ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ଼ ଓ ଗୁଜରାଟରେ କରୋନା ମାମଲା ବୃଦ୍ଧି ପାଉଛି; ଦୈନିକ ନୂଆ ମାମଲାର ୮୧% ଏସବୁ ରାଜ୍ୟରେ

ଦେଶବ୍ୟାପୀ ୫.୩୧ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୨୩ ଲକ୍ଷରୁ ଅଧିକ ଡୋଜ୍ ଦିଆଯାଇଛି

Posted On: 25 MAR 2021 11:32AM by PIB Bhubaneshwar

ଛଅଟି ରାଜ୍ୟ; ମହାରାଷ୍ଟ୍ର, ପଞ୍ଜାବ, କେରଳ, କର୍ଣ୍ଣାଟକ, ଛତିଶଗଡ଼ ଏବଂ ଗୁଜରାଟରେ ଦୈନିକ କରୋନା ମାମଲା ବଢ଼ୁଥିବା ପରିଲକ୍ଷିତ ହୋଇଛି । ଗତ ୨୪ ଘଣ୍ଟାରେ ଆସିଥିବା ନୂଆ ମାମଲା ମଧ୍ୟରୁ ୮୦.୬୩% ଏସବୁ ରାଜ୍ୟରୁ ଆସିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩,୪୭୬ ନୂଆ କରୋନା ମାମଲା ଆସିଛି ।

ମହାରାଷ୍ଟ୍ରରେ କ୍ରମାଗତ ଭାବେ ଦିନକରେ ସର୍ବାଧିକ ୩୧,୮୫୫ (୫୯.୫୭%) ମାମଲା ଆସିଛି । ଏହା ପଛକୁ ପଞ୍ଜାବରେ ୨୬୧୩ ଏବଂ କେରଳରେ ୨୪୫୬ ନୂଆ ମାମଲା ଆସିଛି ।

https://static.pib.gov.in/WriteReadData/userfiles/image/image001UHHW.jpg

ସୂଚିତ ହୋଇଥିବା ଦଶଟି ରାଜ୍ୟରେ ଦୈନିକ କରୋନା ମାମଲା ବୃଦ୍ଧି ପରିଲକ୍ଷିତ ହୋଇଛି ।

https://static.pib.gov.in/WriteReadData/userfiles/image/image002GMPZ.jpg

https://static.pib.gov.in/WriteReadData/userfiles/image/image0030XOM.jpg

ଭାରତରେ ମୋଟ ସକ୍ରିୟ କରୋନା ମାମଲା ଆଜି ଅଛି ୩.୯୫ ଲକ୍ଷ (୩,୯୫,୧୯୨) । ଏହା ମୋଟ ପଜିଟିଭ୍ ସଂଖ୍ୟାର ୩.୩୫% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ ମାମଲାରେ ସିଧାସଳଖ ୨୬,୭୩୫ ବୃଦ୍ଧି ହୋଇଛି ।

ଦେଶରେ ଥିବା ମୋଟ ସକ୍ରିୟ କରୋନା ମାମଲାର ୭୪.୩୨% ରହିଛି ତିନୋଟି ରାଜ୍ୟ ମହାରାଷ୍ଟ୍ର, କେରଳ ଏବଂ ପଞ୍ଜାବରେ । ଦେଶର ସକ୍ରିୟ ମାମଲାର ୬୨.୯୧% ରହିଛି କେବଳ ମହାରାଷ୍ଟ୍ରରେ ।

https://static.pib.gov.in/WriteReadData/userfiles/image/image004FC2K.jpg

ଆଜି ସକାଳ ୭ଟା ସୁଦ୍ଧା ଦେଶବ୍ୟାପୀ ୮,୬୧,୨୯୨ ସେସନରେ ୩.୩୧ କୋଟିରୁ ଅଧିକ (୫,୩୧,୪୫,୭୦୯) ଡୋଜ୍ ଟିକା ପ୍ରଦାନ କରାଯାଇଛି ।

ଏହା ମଧ୍ୟରେ ରହିଛି, ୭୯,୮୦,୮୪୯ ଏଚସିଡବ୍ଲୁ (ପ୍ରଥମ ଡୋଜ୍),୫୦,୬୧,୭୯୦ ଏଚସିଡବ୍ଲୁ (ଦ୍ୱିତୀୟ ଡୋଜ୍), ୮୪,୭୮,୪୭୮ ଏଫଏଲଡବ୍ଲୁ (ପ୍ରଥମ ଡୋଜ୍),୩୨,୩୭,୩୮୧ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ୍), ଦୁରାରୋଗ୍ୟରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସର ୫୧,୩୧,୯୪୯ ହିତାଧିକାରୀ (ପ୍ରଥମ ଡୋଜ୍) ଏବଂ ୬୦ ବର୍ଷରୁ ଅଧିକ ବୟସର ୨,୩୨,୫୫,୨୬୨ ଜଣ ହିତାଧିକାରୀଙ୍କ ଟିକାକରଣ ।

 

HCWs

FLWs

45 to <60 years with Co-morbidities

Over 60 years

 

Total

1st Dose

2nd Dose

1st Dose

2nd Dose

1st Dose

1st Dose

79,80,849

50,61,790

84,78,478

32,37,381

51,31,949

2,32,55,262

5,31,45,709

ଟିକାକରଣ ଅଭିଯାନର ୬୮ ତମ ଦିବସ (୨୪ ମାର୍ଚ୍ଚ ୨୦୨୧)ରେ ୨୩ ଲକ୍ଷ (୨୩,୦୩,୩୦୫)ରୁ ଅଧିକ ଟିକା ଦିଆଯାଇଛି । ଏଥିରୁ ୩୮,୨୪୩ ସେସନରେ ୨୧,୧୩,୩୨୩ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ,୮୯,୯୮୨ ଜଣ ଏଚସିଡବ୍ଲୁ ଏବଂ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ।

Date: 24th March, 2021

HCWs

FLWs

45to<60 years with Co-morbidities

Over 60years

Total Achievement

1stDose

2ndDose

1stDose

2nd Dose

1stDose

1stDose

1stDose

2ndDose

 

62,761

41,344

1,16,351

1,48,638

4,32,773

15,01,438

21,13,323

1,89,982

 

ମୋଟ ଦିଆଯାଇଥିବା ଟିକା (୫,୩୧,୪୫,୭୦୯)ରୁ ୬୦% ନିମ୍ନରେ ସୂଚିତ ଆଠଟଟି ରାଜ୍ୟରେ ଦିଆଯାଇଛି ।

https://static.pib.gov.in/WriteReadData/userfiles/image/image0058HYK.jpg

ଆଜି ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧,୧୨,୩୧,୬୫୦ରେ ପହଞ୍ଚିଛି । ଜାତୀୟ ସୁସ୍ଥତା ହାର ରହିଛି ୯୫.୨୮% ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬,୪୯୦ ଜଣ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥଙ୍କ ସଂଖ୍ୟା ଏବଂ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ ଏବେ ରହିଛି ୧୦,୮୩୬,୪୫୮ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶଶରେ କରୋନାରେ ୨୫୧ ଜଣଙ୍କ ପ୍ରାଣ ଯାଇଛି ।

ଦୈନିକ ପ୍ରାଣହାନିରୁ ୭୮.୪୯% ହୋଇଛି ଛଅ ରାଜ୍ୟରେ । ମହାରାଷ୍ଟ୍ରରେ ସର୍ବାଧିକ ଗୋଟି ଦିନରେ ୯୫ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ପଞ୍ଜାବରେ ୩୯ ଏବଂ ଛତିଶଗଡ଼ରେ ୨୯ ଜଣଙ୍କ ପ୍ରାଣହାନି ହୋଇଛି ।

https://static.pib.gov.in/WriteReadData/userfiles/image/image0066M0B.jpg

୧୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କାହାରି ପ୍ରାଣହାନି ହୋଇନାହିଁ । ଏଗୁଡ଼ିକ ହେଲା ଜମ୍ମୁ ଏବଂ କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଗୋଆ, ଉତ୍ତରାଖଣ୍ଡ, ଓଡ଼ିଶା, ଲାକ୍ଷାଦ୍ୱୀପ, ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ସିକିମ, ତ୍ରିପୁରା, ମେଘାଳୟ, ମିଜୋରାମ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡ ।

***

SR

 

 

 

 

 

 



(Release ID: 1707612) Visitor Counter : 204