ପ୍ରତିରକ୍ଷା ମନ୍ତ୍ରଣାଳୟ

ଡିଆରଡିଓ ଦ୍ଵାରା ବିକଶିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲ ସିଷ୍ଟମ୍ସ ‘ହେଲିନା’ ଏବଂ ‘ଧ୍ରୁବାସ୍ତ୍ର’ର ସଫଳ ବ୍ୟବହାରିକ ପରୀକ୍ଷଣ

Posted On: 19 FEB 2021 3:29PM by PIB Bhubaneshwar

­ହେଲିନା (ସ୍ଥଳସେନା ସଂସ୍କରଣ) ଏବଂ ଧ୍ରୁବାସ୍ତ୍ର (ବାୟୁସେନା ସଂସ୍କରଣ) କ୍ଷେପଣାସ୍ତ୍ର ପ୍ରଣାଳୀ (ମିଶାଇଲ ସିଷ୍ଟମ୍ସ)ର ମିଳିତ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଧୁନିକ ଲାଇଟ ହେଲିକପ୍ଟର (ଏଏଲଏଚ) ପ୍ଲାଟଫର୍ମରୁ ଡେଜଟ ରେଞ୍ଜରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ର ପ୍ରଣାଳୀକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ସ୍ଵଦେଶୀ ଭାବେ ଡିଜାଇନ ଓ ବିକଶିତ କରାଯାଇଛି

ସର୍ବାଧିକ ଓ ସର୍ବନିମ୍ନ ରେଞ୍ଜରେ ମିଶାଇଲ କ୍ଷମତାର ମୂଲ୍ୟାଙ୍କନ କରିବା ଲାଗି ପାଞ୍ଚଟି ମିଶନ ପରିଚାଳନା କରାଯାଇଥିଲା । ମିଶାଇଲଗୁଡିକୁ ବାସ୍ତବବାଦୀ, ସ୍ଥିର ଏବଂ ଚଳତକ୍ଷମ ଲକ୍ଷ୍ୟ ଦିଗରେ ହୋଭର ଏବଂ ମେକ୍ସ ଫରୱାର୍ଡ ଫ୍ଲାଇଟରେ ଫାୟାର କରାଯାଇଥିଲା । କେତେକ ମିଶନ ପରିତ୍ୟକ୍ତ ହୋଇସାରିଥିବା ଟ୍ୟାଙ୍କ ବିରୁଦ୍ଧରେ ୱାର ହେଡ୍ସ ଜରିଆରେ କରାଯାଇଥିଲା । ସେହିପରି ଆଗରେ ଉଡୁଥିବା ହେଲିକପ୍ଟରରୁ ଚଳତମାନ ଲକ୍ଷ୍ୟ ଦିଗରେ ମିଶନ ଚାଳନା କରାଯାଇଥିଲା ।

ହେଲିନା ଏବଂ ଧ୍ରୁବାସ୍ତ୍ର ହେଉଛନ୍ତି ତୃତୀୟ ପିଢିର, ଲକ ଅନ ବିଫୋର ଲଞ୍ଚ (ଏଲଓବିଏଲ) ଫାୟାର ଏଣ୍ଡ ଫରଗେଟ ଆଣ୍ଟି-ଟ୍ୟାଙ୍କ ଗାଇଡେଡ ମିଶାଇଲ । ଏଗୁଡିକ ଡାଇରେକ୍ଟ ହିଟ ମୋଡ (ପ୍ରତ୍ୟକ୍ଷ ଲକ୍ଷ୍ୟ ଭେଦ) ସହିତ ଟପ ଆଟାକ ମୋଡ ଉଭୟ ଜରିଆରେ ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ । ଏହି ପ୍ରଣାଳୀରେ ସମସ୍ତ ଋତୁ ଏବଂ ଦିନ ଓ ରାତି କାର୍ଯ୍ୟ କରିବାର କ୍ଷମତା ରହିଛି । ଏହା ପାରମ୍ପରିକ କବଚ ଥିବା ଟ୍ୟାଙ୍କ ସହିତ ବିସ୍ଫୋରକ ପ୍ରତିକ୍ରିୟାଶୀଳ କବଚ ଥିବା ଯୁଦ୍ଧ ଟ୍ୟାଙ୍କଗୁଡିକୁ ପରାସ୍ତ କରିବାର କ୍ଷମତା ମଧ୍ୟ ଏହି କ୍ଷେପଣାସ୍ତ୍ର ନିକଟରେ ରହିଛି । ଏହା ବିଶ୍ଵର ସବୁଠାରୁ ଉନ୍ନତ ଆଣ୍ଟି-ଟ୍ୟାଙ୍କ ଅସ୍ତ୍ର ମଧ୍ୟରୁ ଅନ୍ୟତମ । ଏବେ ଏହି ମିଶାଇଲକୁ ସେନାରେ ସାମିଲ କରିବା ଲାଗି ପ୍ରସ୍ତୁତ କରାଯାଉଛି ।

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏହି ଉପଲବ୍ଧି ଲାଗି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ), ସ୍ଥଳସେନା ଓ ବାୟୁସେନାକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଓ ଡିଆରଡିଓ ଅଧ୍ୟକ୍ଷ ଡଃ ସତୀଶ ରେଡ୍ଡୀ ଏହି ସଫଳ ପରୀକ୍ଷଣରେ ସାମିଲ ହୋଇଥିବା ଦଳଗୁଡିକୁ ପ୍ରସଂଶା କରିଥିଲେ ।

**********

TRP/



(Release ID: 1699520) Visitor Counter : 255