ରେଳ ମନ୍ତ୍ରଣାଳୟ

ପଶ୍ଚିମବଙ୍ଗର ନିମତିତା ରେଳ ଷ୍ଟେସନରେ ବିସ୍ଫୋରଣ ଘଟଣା ଦୁର୍ଭାଗ୍ୟଜନକ

प्रविष्टि तिथि: 18 FEB 2021 3:01PM by PIB Bhubaneswar

ପୂର୍ବାଞ୍ଚଳ ରେଳବାଇର ମାଲଦାସ୍ଥିତ ନିମତିତା ଷ୍ଟେସନ ପରିସରରେ ଗତକାଲି ରାତି ପ୍ରାୟ 10.20 ସମୟରେ ଏକ ଦୁର୍ଭାଗ୍ୟଜନକ ବିସ୍ଫୋରଣ ଘଟଣା ଘଟିଛି ଏହି ଘଟଣାକୁ ଭାରତୀୟ ରେଳବାଇ ନିନ୍ଦା କରିଛି ।

ରେଳବାଇ ପକ୍ଷରୁ ତୁରନ୍ତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ରେଳବାଇ ପୁଲିସ ବଳ ଏବଂ ଅନ୍ୟ ରେଳବାଇ ଅଧିକାରୀଙ୍କ ଦ୍ଵାରା ଆହତମାନଙ୍କୁ ନିକଟତମ ଡାକ୍ତରଖାନାରେ ପହଞ୍ଚାଯାଇଛି ।

ଏଠାରେ ସୂଚିତ କରାଯାଇପାରେ ଯେ, ଆଇନଶୃଙ୍ଖଳା ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଅଧୀନରେ ଆସୁଛି ଏବଂ ରାଜ୍ୟ ପୁଲିସ ଏଥିପାଇଁ ସଂପୂର୍ଣ୍ଣ ରୂପେ ଦାୟୀ । ରେଳ ଷ୍ଟେସନ ପ୍ଲାଟଫର୍ମର ଆଇନଶୃଙ୍ଖଳା ମଧ୍ୟ ରାଜ୍ୟ ସରକାରଙ୍କ ଜିଆରପି ଅଧୀନରେ ଆସୁଛି ।

ଏହି ସ୍ଥାନ ହାଓଡ଼ା ଏସଆରପିର କ୍ଷେତ୍ର ଅଧୀନରେ ଆସୁଛି । ଆଇପିସି ଧାରା 307, 326 ଏବଂ 120ବି ଅଧୀନରେ ଜିଆରପି ଏକ ମାମଲା ଦାୟର କରିଛି ଯାହାର ସଂଖ୍ୟା 05/2021, ତାରିଖ – 17.02.2021

ଏହି ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ଶ୍ରମ ମନ୍ତ୍ରୀ ଶ୍ରୀ ଜାକିର ହୁସେନଙ୍କ ସହିତ ଅନ୍ୟ 25 ଜଣ ଆହତ ହୋଇଛନ୍ତି । ପରେ ଆହତ ବ୍ୟକ୍ତିଙ୍କ ମଧ୍ୟରୁ 10 ଜଣଙ୍କୁ କୋଲକାତା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

 

**********

TRP/

 


(रिलीज़ आईडी: 1699637) आगंतुक पटल : 114
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Bengali , Punjabi , Tamil