କ୍ୟାବିନେଟ
                
                
                
                
                
                
                    
                    
                        ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ପାଣ୍ଠି ଗଠନ  ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
                    
                    
                        ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପକରରୁ ପ୍ରାପ୍ତ ହେଉଥିବା ଅର୍ଥରାଶିରେ ଏହା ହେବ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ସିଙ୍ଗଲ ନନ-ଲାପ୍ସେବଲ ରିଜର୍ଭ ଫଣ୍ଡ
                    
                
                
                    Posted On:
                10 MAR 2021 2:03PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ପାଣ୍ଠି (ପିଏମଏସଏସଏନ) ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଅର୍ଥ ଅଧିନିୟମ 2007ର ଧାରା 136B ଅନ୍ତର୍ଗତ ସଂଗ୍ରହ କରାଯାଉଥିବା ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପକର(ସେସ୍)ରୁ ପ୍ରାପ୍ତ ହେଉଥିବା ଅର୍ଥରାଶିରେ, ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ‘ସିଙ୍ଗଲ ନନ ଲାପ୍ସେବଲ ରିଜର୍ଭ ଫଣ୍ଡ’ ରୂପରେ ଏହି ପାଣ୍ଠିର ଗଠନ କରାଯିବ।
 
ପିଏମଏସଏସଏନର ପ୍ରମୁଖ ବୈଶିଷ୍ଟ୍ୟ
	- ସାର୍ବଜନୀନ ଆକାଉଣ୍ଟରେ ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ଏକ ସିଙ୍ଗଲ ନନ୍ ଲାପ୍ସେବଲ ରିଜର୍ଭ ଫଣ୍ଡ
 
	- ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପକରରୁ ମିଳିଥିବା ଅର୍ଥରାଶି ମଧ୍ୟରୁ ସ୍ୱାସ୍ଥ୍ୟର ଅଂଶକୁ ପିଏମଏସଏସଏନରେ ଜମା କରାଯିବ।
 
	- ପିଏମଏସଏସଏନରେ ଜମା କରାଯାଇଥିବା ଏହି ଅର୍ଥରାଶିକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିମ୍ନୋକ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନାରେ ବିନିଯୋଗ କରାଯିବ:-
 
 
	- ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏଓ୍ବାଇ)
 
	- ଆୟୁଷ୍ମାନ ଭାରତ- ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି-ଏଚଡବ୍ଲୁସି)
 
	- ଜାତୀୟ ସ୍ୱାସ୍ଥ୍ୟ ମିଶନ
 
	- ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସ ୱାଇ)
 
	- ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜରୁରି ସ୍ଥିତିରେ, ଜରୁରିକାଳୀନ ଏବଂ ଆକସ୍ମିକ ବିପତ୍ତି କାଳରେ ପ୍ରସ୍ତୁତି ଏବଂ ପଦକ୍ଷେପ
 
	- ଯେକୌଣସି ଅନ୍ୟ ଭବିଷ୍ୟତ କାର୍ଯ୍ୟକ୍ରମ/ଯୋଜନା ଯାହାର ଲକ୍ଷ୍ୟ ଏସଡିଜି ଦିଗରେ ପ୍ରଗତି ହାସଲ କରିବା ଏବଂ ଜାତୀୟ ସ୍ୱାସ୍ଥ୍ୟ ନୀତି 2017 ଅନ୍ତର୍ଗତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ହୋଇଥିବ।
 
iv. ପିଏମଏସଏସଏନକୁ ଲାଗୁ କରିବା ଏବଂ ଏହାର ପରିଚାଳନା କରିବାର ଦାୟିତ୍ୱ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନିର୍ବାହ କରିବ।
v. ଯେକୌଣସି ଆର୍ଥିକ ବର୍ଷରେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଉପରୋକ୍ତ ଯୋଜନାଗୁଡ଼ିକ ବାବଦ ବ୍ୟୟ ପ୍ରାରମ୍ଭିକ ଭାବେ ପିଏମଏସଏସଏନରୁ ନିଆଯିବ ଏବଂ ପରବର୍ତ୍ତୀ ସମୟରେ ସକଳ ବଜେଟ ସହାୟତା (ଗ୍ରସ ବଜେଟାରୀ ସପୋର୍ଟ)ରୁ ନିଆଯିବ।
 
ଲାଭ :
ଏହାର ମୁଖ୍ୟ ଲାଭ ହେଉଛି : ନିର୍ଦ୍ଧାରିତ ସମ୍ବଳ ଉପଲବ୍ଧତା ଜରିଆରେ ସାର୍ବଜନୀନ ଏବଂ ସୁଲଭ ସ୍ୱାସ୍ଥ୍ୟ ସେବା ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ। ଏଥିସହିତ ଏହା ମଧ୍ୟ ସୁନିଶ୍ଚିତ ହେବ ଯେ କୌଣସି ଆର୍ଥିକ ବର୍ଷ ପାଇଁ ଏ ବାବଦରେ ନିର୍ଦ୍ଧାରିତ ଅର୍ଥରାଶି ସମାପ୍ତ (ଲ୍ୟାପ୍ସ) ହେବ ନାହିଁ।
 
*********
P.S
 
                
                
                
                
                
                (Release ID: 1703924)
                Visitor Counter : 304
                
                
                
                    
                
                
                    
                
                Read this release in: 
                
                        
                        
                            Telugu 
                    
                        ,
                    
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam