ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଫେବୃଆରୀ 19ରେ ବିଶ୍ୱ-ଭାରତୀ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 17 FEB 2021 8:53PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 19, 2021ରେ 11.00ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ-ଭାରତୀ ମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରିବେ ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ ନିଶଙ୍କ ଏବଂ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସଞ୍ଜୟ ଧୋତ୍ରେ ଏହି ଅବସରରେ ଯୋଗଦେବେ ସମାରୋହରେ ସମୁଦାୟ 2535 ଛାତ୍ରଛାତ୍ରୀ ସେମାନଙ୍କ ଡିଗ୍ରୀ ପ୍ରାପ୍ତ କରିବେ

ବିଶ୍ଵ-ଭାରତୀ ସମ୍ବନ୍ଧରେ

ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଦ୍ଵାରା 1921 ମସିହାରେ ବିଶ୍ଵ-ଭାରତୀ ପ୍ରତିଷ୍ଠିତ ହୋଇଥିଲା ଏହା ଦେଶର ସର୍ବ ପୁରାତନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସଂସଦର ଏକ ଅଧିନିୟମ ଦ୍ଵାରା ମେ’ 1951ରେ ବିଶ୍ୱ-ଭାରତୀକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଭାବେ ଘୋଷଣା କରାଯାଇଥିଲା ଗୁରୁଦେବ ଟାଗୋରଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷାଦାନ ପଦ୍ଧତିକୁ ବିଶ୍ୱବିଦ୍ୟାଳୟ ଅନୁସରଣ କରିଥିଲା, ଯଦିଓ ଧୀରେ ଧୀରେ ଏହା ଅନ୍ୟତ୍ର ବିକଶିତ ହେଉଥିବା ଆଧୁନିକ ପ୍ରଣାଳୀର ବିଶ୍ଵବିଦ୍ୟାଳୟଗୁଡିକ ଭଳି ବିକଶିତ ହୋଇଥିଲା ପ୍ରଧାନମନ୍ତ୍ରୀ ଏହି ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ଅଟନ୍ତି

 

**********

TRP/

 

 

 


(ରିଲିଜ ଆଡି: 1698952) ପରିଦର୍ଶକ କାଉଣ୍ଟର : 185