ପ୍ରତିରକ୍ଷା ମନ୍ତ୍ରଣାଳୟ

ମାର୍ଚ୍ଚ 25ରୁ27, 2021 ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ କୋରିଆ ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 25 MAR 2021 10:52AM by PIB Bhubaneswar

କୋରିଆ ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ମିଃ ସୁ ୱୁକ୍ ମାର୍ଚ୍ଚ 25ରୁ 27, 2021 ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିବେ । ଏହି ଅବସରରେ ସେ ନୂଆଦିଲ୍ଲୀ ଠାରେ ରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ଆଲୋଚନା କରିବେ । ଦୁଇ ନେତା ଭାରତ-କୋରିଆ ପ୍ରତିରକ୍ଷା ସହଯୋଗ ସମେତ ଆପୋସ ହିତ ସମ୍ବଳିତ ଅନ୍ୟ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିବେ । ଦିଲ୍ଲୀ କ୍ୟାଣ୍ଟ ଠାରେ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଏକ ଭାରତ-କୋରିଆ ବନ୍ଧୁତ୍ୱ ପାର୍କ ମିଳିତ ଭାବେ ଉଦଘାଟନ କରାଯିବ ।

କୋରିଆ ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଏହି ଗସ୍ତ ଅବସରରେ ଆଗ୍ରା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

 

********

P.S


(ରିଲିଜ ଆଡି: 1707603) ପରିଦର୍ଶକ କାଉଣ୍ଟର : 319