| 
                         ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
                         
                         
                        
                            ଦୈନିକ ନୂଆ ମାମଲା ସଂଖ୍ୟା ବଢ଼ିବା ପରେ ରାଜ୍ୟଗୁଡ଼ିକୁ କେନ୍ଦ୍ରର ଚିଠି
                         
                        
                         
                        
                            ଆରଟି-ପିସିଆର ଟେଷ୍ଟ ମାତ୍ରା ବୃଦ୍ଧି କର ଏବଂ ରାପିଡ ଆଣ୍ଟିଜେନ ନେଗେଟିଭ ଲୋକଙ୍କର ପୁନଃ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କର ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ ରୋକିବା ପାଇଁ କଠୋର ତଥା ବ୍ୟାପକ ନିରୀକ୍ଷଣ, ଓ କଡ଼ାକଡ଼ି କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ 
                         
                        
                         
                        
                            Posted On:
                        21 FEB 2021 11:43AM by PIB Bhubaneshwar
                         
                        
                         
                        
                            ଗତ କିଛିଦିନ ହେଲା ଭାରତରେ ସକ୍ରିୟ କରୋନା ମାମଲା ସଂଖ୍ୟା ବଢ଼ିବାକୁ ଲାଗିଛି । ଭାରତର ମୋଟ ସକ୍ରିୟ ମାମଲା ଆଜି ୧,୪୫,୬୩୪ ଆକଳନ କରାଯାଇଛି । ଭାରତର ମୋଟ ପଜିଟିଭ ମାମଲାର ଏହା ବର୍ତ୍ତମାନ ୧.୩୨% ରହିଛି । 
ଦେଶରେ ଥିବା ମୋଟ ସକ୍ରିୟ ମାମଲା ମଧ୍ୟରୁ ୭୪%ରୁ ଅଧିକ କେରଳ ଓ ମହାରାଷ୍ଟ୍ରରେ ରହିଛି । ଏବେ ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ କରୋନା ମାମଲା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ପଂଜାବ ଏବଂ ଜମ୍ମୁ-କାଶ୍ମୀରରେ ମଧ୍ୟ ଦୈନିକ ନୂଆ ମାମଲା ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । 
  
  
କେରଳରେ ଗତ ୪ ସପ୍ତାହ ହେଲା, ହାରାହାରି ସାପ୍ତାହିକ ମାମଲା ସର୍ବାଧିକ ୪୨,୦୦୦ ଓ ସର୍ବନିମ୍ନ ୩୪,୮୦୦ ମଧ୍ୟରେ ହ୍ରାସବୃଦ୍ଧି ହୋଇଚାଲିଛି । ସେହିଭଳି ଗତ ୪ ସପ୍ତାହ ହେଲା, କେରଳରେ ସାପ୍ତାହିକ ପଜିଟିଭିଟି ହାର ୧୩.୯%ରୁ ୮.୯% ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି । କେରଳର ଆଲାପୁଝା ଜିଲ୍ଲାକୁ ନେଇ ଚିନ୍ତା ବଢ଼ିଛି, ଯେଉଁଠି ସାପ୍ତାହିକ ପଜିଟିଭିଟି ହାର ୧୦.୭%କୁ ବୃଦ୍ଧି ପାଇଛି ଏବଂ ସାପ୍ତାହିକ ମାମଲା ୨,୮୩୩କୁ ବଢ଼ିଛି । 
ମହାରାଷ୍ଟ୍ରରେ ଗତ ୪ ସପ୍ତାହ ହେଲା ସାପ୍ତାହିକ ମାମଲାରେ ବୃଦ୍ଧି ଧାରା ଦେଖିବାକୁ ମିଳିଛି ଏବଂ ଏହା ୧୮,୨୦୦ରୁ ୨୧,୩୦୦କୁ ବୃଦ୍ଧି ପାଇଛି; ଯେବେ କି ସାପ୍ତାହିକ ପଜିଟିଭିଟି ହାର ୪.୭%ରୁ ୮%କୁ ବୃଦ୍ଧି ପାଇଛି । ମୁମ୍ବାଇ ସବଅର୍ବାନ ଅଞ୍ଚଳକୁ ନେଇ ଚିନ୍ତା ବଢ଼ିଛି । କାରଣ ସେଠାରେ ସାପ୍ତାହିକ ମାମଲା ୧୯% ବୃଦ୍ଧି ପାଇଛି । ନାଗପୁର, ଅମରାବତୀ, ନାସିକ, ଆକୋଲା ଏବଂ ୟବଟମାଲରେ ସାପ୍ତାହିକ ମାମଲା ଯଥାକ୍ରମେ ୩୩%, ୪୭%, ୨୩%, ୫୫% ଓ ୪୮% ବୃଦ୍ଧି ପାଇଛି । 
  
କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଦୃଷ୍ଟିରୁ ପଂଜାବରେ ସ୍ଥିତି ଜଟିଳ ହେବାରେ ଲାଗିଛି । ରାଜ୍ୟରେ ଗତ ୪ ସପ୍ତାହରେ ସପ୍ତାହିକ ପଜିଟିଭିଟି ହାର ୧.୪%ରୁ ୧.୬%କୁ ବୃଦ୍ଧି ପାଇଛି, ଯେବେ କି ଗତ ୪ ସପ୍ତାହ ମଧ୍ୟରେ ସାପ୍ତାହିକ ମାମଲା ୧,୩୦୦ରୁ ୧,୬୮୨ କୁ ବୃଦ୍ଧି ପାଇଛି । ଗୋଟିଏ ଜିଲ୍ଲା ଏସବିଏସ ନଗରରେ ସାପ୍ତାହିକ ପଜିଟିଭି ହାର ୩.୫%ରୁ ୪.୯%କୁ ବୃଦ୍ଧି ପାଇଛି ଏବଂ ସାପ୍ତାହିକ ମାମଲା ଦୁଇଗୁଣ ହୋଇ ୧୬୫ରୁ ୩୬୪କୁ ବୃଦ୍ଧି ପାଇଛି । 
୫ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭିଟି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ଜାତୀୟ ହାର ୧.୭୯% ରହିଛି । ମହାରାଷ୍ଟ୍ରରେ ସାପ୍ତାହିକ ପଜିଟିଭିଟି ହାର ସର୍ବାଧିକ ୮.୧୦% ରହିଛି । 
କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ୫ଟି କ୍ଷେତ୍ରରେ ଧ୍ୟାନ ଦେବାକୁ କୁହାଯାଇଛି । ସେଗୁଡ଼ିକ ହେଲା:            ଆରଟି-ପିସିଆର ଟେଷ୍ଟ ମାତ୍ରା ବଢ଼ାଇ ସାମଗ୍ରିକ ଟେଷ୍ଟିଙ୍ଗ ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ । ସମସ୍ତ ନେଗେଟିଭ ରାପିଡ ଆଣ୍ଟିଜେନ ଟେଷ୍ଟ ଫଳାଫଳ ପରେ ବାଧ୍ୟତାମୂଳକ ଭାବେ ଆରଟି-ପିସିଆର ଟେଷ୍ଟ କରାଇବା ଜରୁରି । ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସୁଥିବା ଲୋକମାନଙ୍କୁ ଆରଟି-ପିସିଆର ଟେଷ୍ଟ ନ କରାଇ ଛାଡ଼ିଦେବା ଉଚିତ ନୁହେଁ । 
କଠୋର ଓ ବ୍ୟାପକ ନିରୀକ୍ଷଣ ଉପରେ ପୁନଃ ଧ୍ୟାନ ଦେବା ସହିତ କେତେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ କଠୋର କଣ୍ଟେନମେଣ୍ଟ ଆବଶ୍ୟକ ରହିଛି । 
ଟେଷ୍ଟିଙ୍ଗ ଜରିଆରେ ନିୟମିତ ମ୍ୟୁଟାସନ ଷ୍ଟ୍ରେନର ତଦାରଖ ପରେ ଜିନୋମ ସିକ୍ୱେନ୍ସିଙ୍ଗ କରାଯିବା ଦରକାର । ଏଥିସହ ମାମଲା ବଢୁଥିବା କ୍ଲଷ୍ଟର ଉପରେ ତଦାରଖ କରାଯିବ । ଅଧିକ କରୋନା ମୃତ୍ୟୁ ଦେଖାଦେଉଥିବା ଜିଲ୍ଲାଗୁଡ଼ିକରେ କ୍ଲିନିକାଲ ମ୍ୟାନେଜମେଣ୍ଟ ଉପରେ ଧ୍ୟାନ ଦିଆଯିବ । 
କୋଭିଡ ଟିକାକରଣ ପ୍ରସଙ୍ଗ ଦୃଷ୍ଟିରୁ ଭାରତର ମୋଟ ଟିକାକରଣ କଭରେଜ ୧.୧୦ କୋଟିକୁ ବୃଦ୍ଧି ପାଇଛି । ୨୦୨୧ ଫେବୃଆରୀ ୧୮ ସକାଳ ୮ଟା ପର୍ଜୀ ୨,୩୦,୮୮୮ ସେସନ ଜରିଆରେ ମୋଟ ୧,୧୦,୮୫,୧୭୩ ଟିକା ଡୋଜ ଦିଆଯାଇଛି । ଏଥିରେ ୬୩,୯୧,୫୪୪ ସ୍ୱାସ୍ଥ୍ୟକର୍ମୀ (ପ୍ରଥମ ଡୋଜ), ୯,୬୦,୬୪୨ ସ୍ୱାସ୍ଥ୍ୟ କର୍ମୀ (ଦ୍ୱିତୀୟ ଡୋଜ) ଓ ୩୭,୩୨,୯୮୭ ଫ୍ରଣ୍ଟଲାଇନ କର୍ମଚାରୀ (ପ୍ରଥମ ଡୋଜ) ରହିଛନ୍ତି । 
          ୨୦୨୧ ଫେବ୍ରୁଆରୀ ୧୩ରେ କୋଭିଡ-୧୯ ଟିକାର ଦ୍ୱିତୀୟ ଡୋଜ ଦିଆଯିବା ଅଭିଯାନ ଆରମ୍ଭ ହୋଇଥିଲା । ପ୍ରଥମ ଡୋଜ ନେବାର ୨୮ ଦିନ ପୂରଣ କରିଥିବା ହିତାଧିକାରୀଙ୍କ ପାଇଁ ଏହା ଆରମ୍ଭ ହୋଇଥିଲା । ୨୦୨୧ ଫେବ୍ରୁଆରୀ ୨ରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କର ଟିକାକରଣ ଆରମ୍ଭ ହୋଇଥିଲା । 
	
		
			| 
			 S. 
			No. 
			 | 
			
			   
			State/UT 
			 | 
			
			 Beneficiaries vaccinated 
			 | 
		 
		
			| 
			 1stDose 
			 | 
			
			 2ndDose 
			 | 
			
			 Total Doses 
			 | 
		 
		
			| 
			 1 
			 | 
			
			 A&N Islands 
			 | 
			
			 4,846 
			 | 
			
			 1,306 
			 | 
			
			 6,152 
			 | 
		 
		
			| 
			 2 
			 | 
			
			 Andhra Pradesh 
			 | 
			
			 4,07,935 
			 | 
			
			 85,536 
			 | 
			
			 4,93,471 
			 | 
		 
		
			| 
			 3 
			 | 
			
			 Arunachal Pradesh 
			 | 
			
			 19,702 
			 | 
			
			 4,041 
			 | 
			
			 23,743 
			 | 
		 
		
			| 
			 4 
			 | 
			
			 Assam 
			 | 
			
			 1,53,259 
			 | 
			
			 11,050 
			 | 
			
			 1,64,309 
			 | 
		 
		
			| 
			 5 
			 | 
			
			 Bihar 
			 | 
			
			 5,22,379 
			 | 
			
			 38,964 
			 | 
			
			 5,61,343 
			 | 
		 
		
			| 
			 6 
			 | 
			
			 Chandigarh 
			 | 
			
			 12,953 
			 | 
			
			 795 
			 | 
			
			 13,748 
			 | 
		 
		
			| 
			 7 
			 | 
			
			 Chhattisgarh 
			 | 
			
			 3,40,557 
			 | 
			
			 20,668 
			 | 
			
			 3,61,225 
			 | 
		 
		
			| 
			 8 
			 | 
			
			 Dadra  &Nagar Haveli 
			 | 
			
			 4,939 
			 | 
			
			 244 
			 | 
			
			 5,183 
			 | 
		 
		
			| 
			 9 
			 | 
			
			 Daman  &Diu 
			 | 
			
			 1,735 
			 | 
			
			 213 
			 | 
			
			 1,948 
			 | 
		 
		
			| 
			 10 
			 | 
			
			 Delhi 
			 | 
			
			 2,94,081 
			 | 
			
			 17,329 
			 | 
			
			 3,11,410 
			 | 
		 
		
			| 
			 11 
			 | 
			
			 Goa 
			 | 
			
			 15,070 
			 | 
			
			 1,113 
			 | 
			
			 16,183 
			 | 
		 
		
			| 
			 12 
			 | 
			
			 Gujarat 
			 | 
			
			 8,21,940 
			 | 
			
			 60,130 
			 | 
			
			 8,82,070 
			 | 
		 
		
			| 
			 13 
			 | 
			
			 Haryana 
			 | 
			
			 2,08,308 
			 | 
			
			 23,987 
			 | 
			
			 2,32,295 
			 | 
		 
		
			| 
			 14 
			 | 
			
			 Himachal Pradesh 
			 | 
			
			 94,897 
			 | 
			
			 12,076 
			 | 
			
			 1,06,973 
			 | 
		 
		
			| 
			 15 
			 | 
			
			 Jammu & Kashmir 
			 | 
			
			 2,00,695 
			 | 
			
			 6,731 
			 | 
			
			 2,07,426 
			 | 
		 
		
			| 
			 16 
			 | 
			
			 Jharkhand 
			 | 
			
			 2,52,634 
			 | 
			
			 11,325 
			 | 
			
			 2,63,959 
			 | 
		 
		
			| 
			 17 
			 | 
			
			 Karnataka 
			 | 
			
			 5,40,868 
			 | 
			
			 1,13,430 
			 | 
			
			 6,54,298 
			 | 
		 
		
			| 
			 18 
			 | 
			
			 Kerala 
			 | 
			
			 3,99,064 
			 | 
			
			 38,829 
			 | 
			
			 4,37,893 
			 | 
		 
		
			| 
			 19 
			 | 
			
			 Ladakh 
			 | 
			
			 5,631 
			 | 
			
			 600 
			 | 
			
			 6,231 
			 | 
		 
		
			| 
			 20 
			 | 
			
			 Lakshadweep 
			 | 
			
			 1,809 
			 | 
			
			 115 
			 | 
			
			 1,924 
			 | 
		 
		
			| 
			 21 
			 | 
			
			 Madhya Pradesh 
			 | 
			
			 6,40,805 
			 | 
			
			 3,778 
			 | 
			
			 6,44,583 
			 | 
		 
		
			| 
			 22 
			 | 
			
			 Maharashtra 
			 | 
			
			 8,75,752 
			 | 
			
			 46,976 
			 | 
			
			 9,22,728 
			 | 
		 
		
			| 
			 23 
			 | 
			
			 Manipur 
			 | 
			
			 40,215 
			 | 
			
			 1,711 
			 | 
			
			 41,926 
			 | 
		 
		
			| 
			 24 
			 | 
			
			 Meghalaya 
			 | 
			
			 23,877 
			 | 
			
			 629 
			 | 
			
			 24,506 
			 | 
		 
		
			| 
			 25 
			 | 
			
			 Mizoram 
			 | 
			
			 14,627 
			 | 
			
			 2,241 
			 | 
			
			 16,868 
			 | 
		 
		
			| 
			 26 
			 | 
			
			 Nagaland 
			 | 
			
			 21,526 
			 | 
			
			 3,909 
			 | 
			
			 25,435 
			 | 
		 
		
			| 
			 27 
			 | 
			
			 Odisha 
			 | 
			
			 4,38,127 
			 | 
			
			 94,966 
			 | 
			
			 5,33,093 
			 | 
		 
		
			| 
			 28 
			 | 
			
			 Puducherry 
			 | 
			
			 9,251 
			 | 
			
			 853 
			 | 
			
			 10,104 
			 | 
		 
		
			| 
			 29 
			 | 
			
			 Punjab 
			 | 
			
			 1,22,429 
			 | 
			
			 13,859 
			 | 
			
			 1,36,288 
			 | 
		 
		
			| 
			 30 
			 | 
			
			 Rajasthan 
			 | 
			
			 7,82,701 
			 | 
			
			 38,358 
			 | 
			
			 8,21,059 
			 | 
		 
		
			| 
			 31 
			 | 
			
			 Sikkim 
			 | 
			
			 11,865 
			 | 
			
			 700 
			 | 
			
			 12,565 
			 | 
		 
		
			| 
			 32 
			 | 
			
			 Tamil Nadu 
			 | 
			
			 3,39,686 
			 | 
			
			 31,160 
			 | 
			
			 3,70,846 
			 | 
		 
		
			| 
			 33 
			 | 
			
			 Telangana 
			 | 
			
			 2,80,973 
			 | 
			
			 87,159 
			 | 
			
			 3,68,132 
			 | 
		 
		
			| 
			 34 
			 | 
			
			 Tripura 
			 | 
			
			 82,369 
			 | 
			
			 11,587 
			 | 
			
			 93,956 
			 | 
		 
		
			| 
			 35 
			 | 
			
			 Uttar Pradesh 
			 | 
			
			 10,66,290 
			 | 
			
			 85,752 
			 | 
			
			 11,52,042 
			 | 
		 
		
			| 
			 36 
			 | 
			
			 Uttarakhand 
			 | 
			
			 1,30,908 
			 | 
			
			 7,146 
			 | 
			
			 1,38,054 
			 | 
		 
		
			| 
			 37 
			 | 
			
			 West Bengal 
			 | 
			
			 6,33,271 
			 | 
			
			 49,786 
			 | 
			
			 6,83,057 
			 | 
		 
		
			| 
			 38 
			 | 
			
			 Miscellaneous 
			 | 
			
			 3,06,557 
			 | 
			
			 31,590 
			 | 
			
			 3,38,147 
			 | 
		 
		
			| 
			 Total 
			 | 
			
			 1,01,24,531 
			 | 
			
			 9,60,642 
			 | 
			
			 1,10,85,173 
			 | 
		 
	
 
  
ଟିକାକରଣ ଅଭିଯାନର ୩୬ତମ ଦିନ (୨୦୨୧ ଫେବ୍ରୁଆରୀ ୨୦)ରେ ମୋଟ ୪,୩୨,୯୩୧ ଟିକା ଡୋଜ ଦିଆଯାଇଛି । ଏଥିରୁ ୨,୫୬,୪୮୮ ହିତାଧିକାରୀଙ୍କୁ ୮,୫୭୫ ସେସନରେ ପ୍ରଥମ ଡୋଜ (ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମଚାରୀ) ଦିଆଯାଇଥିଲା । ୧,୭୬,୪୪୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । 
            ଦ୍ୱିତୀୟ ଡୋଜ ନେଇଥିବା ହିତାଧିକାରୀଙ୍କ ମଧ୍ୟରୁ ୬୦.୦୪% ୭ଟି ରାଜ୍ୟରୁ ରହିଛନ୍ତି । ଏଥିରୁ କର୍ଣ୍ଣାଟକର ଅଂଶ ୧୧.୮୧% (୧,୧୩,୪୩୦ ଡୋଜ) ରହିଛି । 
  
ଦେଶରେ ଏ ପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ମୋଟ ୧.୦୬ କୋଟି (୧,୦୬,୮୯,୭୧୫) ଲୋକ ସୁସ୍ଥ ହୋଇସାରିଲେଣି । ୧୧,୬୬୭ ରୋଗୀ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । ଭାରତର ଆରୋଗ୍ୟ ହାର ୯୭.୨୫% ରହିଛି, ଯାହା କି ବିଶ୍ୱରେ ସର୍ବାଧିକ । 
ନୂଆ ଆରୋଗ୍ୟ ମାମଲା ମଧ୍ୟରେ ୮୧.୬୫% ୫ ରାଜ୍ୟରୁ ରହିଛନ୍ତି । 
କେରଳରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫,୮୪୧ ରୋଗୀ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୨,୫୬୭ ଲୋକ ସୁସ୍ଥ ହୋଇଥିବା ବେଳେ ତାମିଲନାଡୁରେ ୪୫୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । 
  
ନୂଆ ଆକ୍ରାନ୍ତ ମାମଲା ମଧ୍ୟରୁ ୮୫.୬୧% ୫ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି । 
  
ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୬,୨୮୧ ନୂଆ ମାମଲା ଚିହ୍ନଟ କରାଯାଇଛି । ଏହା ପଛକୁ ଥିବା କେରଳରେ ୪,୬୫୦ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ କର୍ଣ୍ଣାଟକରେ ୪୯୦ ନୂଆ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ମାମଲା ମଧ୍ୟରୁ ୭୭% ମହାରାଷ୍ଟ୍ର ଓ କେରଳରୁ ଚିହ୍ନଟ କରାଯାଇଛି । 
  
ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୨୨ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କୋଭିଡ-୧୯ ମୃତ୍ୟୁ ଘଟଣା ସାମ୍ନାକୁ ଆସିନାହିଁ । ଏଗୁଡ଼ିକ ହେଉଛି ଗୁଜରାଟ, ଓଡ଼ିଶା, ଜମ୍ମୁ-କାଶ୍ମୀର (କେନ୍ଦ୍ରଶାସିତ ଅଞ୍ଚଳ), ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ, ଗୋଆ, ଝାଡ଼ଖଣ୍ଡ, ପୁଡୁଚେରି, ଆସାମ, ମେଘାଳୟ, ଲାକ୍ଷାଦ୍ୱୀପ, ମଣିପୁର, ମିଜୋରାମ, ସିକିମ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ନାଗାଲାଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପ, ତ୍ରିପୁରା, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ଡାମନ ଡିଉ ଏବଂ ଦାଦ୍ରା ଓ ନଗର ହାବେଳି । 
          ଗତ ୨୪ ଘଣ୍ଟାରେ ୧୦୧ କରୋନା ମୃତ୍ୟୁ ରେକର୍ଡ କରାଯାଇଛି । 
ନୂଆ କରୋନା ମୃତ୍ୟୁରେ ୮୦% ୫ଟି ରାଜ୍ୟରୁ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୪୦ ରୋଗୀ ପ୍ରାଣ ହରାଇଥିବା ବେଳେ କେରଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ପଂଜାବରେ ୮ ଜଣଙ୍କ ମୃତ୍ୟୁ ଘଟିଛି । 
  
ଗତ ୨୪ ଘଣ୍ଟାରେ କେବଳ ଗୋଟିଏ ରାଜ୍ୟରେ ୨୦ରୁ ଅଧିକ ମୃତ୍ୟୁ ଘଟିଛି; ୧୦ରୁ ୨୦ ମୃତ୍ୟୁ କେବଳ ଗୋଟିଏ ରାଜ୍ୟରେ ରହିଛି; ୬ରୁ ୧୦ ମୃତ୍ୟୁ ୨ଟି ରାଜ୍ୟରେ ହୋଇଥିବା ବେଳେ ୧୦ ରାଜ୍ୟରେ ୧ରୁ ୫ ଜଣ ପ୍ରାଣ ହରାଇଛନ୍ତି । 
  
************ 
SR 
                         
                        
                         
                        
                         
                        
                            (Release ID: 1699781)
                         
                        
                         
                     |