କ୍ୟାବିନେଟ
ଭାରତର କେନ୍ଦ୍ରୀୟ ଲୋକସେବା ଆୟୋଗ ଏବଂ ଆଫଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସୁଧାର ଓ ପ୍ରଶାସନିକ ସେବା ଆୟୋଗ ମଧ୍ୟରେ ଏମଓୟୁକୁ କ୍ୟାବିନେଟ ଅନୁମୋଦନ
ପୋଷ୍ଟ କରାଯିବା ଦିନାଙ୍କ:
23 MAR 2021 3:24PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତର କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଏବଂ ଆଫଗାନିସ୍ତାନର ସ୍ୱାଧୀନ ପ୍ରଶାସନିକ ସୁଧାର ଏବଂ ପ୍ରଶାସନିକ ସେବା ଆୟୋଗ (ଆଇଏଆରସିଏସସି) ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ମଞ୍ଜୁରି ମିଳିଛି।
ଏହି ଏମଓୟୁ ଆଇଏଆରସିଏସସି ଏବଂ ୟୁପିଏସସି ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ। ଏହା ପ୍ରାର୍ଥୀ ଚୟନ କ୍ଷେତ୍ରରେ ଉଭୟ ପକ୍ଷଙ୍କୁ ଅଭିଜ୍ଞତା ଏବଂ ବିଶେଷଜ୍ଞତା ବିନିମୟ କରିବାରେ ସୁବିଧା ପ୍ରଦାନ କରିବ।
ବୁଝାମଣାପତ୍ର (ଏମଓୟୁ)ର ପ୍ରମୁଖ ବୈଶିଷ୍ଟ୍ୟ :
- ପ୍ରଶାସନିକ ସେବାରେ ନିଯୁକ୍ତି ଓ ଚୟନର ଆଧୁନିକ ଦୃଷ୍ଟିକୋଣ, ବିଶେଷ କରି ୟୁପିଏସସି ଓ ଆଇଏଆରସିଏସସିର କାର୍ଯ୍ୟ ସମ୍ପର୍କରେ ଅଭିଜ୍ଞତାର ବିନିମୟ।
- ଗୋପନୀୟ ଶ୍ରେଣୀରେ ଆସୁନଥିବା ପୁସ୍ତକ, ମାର୍ଗଦର୍ଶିକା ପୁସ୍ତିକା ଏବଂ ଅନ୍ୟ ଦସ୍ତାବିଜ ସମେତ ସୂଚନା ଓ ବିଶେଷଜ୍ଞତାର ବିନିମୟ।
- III. ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି ଏବଂ କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ଓ ଅନଲାଇନ ପରୀକ୍ଷାର ଆୟୋଜନରେ ସୂଚନା ପ୍ରଯୁକ୍ତି (ଆଇଟି)ର ଉପଯୋଗରେ ବିଶେଷଜ୍ଞତାର ବିନିମୟ।
- IV. ଆବେଦନର ତୁରନ୍ତ ଯାଞ୍ଚ ଓ ଶୀଘ୍ର ସମାଧାନ ଲାଗି ସିଙ୍ଗଲ ଓ୍ବିଣ୍ଡୋ ବ୍ୟବସ୍ଥାର ଅଭିଜ୍ଞତା ବିନିମୟ।
- ପରୀକ୍ଷା ପ୍ରଣାଳୀରେ ସାମିଲ ବିଭିନ୍ନ ପ୍ରକ୍ରିୟା ଉପରେ ଅଭିଜ୍ଞତା ଓ ବିଶେଷଜ୍ଞତା ବିନିମୟ।
- VI. ଅଧିକାରୀମାନଙ୍କ ପାଇଁ ପ୍ରଶିକ୍ଷଣ ଅଧିବେଶନ ଆୟୋଜନ କରିବା, ଏଥିରେ ପକ୍ଷମାନଙ୍କୁ ମିଳୁଥିବା କାର୍ଯ୍ୟାଦେଶ ସହ ଜଡ଼ିତ ସମସ୍ତ ମାମଲାରେ ପକ୍ଷମାନଙ୍କୁ ସଚିବାଳୟ/ମୁଖ୍ୟାଳୟ ସହ ଅଳ୍ପ ଅବଧି ନିମନ୍ତେ ଯୋଡ଼ିବା ଆଦି ସାମିଲ ରହିଛି।
- ବିଭିନ୍ନ ସରକାରୀ ଏଜେନ୍ସିଗୁଡ଼ିକୁ ମିଳିଥିବା କ୍ଷମତା ଅନ୍ତର୍ଗତ ଏଜେନ୍ସିଗୁଡ଼ିକ ଦ୍ୱାରା ପଦବୀରେ ନିଯୁକ୍ତିରେ ଗ୍ରହଣ କରାଯାଉଥିବା ପଦ୍ଧତି ଓ ପ୍ରକ୍ରିୟା ଉପରେ ଅଭିଜ୍ଞତା ବିନିମୟ କରିବା।
*********
P.S
(ରିଲିଜ ଆଡି: 1707085)
ପରିଦର୍ଶକ କାଉଣ୍ଟର : 272
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam