ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ ନୂଆ କରୋନା ମାମଲା ବଢ଼ିବାରେ ଲାଗିଛି

ଦେଶବ୍ୟାପୀ ୬.୧ କୋଟି ଡୋଜ୍ ଟିକା ଦିଆଯାଇଛି

Posted On: 30 MAR 2021 11:40AM by PIB Bhubaneshwar

ଛଅଟି ରାଜ୍ୟ: ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ନୂଆ କରୋନା ମାମଲାରୁ ୭୮.୫୬% ମାମଲା ଚିହ୍ନଟ ହୋଇଛି ଛଅଟି ରାଜ୍ୟରୁ ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୫୬,୨୧୧ ନୂଆ କରୋନା ମାମଲା ଚିହ୍ନଟ କରାଯାଇଛି ।

ମହାରାଷ୍ଟ୍ରରେ ଗେଟିଏ ଦିନରେ ସର୍ବାଧିକ ୩୧,୬୪୩ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ପଞ୍ଜାବରେ ୨୮୬୮ ଏବଂ କର୍ଣ୍ଣାଟକରେ ୨୭୯୨ ମାମଲା ଚିହ୍ନଟ କରାଯାଇଛି ।

https://static.pib.gov.in/WriteReadData/userfiles/image/image001AMY8.jpg

ନିମ୍ନରେ ସୂଚିତ ଦଶଟି ରାଜ୍ୟରେ କରୋନା ମାମଲା ଉର୍ଦ୍ଧ୍ୱମୁଖୀ ରହିଛି ।

https://static.pib.gov.in/WriteReadData/userfiles/image/image002KYY9.jpg

https://static.pib.gov.in/WriteReadData/userfiles/image/image003JUPH.jpg

ଭାରତରେ ମୋଟ କରୋନା ସକ୍ରିୟ ମାମଲା ଆଜି ୫,୪୦,୭୨୦ରେ ପହଞ୍ଚିଛି । ଭାରତରେ ଏବେ ମୋଟ ପଜିଟିଭ୍ ମାମଲାର ୪.୪୭% ରହିଛି ସକ୍ରିୟ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସକ୍ରିୟ ମାମଲାରେ ସିଧାସଳଖ ୧୮,୯୧୨ ମାମଲା ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, କେରଳ, ପଞ୍ଜାବ, କର୍ଣ୍ଣାଟକ ଏବଂ ଛତିଶଗଡ଼ରେ ଦେଶର ମୋଟ ସକ୍ରିୟ ମାମଲାର ୭୯.୬୪% ସକ୍ରିୟ ମାମଲା ରହିଛି । କେବଳ ମହାରାଷ୍ଟ୍ରରେ ଦେଶର ମୋଟ ସକ୍ରିୟ ମାମଲାର ୬୨% ସକ୍ରିୟ ମାମଲା ରହିଛି ।

https://static.pib.gov.in/WriteReadData/userfiles/image/image004OMVV.jpg

ଅପରପକ୍ଷରେ ଆଜି ସକାଳ ୭ଟା ସୁଦ୍ଧା ୧୦,୦୭,୦୯୧ ସେସନରେ ଦେଶବ୍ୟାପୀ ୬.୧୧ କୋଟି (୬,୧୧,୧୩,୩୫୪)ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ୮୧,୭୪,୯୧୬ ଏଚସିଡବ୍ଲୁ (ପ୍ରଥମ ଡୋଜ୍‌), ୫୧,୮୮,୭୪୭ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍‌), ୮୯,୪୪,୭୪୨ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍‌) ଏବଂ ୩୭,୧୧,୨୨୧ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍‌), ୪୫ ବର୍ଷରୁ ଅଧିକ ବୟସର ଦୁରାରୋଗ୍ୟରେ ପୀଡ଼ିତ ୬୮,୭୨,୪୮୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍‌, ୪୦୫ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ୨,୮୨,୧୯,୨୫୭ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଓ ୧୫୮୩ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ରହିଛି ।

HCWs

FLWs

45 to <60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

2nd dose

1st Dose

2nd Dose

81,74,916

51,88,747

89,44,742

37,11,221

68,72,483

405

2,82,19,257

1583

6,11,13,354

ଟିକାକରଣ ଅଭିଯାନର ୭୩ ତମ ଦିବସ (୨୯ ମାର୍ଚ୍ଚ ୨୦୨୧)ରେ ୫,୮୨,୯୧୯ ଡୋଜ୍ ଟିକା ଦିଆଯାଇଛିଏହା ମଧ୍ୟରେ ୧୪,୬୦୮ ସେସନରେ ୫,୫୧,୧୬୪ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍ ଏବଂ ୩୧,୭୫୫ ଜଣ ହିତାଧିକାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଅଛି ।

 

Date: 29th March,2021

HCWs

FLWs

45 to < 60 years with Co-morbidities

Over 60 years

Total Achievement

1stDose

2ndDose

1stDose

2nd Dose

1stDose

2ndDose

1stDose

2ndDose

1stDose

2ndDose

17,919

10,682

32,629

19,085

1,41,260

405

3,59,356

1,583

5,51,164

31,755

ଭାରତରେ ଏ ପର୍ଯ୍ୟନ୍ତ ମୋଟ ୧,୧୩,୯୩,୦୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ରହିଛି ୯୪.୧୯% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭,୦୨୮ ଜଣ ସୁସ୍ଥ ହୋଇଛନ୍ତି । 

 

*****

 

SR



(Release ID: 1708502) Visitor Counter : 214