ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ

ପର୍ଯ୍ୟଟକ ବାହନ ପରିଚାଳକଙ୍କ ପାଇଁ ନୂଆ ଯୋଜନା ଘୋଷଣା

ଅନଲାଇନ ଆବେଦନ ଦାଖଲ କରିବାର ୩୦ ଦିନ ମଧ୍ୟରେ ଜାରି ହେବ ପରମିଟ୍‌

ପରମିଟ୍ ୩ ମାସ କିମ୍ବା ଗୁଣକ ଅବଧି ଲାଗି ଦିଆଯିବ, ଅବଧିକୁ ସର୍ବାଧିକ ତିନି ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ

ନୂଆ ନିୟମ ଚଳିତ ବର୍ଷ ଏପ୍ରିଲ ପହିଲା ଠାରୁ ଲାଗୁ ହେବ

ବାଧାମୁକ୍ତ ପର୍ଯ୍ୟଟନକୁ ପ୍ରୋତ୍ସାହନ ସହିତ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ

Posted On: 14 MAR 2021 9:00AM by PIB Bhubaneshwar

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଯେକୌଣସି ପର୍ଯ୍ୟଟକ ବାହନ ପରିଚାଳକମାନଙ୍କୁ ଅନଲାଇନ ମାଧ୍ୟମ ଜରିଆରେ “ସର୍ବଭାରତୀୟ ପର୍ଯ୍ୟଟକ ଅନୁମତି/ପରମିଟ୍‌” ଲାଗି ଆବେଦନ କରିପାରିବେ। ଜରୁରି କାଗଜପତ୍ର ଏବଂ ଶୁଳ୍କ ଜମା କରି ଆବେଦନ ଦାଖଲ କରିବା ପରେ ୩୦ ଦିନ ଭିତରେ ଅନୁମତି ଜାରି କରାଯିବ। “ସର୍ବଭାରତୀୟ ପର୍ଯ୍ୟଟକ ବାହନ ପ୍ରାଧିକରଣ ଏବଂ ପରମିଟ୍ ନିୟମ, ୨୦୨୧” ରୂପରେ ପରିଚିତ ହେବାକୁ ଥିବା ନୂଆ ନିୟମ ଜିଏସଆର ୧୬୬ (ଇ) ୧୦ ମାର୍ଚ୍ଚ ୨୦୨୧ରେ ପ୍ରକାଶିତ ହୋଇଥିଲା । ନୂଆ ନିୟମ ୦୧ ଏପ୍ରିଲ, ୨୦୨୧ ଠାରୁ ଲାଗୁ ହେବ । ତେବେ ବର୍ତ୍ତମାନର ସମସ୍ତ ପରମିଟ ସେଗୁଡ଼ିକର ବୈଧତା ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ।

 

ପରମିଟ୍ ର ନୂଆ ନିୟମ ଫଳରେ ଦେଶର ସମସ୍ତ ରାଜ୍ୟରେ ପର୍ଯ୍ୟଟନକୁ ଦ୍ରୁତ ପ୍ରୋତ୍ସାହନ ମିଳିପାରିବ ବୋଲି ଆଶା କରାଯାଉଛି। ଏହାଦ୍ୱାରା ରାଜ୍ୟଗୁଡ଼ିକର ରାଜସ୍ୱ ବୃଦ୍ଧିରେ ସହାୟତା ମିଳିପାରିବ। ଏହି ପଦକ୍ଷେପ ସମ୍ପର୍କରେ ୩୯ତମ ଏବଂ ୪୦ତମ ପରିବହନ ବିକାଶ ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା ଏବଂ ରାଜ୍ୟଗୁଡ଼ିକ ଠାରୁ ପ୍ରତିନିଧିମାନଙ୍କ ଜରିଆରେ ଏହା ଉପରେ ସହମତି ଲୋଡ଼ାଯାଇଥିଲା। ଜାତୀୟ ପରମିଟ୍ ବ୍ୟବସ୍ଥା ଅନ୍ତର୍ଗତ ମାଲବାହୀ ବାହନଗୁଡ଼ିକ ପାଇଁ ଏପରି ସୁବିଧା କରାଯିବାର ସଫଳତା ପରେ, ମନ୍ତ୍ରଣାଳୟ ପକ୍ଷରୁ ପର୍ଯ୍ୟଟକ ଯାତ୍ରୀ ବାହନଗୁଡ଼ିକର ବାଧାମୁକ୍ତ ଯାତାୟାତ ନିମନ୍ତେ ଏହି ନୂଆ ନିୟମ ପ୍ରସ୍ତୁତ କରାଯାଇଛି ।

 

ଏହା ବ୍ୟତୀତ, ନୂଆ ନିୟମରେ ତିନି ମାସ କିମ୍ବା ଏହାର ଗୁଣକ ଅବଧି ଲାଗି ଅନୁମତି/ପରମିଟ୍ ଦିଆଯିବ ଯାହାକୁ ତିନି ବର୍ଷର ସର୍ବାଧିକ ସୀମା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। ଏହି ବ୍ୟବସ୍ଥାରେ ଆମ ଦେଶର ସେହିସବୁ କ୍ଷେତ୍ରଗୁଡ଼ିକୁ ଧ୍ୟାନରେ ରଖି ସାମିଲ କରାଯାଇଛି ଯେଉଁଠି ସୀମିତ ପର୍ଯ୍ୟଟନ ଋତୁ ରହିଛି। ସେହିପରି ଏଥିରେ କମ ଆର୍ଥିକ କ୍ଷମତା ଥିବା ଅପରେଟରମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହା ଏକ କେନ୍ଦ୍ରୀୟ ଡାଟାବେସ ସହିତ ସମସ୍ତ ଅନୁମତି/ପରମିଟ୍ ଗୁଡ଼ିକୁ ଏକତ୍ରିତ କରିବ, ଯାହା ପର୍ଯ୍ୟଟକମାନଙ୍କର ଯାତାୟାତ, ପର୍ଯ୍ୟଟନରେ ସୁଧାର, ପ୍ରୋତ୍ସାହନ ନିମନ୍ତେ ସହାୟକ ହେବ। ଆମ ଦେଶରେ ବିଗତ ୧୫ ବର୍ଷ ମଧ୍ୟରେ ଯାତ୍ରା ଓ ପର୍ଯ୍ୟଟନ ଉଦ୍ୟୋଗ ବେଶ ପ୍ରସାର ଲାଭ କରିବାକୁ ଦୃଷ୍ଟିରେ ରଖି ଏହି ନିୟମ ଅଣାଯାଇଛି। ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ପର୍ଯ୍ୟଟକମାନଙ୍କର ଅଭିବୃଦ୍ଧିରେ ଯୋଗଦାନ ରହିଛି। ଏଥିରେ ଉଚ୍ଚ ଆଶାପୂରଣ ଏବଂ ପର୍ଯ୍ୟଟକମାନଙ୍କର ଅନୁଭୂତିର ଏକ ଧାରା ରହିଛି।

 

*********

P.S



(Release ID: 1704733) Visitor Counter : 223