ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ପରୀକ୍ଷା ପେ ଚର୍ଚ୍ଚା 2021ର ଚତୁର୍ଥ ସଂସ୍କରଣ ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟା ଆଜିଠାରୁ ଆରମ୍ଭ: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଚଳିତ ବର୍ଷ ପରୀକ୍ଷା ପେ ଚର୍ଚ୍ଚା ହେବ ଭର୍ଚୁଆଲ ପଦ୍ଧତିରେ

କୋଟି କୋଟି ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଭାରତ ଓ ଭାରତ ବାହାରୁ ଭର୍ଚୁଆଲ ମାଧ୍ୟମରେ ଅଂଶ ଗ୍ରହଣ କରିବେ

ଅନଲାଇନ ପ୍ରତିଯୋଗିତା ଭିତ୍ତିରେ ଅଂଶ ଗ୍ରହଣକାରୀ ବଛାଯିବ

ମୋ ସରକାର ଉପରେ ପ୍ରଶ୍ନ ଛାତ୍ରଛାତ୍ରୀଙ୍କଠାରୁ ଆହ୍ୱାନ

ମନୋନୀତ ପ୍ରଶ୍ନାବଳୀ ମୁଖ୍ୟ ଇଭେଣ୍ଟରେ ସ୍ଥାନ ପାଇବ

Posted On: 18 FEB 2021 10:49AM by PIB Bhubaneshwar

ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଅଭିଭାବକମାନଙ୍କ ସହ ସାମାଜିକ ଗଣମାଧ୍ୟମ ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା-2021 ଚତୁର୍ଥ ସଂସ୍କରଣ ନିମନ୍ତେ ପଞ୍ଜୀକରଣ ଆଜିଠାରୁ ଆରମ୍ଭ ହେବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ (ନିଶଙ୍କ) ଏହା ଆଜି (18.୦୨.21) ଘୋଷଣା କରିଛନ୍ତି

ପରୀକ୍ଷା ପେ ଚର୍ଚ୍ଚା ଏକ ବହୁ ପ୍ରତିକ୍ଷିତ ବାର୍ଷିକ କାର୍ଯ୍ୟକ୍ରମ ଯେଉଁଥିରେ ପ୍ରଧାନମନ୍ତ୍ରୀ ବିଦ୍ୟାର୍ଥୀ, ଶିକ୍ଷକ ଅଭିଭାବକମାନଙ୍କ ସହ ପରୀକ୍ଷା ସମ୍ବଳିତ ବିଭିନ୍ନ ମାନସିକ ଉଦବେଳନ ସମସ୍ୟା ସମ୍ପର୍କରେ ତାଙ୍କ ସ୍ୱଭାବ ସୁଲଭ ଢ଼ଙ୍ଗରେ ଲାଇଭ କାର୍ଯ୍ୟକ୍ରମ ଜରିଆରେ ଉତ୍ତର ଦେଇଥାନ୍ତି ଏଥର କାର୍ଯ୍ୟକ୍ରମ ଭର୍ଚ୍ଚୁଆଲ ମୋଡରେ ପରିଚାଳିତ ହେବ ବୋଲି ଶ୍ରୀ ପୋଖରିଆଲ କହିଛନ୍ତି ସେ ଆହୁରି କହିଛନ୍ତି ଯେ ପରୀକ୍ଷାରେ ମାନସିକ ଚାପ ସମ୍ପର୍କିତ ପ୍ରଶ୍ନାବଳୀ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କଠାରୁ ମାଇଗଭ ପ୍ଲାଟଫର୍ମ ଜରିଆରେ ଆମନ୍ତ୍ରଣ କରାଯିବ ମନୋନୀତ ପ୍ରଶ୍ନଗୁଡିକ କାର୍ଯ୍ୟକ୍ରମରେ ସ୍ଥାନ ପାଇବ ମାଇଗଭ ପ୍ଲାଟଫର୍ମ ଜରିଆରେ କରାଯାଉଥିବା ଏକ ଅନଲାଇନ ସୃଜନଶୀଳ ଲିଖନ ପ୍ରତିଯୋଗିତା ମାଧ୍ୟମରେ ଦେଶବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଅଭିଭାବକ ବଛାଯିବେ ବୋଲି ସେ ଜଣାଇଛନ୍ତି ପ୍ରତିଯୋଗିତା ନିମନ୍ତେ ଛାତ୍ରଛାତ୍ରୀ, ଶିକ୍ଷକ ଅଭିଭାବକଙ୍କ ନିମନ୍ତେ ଭିନ୍ନ ଭିନ୍ନ ବିଷୟ ଦିଆଯିବ ଆବେଦନକାରୀ ସେମାନଙ୍କ ପ୍ରଶ୍ନ ପ୍ଲାଟଫର୍ମରେ ମଧ୍ୟ ସ୍ଥାନିତ କରିପାରିବେ ମନୋନୀତ ଅଂଶଗ୍ରହଣକାରୀମାନେ ଅନଲାଇନରେ ସେମାନଙ୍କ ନିଜ ନିଜ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରୁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ ସେମାନଙ୍କୁ ଏକ ପିପିସି କିଟ୍ (ପରୀକ୍ଷା ପେ ଚର୍ଚ୍ଚା କିଟ୍ମଧ୍ୟ ଦିଆଯିବ ଅନଲାଇନ ସୃଜନାତ୍ମକ ଲେଖା ପାଇଁ ପୋର୍ଟାଲ ମାର୍ଚ୍ଚ 14, 2021 ପର୍ଯ୍ୟନ୍ତ ଖୋଲା ଯିବ ବୋଲି ସେ କହିଛନ୍ତି

ପୋର୍ଟାଲର ଲିଙ୍କ ପାଇବା ପାଇଁ ଏଠାରେ କ୍ଲିକ କରନ୍ତୁ-

https://innovateindia.mygov.in/ppc-2021/

ଛାତ୍ରଛାତ୍ରୀଙ୍କ ନିମନ୍ତେ ମାଇ ଗଭ ପ୍ରତିଯୋଗିତାର ସୃଜନାତ୍ମକ ଲିଖନ ପାଇଁ ବିଷୟ

ବିଷୟ 1- ପରୀକ୍ଷା ସବୁ ପର୍ବପର୍ବାଣି ଭଳି, ତାକୁ ପାଳନ କରନ୍ତୁ

କାର୍ଯ୍ୟ: ନିଜର ମନମୁତାବକ ଏକ ପର୍ବର ଦୃଶ୍ୟ ଅଙ୍କନ କରନ୍ତୁ

ବିଷୟ 2- ଭାରତ ଅତୁଳନୀୟ, ଭ୍ରମଣ କର ଏହାକୁ ଖୋଜ

କାର୍ଯ୍ୟ: ଭାବି ନିଅନ୍ତୁ ଆପଣଙ୍କ ବନ୍ଧୁ ତିନି ଦିନ ପାଇଁ ଆପଣଙ୍କ ସହରକୁ ଆସିଛନ୍ତି ପ୍ରତ୍ୟେକ ବିଭାଗରେ ତାଙ୍କ ସ୍ମୃତିପଟରେ କେଉଁ ସବୁ ବିଷୟ ଆପଣ ସୃଷ୍ଟି କରିବେ

  • ଦେଖିବାକୁ ଥିବା ସ୍ଥାନ: (ପାଞ୍ଚଶହ ଶବ୍ଦ ମଧ୍ୟରେ ସୀମିତ)
  • ମନ ମୁତାବକ ଖାଦ୍ୟ: (ପାଞ୍ଚଶହ ଶବ୍ଦ ମଧ୍ୟରେ ସୀମିତ)
  • ସ୍ମରଣୀୟ ଅଭିଜ୍ଞତା: (ପାଞ୍ଚଶହ ଶବ୍ଦ ମଧ୍ୟରେ ସୀମିତ)

ବିଷୟ 3- ଜଣକର ଭ୍ରମଣ ଶେଷ ହେଲେ ଅନ୍ୟ ଜଣଙ୍କର ଆରମ୍ଭ

କାର୍ଯ୍ୟ: 1500 ଶବ୍ଦ ମଧ୍ୟରେ ତୁମ ବିଦ୍ୟାଳୟର ସବୁଠାରୁ ସ୍ମରଣୀୟ ଘଟଣାର ବର୍ଣ୍ଣନା

ବିଷୟ 4- ଆକାଂକ୍ଷା, କେବଳ ହେବା ପାଇଁ ନୁହଁ, କିଛି କରିବା ପାଇଁ

କାର୍ଯ୍ୟ: ଯଦି ଅର୍ଥ ସୁଯୋଗର କୌଣସି କଟକଣା ନଥାଏ ଆପଣ ସମାଜ ପାଇଁ କଣ କାହିଁକି କରିବେ? ପନ୍ଦର ଶହ ଶବ୍ଦ ମଧ୍ୟରେ ଏକ ଲେଖା ଦିଅନ୍ତୁ

ବିଷୟ 5- କୃତଜ୍ଞ ରୁହ

କାର୍ଯ୍ୟ: ପାଞ୍ଚ ଶହ ଶବ୍ଦ ମଧ୍ୟରେ ଯାହାଙ୍କ ନିକଟରେ ଆପଣ କୃତଜ୍ଞ ତାଙ୍କ ପାଇଁ କୃତଜ୍ଞତାର ପତ୍ର ଲେଖ

ଶିକ୍ଷକଙ୍କ ନିମନ୍ତେ

ବିଷୟ: ଅନଲାଇନ ଶିକ୍ଷା ପଦ୍ଧତିଏହାର ସୁବିଧା କଣ ଏହାକୁ କିପରି ଆହୁରି ଉନ୍ନତ କରିହେବ

କାର୍ଯ୍ୟବିଷୟ ଉପରେ 15 ଶହ ଶବ୍ଦ ମଧ୍ୟରେ ଏକ ରଚନା ଲେଖ

ମାତା ପିତା ଅଭିଭାବକଙ୍କ ନିମନ୍ତେ

ବିଷୟ 1- ତମର ଶିକ୍ଷାରେ ପିଲାର ଜୀବନ ଗଠନ ହୁଏ, ଯାହା ତୁମେ ସବୁବେଳେ କହିଥାଅ

କାର୍ଯ୍ୟ: ପିଲାର ଭବିଷ୍ୟତ ପାଇଁ ତମ ମନରେ ଥିବା ଚିନ୍ତାର ଏକ ଗଳ୍ପଲେଖ ତୁମ ପିଲା ଏହାର ପ୍ରଥମ ବାକ୍ୟ ଲେଖୁ ତା ପରେ ପନ୍ଦର ଶହ ଶବ୍ଦ ମଧ୍ୟରେ ନିଜେ ଲେଖ

ବିଷୟ 2- ତୁମ ପିଲାର ସାଙ୍ଗ ହୋଇଯାଅ, ମାନସିକ ଚାପ ଦୂର କର

କାର୍ଯ୍ୟ- ଶହେ ଶବ୍ଦ ମଧ୍ୟରେ ତୁମ ପିଲା ପାଇଁ ଏକ ପୋଷ୍ଟକାର୍ଡରେ ଲେଖ ତାକୁ ଜଣାଅ ଏହା କାହିଁକି ଗୁରତ୍ୱପୂର୍ଣ୍ଣ

 

******************

SM



(Release ID: 1699076) Visitor Counter : 246