ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସେରାୱିକ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ଭାଷଣ

Posted On: 05 MAR 2021 8:55PM by PIB Bhubaneshwar

ଆପଣଙ୍କର ସଦୟ ଉପକ୍ରମଣିକା ନିମନ୍ତେ ଧନ୍ୟବାଦ ଡକ୍ଟର ଦାନ୍ ୟେର୍ଗିନ । ଏଠାରେ ଉପସ୍ଥିତ ସମସ୍ତ ବିଶିଷ୍ଟ ଅତିଥିବୃନ୍ଦଙ୍କୁ ଧନ୍ୟବାଦ

ନମସ୍କାର!

ଅତି ବିନମ୍ରତାର ସହିତ ମୁଁ ସେରାୱିକ୍ ବୈଶ୍ୱିକ ଶକ୍ତି ଓ ପର୍ଯ୍ୟାବରଣ ନେତୃତ୍ୱ ସମ୍ମାନକୁ ମୁଁ ଗ୍ରହଣ କରୁଛି । ମୁଁ ଏହି ସମ୍ମାନକୁ ଆମର ମହାନ୍ ମାତୃଭୂମି ଭାରତର ସମସ୍ତ ନାଗରିକଙ୍କୁ ଉତ୍ସର୍ଗ କରୁଛି । ମୁଁ ଏହି ପୁରସ୍କାରକୁ ଆମ ରାଷ୍ଟ୍ରର ମହାନ ଗୌରବୋଜ୍ଜ୍ୱଳ ପରମ୍ପରାକୁ ଉତ୍ସର୍ଗ କରୁଛି ଯାହା ଆମମାନଙ୍କୁ ପରିବେଶର ସୁରକ୍ଷା ଏବଂ ତାହାର ଯତ୍ନ କିଭଳି ଭାବେ ନେବାକୁ ପଡ଼େ ତାହା ଶିକ୍ଷା ଦେଇଛନ୍ତି ।  

ବନ୍ଧୁଗଣ,

ଏହି ସମ୍ମାନ ପର୍ଯ୍ୟାବରଣ କ୍ଷେତ୍ରରେ ନେତୃତ୍ୱକୁ ସ୍ୱୀକୃତି ପ୍ରଦାନ ପୂର୍ବକ ପ୍ରଦାନ କରାଯାଇଥାଏ । ନେତୃତ୍ୱ ସଂପର୍କରେ,ଏକଥା ସାଧାରଣତଃ କୁହାଯାଇଥାଏ ଯେ ନେତୃତ୍ୱ ପ୍ରଦର୍ଶନ କରିବାର ଶ୍ରେଷ୍ଠ ଉପାୟଟି ହେଲା ତାହାକୁ ନିଜ କର୍ମରେ ହିଁ ପ୍ରଦର୍ଶିତ କରିବା । ଏଥିରେ ସନ୍ଦେହ ନାହିଁ ଯେ ଯେତେବେଳେ ପରିବେଶର ଯତ୍ନ କଥା ମନକୁ ଆସେ, ଭାରତର ଲୋକମାନେ ଏହାର ନେତୃତ୍ୱ ନେଇଥାନ୍ତି । ଶତାବ୍ଦୀ ଶତାବ୍ଦୀ ଧରି ଏହି ଧାରା ଜାରି ରହିଆସିଛି । ଆମ ସଂସ୍କୃତି, ପ୍ରକୃତି ଏବଂ ଆଧ୍ୟାତ୍ମିକତା ଓତଃପ୍ରୋତ ଭାବେ ପରସ୍ପର ସହିତ ଜଡ଼ିତ

ଆମର ଦେବାଦେବୀମାନେ କୌଣସି ନା କୌଣସି ବୃକ୍ଷ ଓ ଜୀବଜନ୍ତୁମାନଙ୍କ ସହିତ ଜଡ଼ିତ ରହିଆସିଛନ୍ତି । ସେହିସବୁ ବୃକ୍ଷ ଓ ଜୀବଜନ୍ତୁଙ୍କୁ ଆମେ ବେଶ୍ ପବିତ୍ର ବୋଲି ବିବେଚନା କରିଥାଉ । ଆପଣମାନେ ଯେକୌଣସି ରାଜ୍ୟର ଯେକୌଣସି ଭାଷାର ସାହିତ୍ୟକୁ ନିଅନ୍ତୁ । ଆପଣମାନେ ସେଥିରେ ଏଭଳି ଅନେକ ଉଦାହରଣମାନ ପାଇବେ ଯେଉଁଠାରେ ଲୋକ ଓ ପ୍ରକୃତି ପରସ୍ପର ସହ ଅତି ନିବିଡ଼ ଭାବେ ଜଡ଼ିତ ରହିଛନ୍ତି ।  

 

ବନ୍ଧୁଗଣ,

ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ମାଧ୍ୟମରେ ଆମେ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ପରିବେଶ ସୁରକ୍ଷାକାରୀଙ୍କୁ ପାଇଥାଉ । ଯଦି ସେ ପ୍ରଦର୍ଶିତ କରିଥିବା ମାର୍ଗକୁ ସମଗ୍ର ବିଶ୍ୱ ଅନୁସରଣ କରିଥାନ୍ତା, ତେବେ ଆମେ ଆଜି ଯେଉଁ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛୁ ସେସବୁ ସମସ୍ୟାର କଦାପି ମୁକାବିଲା କରିବାକୁ ପଡ଼ିନଥାନ୍ତା । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିନେଦନ କରିବି ଯେ ଆପଣମାନେ ଥରେ ମହାତ୍ମା ଗାନ୍ଧୀଙ୍କ ପୈତୃକ ଗୃହ, ଯାହାକି ଗୁଜରାଟର ତଟୀୟ ସହର ପୋରବନ୍ଦରରେ ଅବସ୍ଥିତ ସେଠାକୁ ବୁଲି ଯାଆନ୍ତୁ । ତାଙ୍କ ଘର ପାଖକୁ ଲାଗି ଆପଣମାନେ ଦେଖିପାରିବେ ଜଳ ସଂରକ୍ଷଣର ଉପାୟ ବାସ୍ତବତାରେ କିଭଳି ଭାବେ ରୂପାୟିତ ହୋଇଛି । ଆଜକୁ ୨୦୦ ବର୍ଷ ପୂର୍ବେ ସେଠାରେ ବଡ଼ ବଡ଼ ଭୂତଳ ଟାଙ୍କିମାନ ନିର୍ମାଣ କରାଯାଇଥିଲା । ବର୍ଷ ଜଳକୁ ସଂଗ୍ରହ କରିବା ସକାଶେ ସେସବୁ ଟାଙ୍କି ନିର୍ମିତ ହୋଇଥିଲା ।

ବନ୍ଧୁଗଣ,

ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ହେଉଛି ଆଜିର ସବୁଠାରୁ ବଡ଼ ଚାଲେଞ୍ଜ୍ । ଉଭୟଟି ଆପଦା ମଧ୍ୟରେ ପାରସ୍ପରିକ ସଂପର୍କ ରହିଛି । ଏହା ବିରୋଧରେ ସଂଗ୍ରାମ କରିବାର ଦୁଇଟି ଉପାୟ ରହିଛି । ସେଥିରୁ ଗୋଟିଏ ହେଲା ନୀତି ନିର୍ଦ୍ଧାରଣ କରି, ଆଇନ ପ୍ରବର୍ତ୍ତନ କରି, ନିୟମମାନ କରି ଏବଂ ଶୃଙ୍ଖଳା ରକ୍ଷାକରି । ଏସବୁର ନିଜସ୍ୱ ଗୁରୁତ୍ୱ ଯେ ରହିଛି ସେଥିରେ କୌଣସି ସନ୍ଦେହ ନାହିଁ । ମୁଁ ଆପଣମାନଙ୍କୁ ଏ ସଂପର୍କରେ କେତୋଟି ଉଦହରଣ ବାଣ୍ଟିବାକୁ ଚାହେଁ: ଅଣଫସଲ ଉତ୍ସର ଚିନ୍ତନ ଯହା କି ଭାରତରେ ଘଟିଛି । ଦେଶର ବିଜୁଳି ଉତ୍ପାଦନର ମୋଟ ସ୍ଥାପନ କ୍ଷମତାର ୩୮ ପ୍ରତିଶତ ଏବେ ଅଣ ଫସିଲ ଉତ୍ସରୁ ଉତ୍ପାଦନ କରାଯାଉଛି । ଆମେ ୨୦୨୦ ମସିହା ଏପ୍ରିଲ ମାସରୁ ଭାରତ -୬ କାର୍ବନ ନିର୍ଗମନ ପର୍ଯ୍ୟାୟକୁ ଉନ୍ନୀତ ହୋଇସାରିଲୁଣି ।ଏହା ୟୁରୋ- ୬ ମାନ୍ୟତା ସଙ୍ଗେ ସମାନ । ଭାରତ ପ୍ରାକୃତିକ ବାଷ୍ପ ଅଂଶ ବୃଦ୍ଧି ଦିଗରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ଜାରି ରଖିଛି । ତାହା ବର୍ତ୍ତମାନର ଅଂଶ ୬%ରୁ ୨୦୩୦ ସୁଦ୍ଧା ୧୫ ପ୍ରତିଶତରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ

 କରାଯାଇଛି । ଏଲଏନଜିକୁ ଏକ ଇନ୍ଧନ ଭାବେ ଉପସ୍ଥାପନ କରାଯାଉଛି । ଆମେ ଗତ ମାସରେ ହିଁ ରାଷ୍ଟ୍ରୀୟ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିଛୁ ଯେଉଁଥିରେ ହାଇଡ୍ରୋଜେନକୁ ଇନ୍ଧନ ଭାବେ ବ୍ୟବହାର କରାଯିବ । ନିକଟରେ ପିଏମ କୁସୁମ ନାମକ ଏକ ଯୋଜନା ଘୋଷଣା କରାଯାଇଛି । ଏହା ସୌର ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଯୋଗାଇବା ସକାଶେ ଏକ ସନ୍ତୁଳିତ ଓ ବିକେନ୍ଦ୍ରୀକୃତ ମଡ଼େଲ । କିନ୍ତୁ ଆମକୁ ଦେଖିବାକୁ ପଡ଼ି ଯେ ନୀତି, ଆଇନ, ନିୟମ ଓ ଶୃଙ୍ଖଳା ବାହାରେ ଆଉ ଏକ ଦୁନିଆ ମଧ୍ୟ ରହିଛି । ତାହା ହେଲା, ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମ ନିମନ୍ତେ ସବୁଠାରୁ ବଡ଼ ସାଧନଟି ହେଲା ଆଚରଣଗତ ପରିବର୍ତ୍ତନ । ଏ ସଂପର୍କରେ ଗୋଟିଏ ବେଶ୍ ଲୋକପ୍ରିୟ କାହାଣୀ ଅଛି ଯାହା ଆପଣମାନେ ସଭିଏଁ ପ୍ରାୟତଃ ଅବଗତ ଥିବେ । ଗୋଟିଏ ଛୋଟ ପିଲାକୁ ଖଣ୍ଡିଏ ଛିଣ୍ଡା ବିଶ୍ୱ ମାନଚିତ୍ର ଦିଆଗଲା । ସେହି ପିଲାଟିକୁ କୁହାଗଲା ଯେ ସେ ଏହାକୁ ଏପରି ଚିନ୍ତାକରି ସଜାଡ଼ୁ ଯେପରି ତାହା ବାସ୍ତବରେ ହୋଇପାରିବନାହିଁ । କିନ୍ତୁ, ପିଲାଟି ପ୍ରକୃତରେ ଏହି କାମ ସଫଳତାର ସହ କରିଦେଲା । ଯେତେବେଳେ ତାକୁ ପଚରାଗଲା, ସେ ଏହା କିପରି କରିପାରିଲା, ସେ କହିଲା, ବିଶ୍ୱ ମାନଚିତ୍ରର ପଛରେ ଗୋଟିଏ ଲୋକର ଚିତ୍ର ଥିଲା । ପିଲାଟି କେବଳ ଏଇଆ କଲା ଯେ ସେହି ଲୋକଟିର ଚିତ୍ରକୁ ସେ ଠିକ୍ ଭାବେ ସଜାଡ଼ିବାକୁ ଚେଷ୍ଟ କରିଥିଲା । ଏବଂ ସେଇ କାରଣରୁ, ବିଶ୍ୱ ମାନଚିତ୍ରଟି ମଧ୍ୟ ପଛପଟେ ସଜାଡ଼ି ହୋଇଗଲା । ଏହି ଗଳ୍ପଟି ଯେଉଁ ବାର୍ତ୍ତା ପ୍ରଦାନ କରେ ତାହା ବେଶ୍ ସ୍ପଷ୍ଟ: ଆମେ ନିଜକୁ ପ୍ରଥମେ ସଜାଡ଼ିବା ଆବଶ୍ୟକ ଏବଂ ଦୁନିଆ ଆପଣା ଛାଏଁ ସଜାଡ଼ି ହୋଇଯିବ ଏବଂ ବଞ୍ôଚବା ଲାଗି ଏକ ଉତ୍ତମ ସ୍ଥାନରେ ପରିଣତ ହୋଇଯିବ ।

ବନ୍ଧୁଗଣ,

ଏଭଳି ଆଚରଣଗତ ପରିବର୍ତ୍ତନର ମାନସିକତା ହେଉଛି ପାରମ୍ପରିମ ଅଭ୍ୟାସର ଏକ ମୁଖ୍ୟ ଅଙ୍ଗ ଯାହା ଆମକୁ କରୁଣାର ସହ ସମସ୍ତ ଖାଦ୍ୟ ଓ କାର୍ଯ୍ୟ ଉପଭୋଗ କରିବାକୁ ଚେତାଇ ଥାଏ । ଚିନ୍ତାହୀନ ଭାପେ କୌଣସି କାର୍ଯ୍ୟ କରିବାର ସଂସ୍କୃତି ଆମ କାର୍ଯ୍ୟଧାରା ଅବା ଚିନ୍ତନରେ ନାହିଁ । ଆମର କୃଷି ପଦ୍ଧତି କିମ୍ବା ଖାଦ୍ୟ ପଦ୍ଧତି ଆଡ଼େ ଦୃଷ୍ଟିପାତ କଲେ ଏହା ସହଜରେ ଜଣାଯିବ । ଆମର ବିଚରଣ କିମ୍ବା ଶକ୍ତି ଉପଯୋଗ ପଦ୍ଧତିକୁ ମଧ୍ୟ ଲକ୍ଷ୍ୟ କରାଯାଉ । ମୁଁ ଆମର କୃଷକମାନଙ୍କ ପାଇଁ ବେଶ୍ ଗର୍ବ ଅନୁଭବ କରେ । ସେମାନେ ଜଳସେଚନ ନିମନ୍ତେ ସଦାସର୍ବଦା ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ କରୁଛନ୍ତି । ସେମାନଙ୍କ ମନରେ ମୃତ୍ତିକାର ଉର୍ବରତା ବୃଦ୍ଧି ଏବଂ କୀଟନାଶକ ବ୍ୟବହାର କମାଇବା ନିମନ୍ତେ ସଚେତନତା ବୃଦ୍ଧି ପାଉଛି । ଆଜି ସମଗ୍ର ବିଶ୍ୱ ସୁସ୍ଥତା ଏବଂ ନିରାମୟତା ଉପରେ ଗୁରୁତ୍ୱ ଆରୋପ କରୁଛି । ଲୋକମାନଙ୍କ ମନରେ ପୁଷ୍ଟିକର ଓ ଜୈବସାରରୁ ଉତ୍ପାଦିତ ଖାଦ୍ୟ ପାଇଁ ଆଗ୍ରହ ବଢ଼ୁଛି । ଆମର ମସଲା, ଆମର ଆୟୁର୍ବେଦୀୟ ଉତ୍ପାଦ ଓ ଆହୁରି ଅନେକ ପଦାର୍ଥ  ସାରା ବିଶ୍ୱରେ ଭାରତ ଲୋକମାନଙ୍କୁ ପ୍ରବର୍ତ୍ତାଇପାରିବ । ସେହିଭଳି ପର୍ଯ୍ୟାବରଣ ଅନୁକୂଳ ଚଳପ୍ରଚଳ କଥା ଧରାଯାଉ । ଆପଣମାନେ ଏକଥା ଜାଣି ଖୁସି ହେବେ ଯେ, ଭାରତରେ ଆମେ ଏବେ ୨୭ଟି ନଗରୀ ଓ ସହରରେ ମେଟ୍ରୋ  ନେଟୱାର୍କ ଦିଗରେ କାର୍ଯ୍ୟ କରୁଛୁ ।

 ବନ୍ଧୁଗଣ,

ବ୍ୟାପକ ମାତ୍ରାରେ ଆଚରଣଗତ ପରିବର୍ତ୍ତନ ନିମନ୍ତେ ଆମେ ଅଭିନବ, ସୁଲଭ ତଥା ଜନ ଭାଗୀଦାରିତା ଦ୍ୱାରା ସମୃଦ୍ଧ ସମାଧାନ ପନ୍ଥା ଆମେ ସଦାବେଳେ ଯୋଗାଇ ଆସିଛୁ । ମୁଁ ଏହାର ଏକ ଉଦାହରଣ ଦେବାକୁ ଚାହେଁ । ଭାରତର ଜନସାଧାରଣ ସିଦ୍ଧାନ୍ତ ନେଲେ ଯେ ସେମାନେ ଏଲଇଡ଼ି ବଲବକୁ ବିପୁଳ ସଂଖ୍ୟାରେ ଆପଣାଇବେ ଯାହାକି ପୂର୍ବରୁ କେବେ ଦମ୍ଭପର ହୋଇନଥିଲା । ଏହା ଫଳରେ ୨୦୨୧ ମସିହା ମାର୍ଚ୍ଚ ମାସ ସୁଦ୍ଧା ସାରା ଦେଶରେ ପ୍ରାୟ ୩୭ ନିୟୁତ ଏଲଇଡ଼ି ବଲବ୍ ଲୋକମାନଙ୍କ ଘରେ ଓ ଜନସାଧାରଣ ସ୍ଥାନରେ ଏବେ ବ୍ୟବହୃତ ହେଉଛି । ଏହା କେବଳ ମୂଲ୍ୟ ହ୍ରାସ କମାଇନାହିଁ, ବିଜୁଳିଶକ୍ତି ବ୍ୟବହାରକୁ ମଧ୍ୟ ହ୍ରାସ କରିଛି । ଏହା ଦ୍ୱାରା ବର୍ଷକୁ ୩୮ ନିୟୁତ ଟନ୍ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କମାଯାଇ ପାରିଛି । ଭାରତର ଫେରସ୍ତ ଅଭିଯାନର ଆଉ ଗୋଟିଏ ଉଦାହରଣ ମୁଁ ଦେଉଛି । ଲୋକମାନଙ୍କୁ ସେମାନଙ୍କ ଏଲପିଜି ସବସିଡ଼ି ଛାଡ଼ିବା ନିମନ୍ତେ ମାତ୍ର ସାଧାରଣ ଭାବେ ଅନୁରୋଧଟିଏ କରାଯାଇଥିଲା ଯାହାକି ଗରିବ ଲୋକମାନଙ୍କ ପାଇଁ ଉପଯୋଗ କରାଯିବ । ଏହି ସବସିଡ଼ିକୁ ସାରା ଭାରତରେ ବହୁ ଲୋକ ଛାଡ଼ିଦେଲେ । ଏହା ଦେଶର ଲକ୍ଷ ଲକ୍ଷ ଗରିବ ପରିବାରଙ୍କ ଘରେ ଧୂମହୀନ ଚୁଲା ଜଳିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଭାରତରେ ଏଲପିଜି ବଣ୍ଟନ ମାତ୍ରା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ୨୦୧୪ ମସିହାରେ ତାହା ୫୫% ଥିବା ବେଳେ ଏବେ ତାହା ୯୯.୬%ରେ ପହଞ୍ଚିଛି । ମହିଳାମାନେ ଏହି ବ୍ୟବସ୍ଥାରୁ ସର୍ବାଧିକ ମାତ୍ରାରେ ଉପକୃତ ହୋଇପାରିଛନ୍ତି । ଏବେ ମୁଁ ଆଉ ଗୋଟିଏ ଅତି ସକାରାତ୍ମକ ପରିବର୍ତ୍ତନ ଲକ୍ଷ୍ୟ କରୁଛି । ଭାରତରେ ସମ୍ପଦ ଅପଚୟ ରୋକିବା ଶବ୍ଦ ଏବେ ଲୋକମାନଙ୍କ ତୁଣ୍ଡରେ ଜପାମାଳି ହୋଇଛି । ଆମର ନାଗରିକମାନେ ବିବିଧ କ୍ଷେତ୍ରରେ ପୁନଃଚକ୍ରଣର ଅଭିନବ ମଡ଼େଲମାନଙ୍କ ସହ ଆଗକୁ ଆଗେଇ ଆସୁଛନ୍ତି । ଏହା ସର୍କୁଲାର ଅର୍ଥନୀତିକୁ ଯଥେଷ୍ଟ ମାତ୍ରାରେ ପ୍ରୋତ୍ସାହନ ଯୋଗାଇବ । ପୋଷଣୀୟ ସୁଲଭ ପରିବହନ ପ୍ରୟାସ କାର୍ଯ୍ୟକ୍ରମ ପାଇଁ ଆମ ଦେଶ ଏବେ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରୁଛି । ୨୦୨୪ ମସିହା ସୁଦ୍ଧା ଦେଶରେ ୫୦୦୦ କମ୍ପ୍ରେସଡ଼୍ ଜୈବ ବାଷ୍ପ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ସେଥିରୁ ୧୫ ଏମଏମଟି ବାଷ୍ପ ଉତ୍ପାଦିତ ହେବ । ଏହା ପରିବେଶ ସୁରକ୍ଷା ପାଇଁ ଯେତିକି କାର୍ଯ୍ୟ କରିବ ମାନବୀୟ ସଶକ୍ତିକରଣ ପାଇଁ ମଧ୍ୟ ସେତିକ ସାମର୍ଥ୍ୟ ଯୋଗାଇବ ।

ବନ୍ଧୁଗଣ,

ସାରା ଭାରତରେ ଏବେ ଇଥାନୋଲ ଇନ୍ଧନ ପାଇଁ ଲୋକମାନଙ୍କ ମନରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି । ଜନସାଧାରଣଙ୍କ ଆଗ୍ରହ ଆଧାରରେ ଆମେ ୨୦୨୫ ମସିହା ଠାରୁ ୨୦୩୦ ମସିହା ମଧ୍ୟରେ ପେଟ୍ରୋଲରେ ୨୦% ଇଥାନୋଲ ମିଶ୍ରଣ କରିବା ସକାଶେ ସ୍ଥିର କରିଛୁ ।

ବନ୍ଧୁଗଣ,

ଏକଥା ଜାଣି ଆପଣମାନେ ଅତ୍ୟନ୍ତ ଖୁସି ଅନୁଭବ କରିବେ ଯେ ଗତ ସାତ ବର୍ଷ ଭିତରେ, ଭାରତର ଜଙ୍ଗଲ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଦେରେ ସିଂହ, ବ୍ୟାଘ୍ର, ଚିତାବାଘ ଏବଂ ପାଣିକୁଆ ଭଳି ପଶୁପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହାକୁ ଆଚରଣଗତ ପରିବର୍ତ୍ତନର ବିରାଟ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ । ଏହିସବୁ ପରିବର୍ତ୍ତନ ଆମକୁ ନିଶ୍ଚିତ କରିଛି ଯେ ଭାରତ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ରାଜିନାମାର ସର୍ତ୍ତାବଳୀକୁ କାର୍ଯ୍ୟକାରୀ କରିବା ଦିଗରେ ଉଚିତ ମାର୍ଗରେ ଆଗକୁ ଅଗ୍ରସର ହେଉଛି । ୨୦୩୦ ମସିହା ସୁଦ୍ଧା ଆମେ ଆମର ଲକ୍ଷ୍ୟ ହାସଲ ଅବଶ୍ୟ କରିପାରିବୁ ।

ବନ୍ଧୁଗଣ,

ଭାରତର ପର୍ଯ୍ୟାବରଣ କରିବର୍ତ୍ତନର ଭବିଷ୍ୟତ ପରିକଳ୍ପନାରେ ସମଭାବାପନ୍ନ ରାଷ୍ଟ୍ରମାନଙ୍କ ସହ ମିଶି କାର୍ଯ୍ୟ କରିବା ଭଳି ଚିନ୍ତାଧାରା ରହିଛି । ଅନ୍ତରାଷ୍ଟ୍ରୀୟ ସୌର ସଂଗଠନର ପ୍ରାରମ୍ଭିକ ସଫଳତା ଆମକୁ ପ୍ରଦର୍ଶିତ କରିଛି ଯେ ଭାରତ ଏହି ଦିଗରେ କେତେ ଗୁରୁତ୍ୱର ସହିତ କାର୍ଯ୍ୟ କରୁଛି । ବିଶ୍ୱକୁ ଏକ ସୁନ୍ଦର ଧରିତ୍ରୀରେ ପରିଣତ କରିବା ଦିଗରେ ଆମେ ସଦାବେଳେ ଆମର ପ୍ରତିବଦ୍ଧତା ପ୍ରଦର୍ଶନ କରିଆସିଛୁ । ଭବିଷ୍ୟତରେ ମଧ୍ୟ ଆମେ ଆମର ଏହି ପ୍ରୟାସ ଜାରି ରଖିବୁ । ମହାତ୍ମା ଗାନ୍ଧୀଙ୍କ ଟ୍ରଷ୍ଟିସିପ୍ ନୀତିରେ ଏହା ଉଲ୍ଲେଖ ରହିଛି । ଟ୍ରଷ୍ଟିସିପର ମୂଳ ସୂତ୍ରଟି ହେଉଛି ସାମଗ୍ରିକ ମନୋଭାବ ପୋଷଣ, ସମବେଦନା ପ୍ରଦର୍ଶନ ଓ ଦାୟିତ୍ୱବୋଧ । ଟ୍ରଷ୍ଟିସିପ୍‌ର ଅନ୍ୟ ଅର୍ଥ ହେଲା ଅତି ଦାୟିତ୍ୱସମ୍ପନ୍ନ ଭାବେ ଆମର ପ୍ରାକୃତିକ ସମ୍ପଦର ଉପଯୋଗ କରିବା । ମହାତ୍ମା ଗାନ୍ଧୀ ଯଥାର୍ଥରେ ଏହି ମର୍ମରେ କହିଛନ୍ତି: ମୁଁ ତାଙ୍କୁ ଉକ୍ତିକୁ ଉଦ୍ଧାର କରୁଛି ଆମେ ପ୍ରକୃତିର ବରଦାନକୁ ଅତି ଯଥାର୍ଥ ଭାବେ ଉପଯୋଗ କରିବା ଏବଂ ସେଥିପାଇଁ ଆମକୁ ବହି ନୁହେଁ, ନିଜ ବିବେକାନୁସାରେ ହିଁ ଚୟନ କରିବାକୁ ପଡ଼ିବ । ନେଣ ସଦାବେଳେ ଦେଣ ସହିତ ସମାନ ହେବା ଆବଶ୍ୟକ ।ଉଦ୍ଧୃତି ଶେଷ । ପ୍ରକୃତି ଏହି ସରଳ ହିସାବଫର୍ଦ୍ଦଟିକୁ ହିଁ ସଦାବେଳେ ଆମମାନଙ୍କ ଆଗରେ ଖୋଲି ରଖିଥାଏ । ଯାହା କିଛି ଆମମାନଙ୍କ ନିକଟରେ ଉପଲବ୍ଧ କିମ୍ବା ଆମେ ଯାହା କିଛି ଆହରଣ କରିଛୁ, ତାହାର ସଦ୍ ଉପଯୋଗ କରାଯିବା ଦରକାର କିମ୍ବା ଏହାକୁ ସଂରକ୍ଷିତ ରଖାଯିବା ଉଚିତ । କିନ୍ତୁ ଏହା ଉପଯୁକ୍ତ ଭାବେ ବିତରିତ ହୋଇଛି କାରଣ ଯଦି ଆମେ ଏହି ସମ୍ପଦର ଅତ୍ୟଧିକ ମାତ୍ରାରେ ଉପଯୋଗ କରୁ, ତେବେ ଆମେ ଅନ୍ୟ କାହାଠାରୁ ହିଁ ତାହା ଛଡ଼ାଇ ନେଉଛେ ବୋଲି ଭାବିବାକୁ ପଡ଼ିବ । ଅନୁରୂପ ଭାବେ ଭାରତ ସଦାବେଳେ ଜଳବାୟୁ ନ୍ୟାୟ ସପକ୍ଷରେ ଯୁକ୍ତି ଦର୍ଶାଇ ଆସିଛି ଯଦ୍ୱାରା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଂଗ୍ରାମରେ ତାହା ଆମକୁ ସହାୟକ ହେବ ।

ବନ୍ଧୁଗଣ,

ଏବେ ଆମକୁ ଯୁକ୍ତିସିଦ୍ଧ ଭାବେ ଏବଂ ପାରିବେଶିକ ଭାବେ ଚିନ୍ତା କରିବାକୁ ହେବ । ଯେତେହେଲେ, ଏହା କେବଳ ମୋ କଥା କିମ୍ବା ଆପଣଙ୍କ କଥା ନୁହେଁ । ଏହା ସାମଗ୍ରିକ ଭାବେ ଆମ ବିଶ୍ୱର କଥା । ଆମର ଭବିଷ୍ୟତ ପିଢ଼ିଙ୍କ ପାଇଁ ମଧ୍ୟ ଆମର କିଛି ଦାୟିତ୍ୱବୋଧ ରହିଛି । ପୁଣି ଥରେ ଏହି ପୁରସ୍କାର ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

ନମସ୍ତେ ।

******

 

SS



(Release ID: 1702926) Visitor Counter : 144