ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 36ତମ ପ୍ରଗତି ବୈଠକ ଅନୁଷ୍ଠିତ
ଓଡ଼ିଶା ସମେତ ୧୨ଟି ରାଜ୍ୟରେ କାର୍ଯ୍ୟକାରୀ ପ୍ରକଳ୍ପଗୁଡ଼ିକର ସମୀକ୍ଷା
ପୋଷ୍ଟ କରାଯିବା ଦିନାଙ୍କ:
24 FEB 2021 7:40PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି 36ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ 10ଟି ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା, ଯେଉଁଥିରେ 8ଟି ପ୍ରକଳ୍ପ ସହିତ ଗୋଟିଏ ଯୋଜନା ଓ ଗୋଟିଏ କାର୍ଯ୍ୟକ୍ରମ ସଂକ୍ରାନ୍ତ ଅଭିଯୋଗ ସାମିଲ ରହିଥିଲା। ଆଠଟି ପ୍ରକଳ୍ପ ମଧ୍ୟରୁ ତିନୋଟି ପ୍ରକଳ୍ପ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅନ୍ତର୍ଭୂକ୍ତ ଥିବା ବେଳେ ଦୁଇଟି ରେଳ ମନ୍ତ୍ରଣାଳୟର ଥିଲା। ସେହିପରି ଶକ୍ତି, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ମନ୍ତ୍ରଣାଳୟ ସହ ଜଡ଼ିତ ଗୋଟିଏ ଲେଖାଏଁ ପ୍ରକଳ୍ପ ରହିଥିଲା। 12ଟି ରାଜ୍ୟ ଯଥା- ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, ଝାଡ଼ଖଣ୍ଡ, ସିକିମ, ଉତ୍ତର ପ୍ରଦେଶ, ମିଜୋରାମ, ଗୁଜରାଟ, ମଧ୍ୟପ୍ରଦେଶ, ବିହାର ଓ ମେଘାଳୟରେ ମୋଟ ପାଖାପାଖି 44545 କୋଟି ଟଙ୍କା ବ୍ୟୟରେ ଏସବୁ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି।
କେତେକ ପ୍ରକଳ୍ପ କାର୍ଯ୍ୟକାରିତାରେ ହେଉଥିବା ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ବିଳମ୍ବିତ ହୋଇ ପଡ଼ିଥିବା ସମସ୍ତ ସମସ୍ୟାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ସମ୍ଭବ ହେଲେ ମିଶନ ମୋଡରେ ସମାଧାନ କରିବା ଲାଗି ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ନିଷିଦ୍ଧ କରିବା ଲାଗି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ସଂକ୍ରାନ୍ତ ଅଭିଯୋଗଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ। ଏକ ଉପଯୁକ୍ତ ସଚେତନତା ଅଭିଯାନ ଅନ୍ତର୍ଗତ ଲୋକମାନଙ୍କୁ, ବିଶେଷ କରି ଯୁବକମାନଙ୍କୁ ସମ୍ପୃକ୍ତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅନ୍ତର୍ଗତ ନିର୍ମାଣ କରାଯାଉଥିବା ରାସ୍ତାଗୁଡ଼ିକର ଉଚ୍ଚ ମାନ ସୁନିଶ୍ଚିତ କରିବା ଦିଗରେ ବିଶେଷ ଧ୍ୟାନ ଦେବା ଲାଗି ସେ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ପୂର୍ବରୁ ଅନୁଷ୍ଠିତ 35ଟି ପ୍ରଗତି ବୈଠକରେ, ମୋଟ 13.60 ଲକ୍ଷ କୋଟି ଟଙ୍କାର 290ଟି ପ୍ରକଳ୍ପ ସମେତ 51ଟି କାର୍ଯ୍ୟକ୍ରମ/ଯୋଜନା ଏବଂ 17ଟି ଭିନ୍ନ ଭିନ୍ନ କ୍ଷେତ୍ରର ଅଭିଯୋଗର ସମୀକ୍ଷା କରାଯାଇସାରିଛି।
**********
P.S
(ରିଲିଜ ଆଡି: 1700585)
ପରିଦର୍ଶକ କାଉଣ୍ଟର : 249
ଏହି ରିଲିଜ ପଢନ୍ତୁ :
Punjabi
,
Telugu
,
Tamil
,
Kannada
,
Malayalam
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Gujarati