଙ୍କର କ୍ଷମତା ଉପଯୋଗ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ

୨.ସିଭିସିମାନଙ୍କର ଜିଆଇଏସ ବିଶ୍ଳେଷଣ କରାଯାଇ ସେମାନଙ୍କର ଅତିରିକ୍ତ ସିଭିସି ଆବଶ୍ୟକତା ଯାହାକି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ର ସୀମା ମଧ୍ୟରେ ହୋଇଥିବ ତାହାର ଆକଳନ

୩. ଟିକା ଯୋଗାଣ, ଗାଇଡଲାଇନ ଇତ୍ୟାଦି ସଂପର୍କରେ ସକାରାତ୍ମକ ଭାବେ ଘରୋଇ ସିଭିସିମାନଙ୍କର ଆଶଙ୍କା ଦୂରୀକରଣ

ଟିକା ମହଜୁଦ ପ୍ରସଙ୍ଗରେ, ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ନିମ୍ନଲିଖିତ ପ୍ରସଙ୍ଗ ସୁନିଶ୍ଚିତ କରିବା ସକାଶେ ପରାମର୍ଶ ଦିଆଯାଇଛି:

୧.କୌଣସି ସ୍ତରରେ ଟିକା ମହଜୁଦର କୌଣସି ପ୍ରକାର ଅସ୍ପଷ୍ଟତା ରହିବନାହିଁ ।

୨. ଅତିରିକ୍ତ ଭଣ୍ଡାରଣ କିମ୍ବା ଆବଶ୍ୟକତା ଠାରୁ କମ୍ ଥିବା ଭଳି ସମସ୍ୟାକୁ ଏଡ଼ାଇବା ନିମନ୍ତେ କୋଲ୍ଡ ଚେନ୍ ପଏଣ୍ଟ ଏବଂ ସିଭିସି ମାଧ୍ୟମରେ ଉପଯୁକ୍ତ ବିତରଣ

୩.ନିୟମିତ ଭାବେ ଟିକା ଷ୍ଟକ୍ ଏବଂ ପ୍ରଦାନ କରାଯିବ ଯଦ୍ୱାରା ଯେଉଁସବୁ ସ୍ଥାନରେ

ଏହାର କମି ଥିବ ତାହା ପୂରଣ କରାଯାଇପାରିବ ।

କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ନିମ୍ନଲିଖିତ ପରାମର୍ଶ

ଦିଆଯାଇଛି ।

୧.ସର୍ବନିମ୍ନ ଟିକା ନଷ୍ଟ ମାତ୍ରାକୁ ୧% ପ୍ରତିଶତ ତଳେ ( ବର୍ତ୍ତମାନ ଜାତୀୟ ନଷ୍ଟ ମାତ୍ରା ୬% ରହିଛି) ରଖାଯିବା

୨.ନିୟମିମତ ଭାବେ ସମସ୍ତ ସ୍ତରରେ ଟିକା ନଷ୍ଟ ମାତ୍ରାକୁ ସର୍ବନିମ୍ନ ସ୍ତରକୁ ଆଣିବା ନିମନ୍ତେ ସମୀକ୍ଷା କରାଯିବ।

୩. ଉପଲବ୍ଧ ଥିବା ଷ୍ଟକକୁ ଯେଭଳି ସମୟୋଚିତ ଭାବେ ଉପଯୋଗ କରାଯିବ ଯଦ୍ୱାରା ଟିକାର ଉପଯୋଗ ଅବଧି ପାର ହେବନାହିଁ ତାହା ଉପରେ ଗୁରୁତ୍ୱ ପ୍ରଦାନ

୪.ନିୟମିତ ଭାବେ ଟିକା ଉପଯୋଗ ତଥ୍ୟକୁ ଅପଡେଟ୍ କରିବା ଯାହାକି କେୱିନ୍ ଏବଂ ଇଭିନ୍ ପୋର୍ଟାଲରେ ସୁନିଶ୍ଚିତ କରାଯିବ ।

ଡକ୍ଟର ଆର ଏସ ଶର୍ମା ସମସ୍ତଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯେ ଭଣ୍ଡାରଣ ଏବଂ ଟିକା ଯୋଗାଣ ଲଜିଷ୍ଟିକ୍ସ କ୍ଷେତ୍ରରେ କୌଣସି ସମସ୍ୟା ନାହିଁ । ସେ ଆହୁରି ଗୁରୁତ୍ୱ ଆରୋପ କରି କହିଥିୋଲ ଯେ ଦ୍ୱିତୀୟ ଡ଼ୋଜ୍ ପାଇଁ ଟିକାକୁ ସାଇତି ରଖିବାର କୌଣସି ଅର୍ଥ ନାହିଁ । ରାଜ୍ୟମାନେ ତତ୍କାଳ ସମସ୍ତ ସରକାରୀ ଓ ଘରୋଇ ହସପିଟାଲକୁ ସେମାନଙ୍କର ଚାହିଦା ମୁତାବକ ପ୍ରତିଷେଧକ ଟିକା ଯୋଗାଇ ଦେବା ଉଚିତ ।

 

*****

 

ss



(Release ID: 1708807) Visitor Counter : 251