ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଶିଲ୍ଡ ଟୀକାର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ 4-8 ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ପରାମର୍ଶ

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ପତ୍ର ଲେଖିଲେ କେନ୍ଦ୍ର ସରକାର

ଏନଟିଏଜିଆଇ ଏବଂ ଏନଇଜିଭିଏସି ସୁପାରିସ କ୍ରମେ ପଦକ୍ଷେପ

କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ 6-8 ସପ୍ତାହ ମଧ୍ୟରେ ନିଆଗଲେ ଅଧିକ ଫଳପ୍ରଦ

प्रविष्टि तिथि: 22 MAR 2021 3:20PM by PIB Bhubaneshwar

ବୈଜ୍ଞାନିକ ପ୍ରମାଣକୁ ଆଧାର କରି ନିର୍ଦ୍ଦିଷ୍ଟ କୋଭିଡ-19 ଟୀକା- କୋଭିଶିଲ୍ଡର ଦୁଇଟି ଡୋଜ୍ମଧ୍ୟରେ ବ୍ୟବଧାନ ଅବଧିକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି ଟୀକାକରଣ ଉପରେ ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ (ଏନଟିଏଜିଆଇ) ଏବଂ କୋଭିଡ-19 ଟୀକାକରଣ ପରିଚାଳନା ଉପରେ ଗଠିତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ (ଏନଇଜିଭିଏସି) 20ତମ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ଏହି ବୈଠକରେ ସମୀକ୍ଷା କରାଯିବା ପରେ, ପ୍ରଥମ ଡୋଜ୍ନିଆଯିବାର 4-8 ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ୍ନିଆଯିବା ପାଇଁ ସୁପାରିସ କରାଯାଇଥିଲା ପୂର୍ବରୁ ଏହା 4-6 ସପ୍ତାହ ମଧ୍ୟରେ ନିଆଯାଉଥିଲା ଦୁଇଟି ଡୋଜ୍ମଧ୍ୟରେ ବ୍ୟବଧାନ ବଜାୟ ରଖିବା ନିମନ୍ତେ ଏହି ସଂଶୋଧିତ ସମୟ ଅବଧି କେବଳ କୋଭିଶିଲ୍ଡ କ୍ଷେତ୍ରରେ କାର୍ଯ୍ୟକାରୀ ହେବ ଏବଂ କୋଭାକ୍ସିନ ଟୀକା କ୍ଷେତ୍ରରେ ନୁହେଁ ବୋଲି ସ୍ପଷ୍ଟ କରି ଦିଆଯାଇଛି

ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ଶାସନ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ ଏକ ପତ୍ର ଲେଖି ଅବଗତ କରାଇଛନ୍ତି ଏହି ପତ୍ରରେ ସେ ଅବଗତ କରାଇଛନ୍ତି ଯେ ଏନଟିଏଜିଆଇ ଏବଂ ଏନଇଜିଭିଏସିର ସୁପାରିସକୁ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗ୍ରହଣ କରିନେଇଛି କୋଭିଶିଲ୍ଡର ପ୍ରଥମ ଡୋଜ୍ନେବାର 4-8 ସପ୍ତାହ ବ୍ୟବଧାନରେ ଦ୍ୱିତୀୟ ଡୋଜ ହିତାଧିକାରୀମାନଙ୍କୁ ଦେବା ଲାଗି ମନ୍ତ୍ରଣାଳୟ ସୁପାରିସ କରୁଛି

ବୈଜ୍ଞାନିକ ପ୍ରମାଣକୁ ଦୃଷ୍ଟିରେ ରଖି, ଏହା ଜଣାପଡ଼ିଛି ଯେ କୋଭିଶିଲ୍ଡର ପ୍ରଥମ ଡୋଜ୍ନେବାର 6-8 ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେଲେ ଏହା ଅଧିକ ଫଳପ୍ରଦ ହେଉଛି କିନ୍ତୁ 8ସପ୍ତାହ ପରେ ଏହାକୁ ନେବା ଉଚିତ୍ନୁହେଁ ସଂଶୋଧିତ ଡୋଜ୍ପରିଚାଳନା ସମ୍ପର୍କରେ ସମ୍ପୃକ୍ତ ସମସ୍ତ ଅଧିକାରୀମାନଙ୍କୁ ଅବଗତ କରାଇବା ଏବଂ ଏହି ସୂଚନା ତୁରନ୍ତ ପହଞ୍ଚାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ପକ୍ଷରୁ ରାଜ୍ୟ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ କୁହାଯାଇଛି ଏହି ସୂଚନା ପ୍ରୋଗ୍ରାମ ମ୍ୟାନେଜର, ଟୀକା ପ୍ରଦାନକାରୀ, କୋଭିଶିଲ୍ଡ ଟୀକା ଗ୍ରହଣକାରୀଙ୍କ ନିକଟରେ ପହଞ୍ଚାଇବା ଟୀକାର ଡୋଜ୍ମଧ୍ୟରେ ସୁପାରିସ ଅନୁଯାୟୀ ବ୍ୟବଧାନ ବଜାୟ ରଖିବା ନିମନ୍ତେ ସେ ପରାମର୍ଶ ଦେଇଛନ୍ତି

 

*******

 

P.S


(रिलीज़ आईडी: 1706678) आगंतुक पटल : 342
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Punjabi , Tamil , Telugu , Malayalam