ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆଫଗାନିସ୍ତାନରେ ଲାଲନ୍ଦର "ଶତୁତ" ଡ୍ୟାମ ନିର୍ମାଣ ପାଇଁ ବୁଝାମଣା ସ୍ଵାକ୍ଷରିତ
Posted On:
09 FEB 2021 3:29PM by PIB Bhubaneshwar
ଆଫଗାନିସ୍ତାନରେ ଲାଲନ୍ଦର (ଶତୁତ) ଡ୍ୟାମ ନିର୍ମାଣ ପାଇଁ ବୁଝାମଣା (ଏମଓୟୁ) ସ୍ଵାକ୍ଷରିତ ସମାରୋହ ଫେବୃଆରୀ 09, 2021ରେ ଭିଟିସି ମାଧ୍ୟମରେ ସମ୍ପନ୍ନ ହୋଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଫଗାନିସ୍ତାନ ରାଷ୍ଟ୍ରପତି ମହାମହିମ ଡଃ ମହମ୍ମଦ ଅଶରଫ ଘନିଙ୍କ ଉପସ୍ଥିତିରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଜୟଶଙ୍କର ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମିଷ୍ଟର ହନିଫ ଆତ୍ମର ଏହି ବୁଝାମଣାରେ ସ୍ଵାକ୍ଷର କରିଥିଲେ ।
ଏହି ପ୍ରକଳ୍ପ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ନୂତନ ଭାଗିଦାରୀର ଏକ ଅଂଶ । ଲାଲନ୍ଦର (ଶତୁତ) ଡ୍ୟାମ କାବୁଲ ସହରରେ ସ୍ଵଚ୍ଛ ପାନୀୟ ଜଳର ଆବଶ୍ୟକତା ପୂରଣ କରିବା ସହିତ ନିକଟବର୍ତ୍ତୀ ଅଞ୍ଚଳକୁ ଜଳସେଚନ ପାଇଁ ଜଳ ଯୋଗାଇବ ଓ ବର୍ତ୍ତମାନର ଜଳସେଚନ ଏବଂ ଡ୍ରେନେଜ ପ୍ରଣାଳୀକୁ ପୁନଃ ଥଇଥାନ କରିବାରେ ମଧ୍ୟ ସହାୟକ ହେବ । ଏଥିସହିତ ଏହି ଅଞ୍ଚଳକୁ ବନ୍ୟା ସୁରକ୍ଷା ତଥା ପରିଚାଳନା ଦିଗରେ ସାହାଯ୍ୟ କରିବ ଓ ଏହି ଅଞ୍ଚଳକୁ ବିଦ୍ୟୁତ ଶକ୍ତି ମଧ୍ୟ ଯୋଗାଇବ ।
ଭାରତ-ଆଫଗାନିସ୍ତାନ ବନ୍ଧୁତ୍ଵର ନିଦର୍ଶନ, ସଲମା ଡ୍ୟାମ ଜୁନ୍ 2016ରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଦ୍ଵାରା ଉଦ୍ଘାଟିତ ହେବା ପରେ ଏହା ଦ୍ୱିତୀୟ ପ୍ରମୁଖ ଡ୍ୟାମ ହେବ । ଆଫଗାନିସ୍ତାନର ସାମାଜିକ-ଅର୍ଥନୈତିକ ବିକାଶ ଏବଂ ଦୁଇ ଦେଶ ମଧ୍ୟରେ ସ୍ଥାୟୀ ସହଭାଗୀତା ଦିଗରେ ଭାରତର ଦୃଢ ଓ ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ ଏହି ଲାଲନ୍ଦର (ଶତୁତ) ଡ୍ୟାମ ବୁଝାମଣା ସ୍ଵାକ୍ଷରିତ ହୋଇଛି । ଆଫଗାନିସ୍ତାନ ସହିତ ଆମର ବିକାଶ ସହଯୋଗର ଏକ ଅଂଶ ଭାବରେ ଆଫଗାନିସ୍ତାନର ସମସ୍ତ 34 ଟି ପ୍ରଦେଶ ମଧ୍ୟରେ 400ରୁ ଅଧିକ ପ୍ରକଳ୍ପ ଭାରତ ସମାପ୍ତ କରିଛି ।
ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଏକ ଶାନ୍ତିପୂର୍ଣ୍ଣ, ସ୍ଥିର, ସମୃଦ୍ଧ ତଥା ବିକଶିତ ଆଫଗାନିସ୍ତାନ ନିର୍ମାଣ ଲାଗି ଭାରତର ନିରନ୍ତର ସମର୍ଥନକୁ ନିଶ୍ଚିତ କରିଛନ୍ତି ।
**********
TRP/
(Release ID: 1696610)
Visitor Counter : 309
Read this release in:
Tamil
,
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam