ଅର୍ଥ ମନ୍ତ୍ରଣାଳୟ
2021-22 କେନ୍ଦ୍ର ବଜେଟର ମୁଖ୍ୟାଂଶ
Posted On:
01 FEB 2021 2:10PM by PIB Bhubaneshwar
କେନ୍ଦ୍ର ଅର୍ଥ ଓ କଂପାନୀ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରାମନ ଆଜି ସଂସଦରେ 2021-22 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି । ଏହା ଚଳିତ ଦଶନ୍ଧିର ପ୍ରଥମ ବଜେଟ ଏବଂ ପ୍ରଥମକରି ଡିଜିଟାଲ ମାଧ୍ୟମରେ ଅଭୂତପୂର୍ବ କରୋନା ମହାମାରୀ କାଳରେ ଉପସ୍ଥାପନ କରାଯାଇଛି । ବଜେଟରେ ଆତ୍ମନିର୍ଭର ଭାରତର ଦୃଷ୍ଟି କେନ୍ଦ୍ରିତ କରି ଅର୍ଥମନ୍ତ୍ରୀ କହିଛନ୍ତି ଏହା 130କୋଟି ଭାରତୀୟଙ୍କ ଅଭିବ୍ୟକ୍ତିର ପରିଚାୟକ । ସେ କହିଛନ୍ତି ଯେ ଏହି ଭାରତୀୟଙ୍କର ନିଜର ଦକ୍ଷତା ଓ କୌଶଳ ଉପରେ ପୂର୍ଣ୍ଣ ବିଶ୍ୱାସ ରହିଛି । ବଜେଟ ପ୍ରସ୍ତାବ ଦ୍ୱାରା ସେମାନଙ୍କର ଶକ୍ତି ଅଧିକ ମଜଭୁତ ହେବା ସହିତ ଦେଶର ସଂକଳ୍ପ ପୂରଣରେ ସହାୟକ ହେବ । ଏହି ବଜେଟରେ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା, ଭିତ୍ତିଭୂମିର ସୁଦୃଢୀକରଣ, ମହିଳାଙ୍କ ସଶକ୍ତୀକରଣ ଏବଂ ସମାବେଶୀ ବିକାଶ ଆଦି ବିଭିନ୍ନ ପ୍ରସଙ୍ଗ ଅଗ୍ରାଧିକାର ପାଇଛି । ଆହୁରି ମଧ୍ୟ 2015-16 ବଜେଟରେ ଯେଉଁ 13ଟି କାର୍ଯ୍ୟକ୍ରମକୁ ତ୍ୱରିତ ରୂପାୟକ କରିବାକୁ ସଂକଳ୍ପ ଗ୍ରହଣ କରାଯାଇଥିଲା ତାହା 2022ରେ ଭାରତର ସ୍ୱାଧୀନତା ଲାଭର 75ତମ ବର୍ଷ ପୂର୍ତ୍ତିର ଅମୃତ ମହୋତ୍ସବ କାଳରେ ବାସ୍ତବତାରେ ପରିଣତ ହେବ । ଏଥିରେ ମଧ୍ୟ ଆତ୍ମନିର୍ଭର ଭାରତର ବାଣୀ ପ୍ରତିଧ୍ୱନିତ ହେଉଛି ।
2021-22 ବଜେଟ ପ୍ରସ୍ତାବ 6ଟି ସ୍ତମ୍ଭ ଉପରେ ଆଧାରିତ
1. ସ୍ୱାସ୍ଥ୍ୟ ଏବଂ ୱେଲବିଙ୍ଗ
2. ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି
3. ଆକାଂକ୍ଷୀ ଭାରତ ପାଇଁ ସମାବେଶୀ ବିକାଶ
4. ମାନବ ସମ୍ବଳର ଉପଯୁକ୍ତ ବିକାଶ ଓ ବିନିଯୋଗ
5. ନବସୃଜନ ଓ ଗବେଷଣା ତଥା ଉନ୍ନୟନ
6. ସର୍ବନିମ୍ନ ସରକାର ଓ ସର୍ବାଧିକ ଶାସନ
1. ସ୍ୱାସ୍ଥ୍ୟ ଏବଂ ୱେଲବିଙ୍ଗ
ଏହି କ୍ଷେତ୍ରରେ ଏଥର ବଜେଟରେ ବ୍ୟୟବରାଦ ଯଥେଷ୍ଟ ବଢିଛି । ଗତ ବଜେଟରେ ଏହା 94452 କୋଟି ଥିବାବେଳେ ଏହାକୁ 137 ଶତାଂଶ ବଢାଇ 2,23,846 କୋଟି କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱସ୍ଥ ଭାରତ ଯୋଜନାରେ ଆସନ୍ତା 6 ବର୍ଷରେ 64,180 କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ପ୍ରାଥମିକ, ମାଧ୍ୟମିକ ଓ ତୃତୀୟକ ସ୍ତରର ସେବାଯତ୍ନ ବ୍ୟବସ୍ଥାକୁ ମଧ୍ୟ ମଜଭୁତ କରାଯିବ।
ଏହାଛଡା ଏହି ଯୋଜନାରେ ଏବେ କାର୍ଯ୍ୟକ୍ଷମ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡିକ ସୁଦୃଢ କରାଯିବା ସହିତ ନୂଆ ନୂଆ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନ ସ୍ଥାପନ କରାଯିବ । ନୂଆ ନୂଆ ରୋଗର ଚିକିତ୍ସା ପାଇଁ ଏସବୁ କେନ୍ଦ୍ରରେ ବ୍ୟବସ୍ଥା ରହିବ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଯୋଜନା ବାହାରେ ଏହି ଯୋଜନା ଅତିରିକ୍ତଭାବେ କାର୍ଯ୍ୟ କରିବ । ଏଥିରେ ନିମ୍ନଲିଖିତ ସ୍କିମ୍ମାନ ରହିବ । ସେଗୁଡିକ ହେଲା-
(କ) 77,778 ଗ୍ରାମ୍ୟ ଓ 11,014 ସହରାଞ୍ଚଳ ୱେଲନେସ ସେଣ୍ଟରକୁ ସହାୟତା ।
(ଖ) ଦେଶର ସବୁ ଜିଲାରେ ସର୍ବସାଧାରଣ ସ୍ୱାସ୍ଥ୍ୟ ଲାବରେଟୋରୀ ପ୍ରତିଷ୍ଠା କରାଯିବ । ଏହାଛଡା 11ଟି ରାଜ୍ୟର 3382 ବ୍ଲକରେ ସରକାରୀ ସ୍ୱାସ୍ଥ୍ୟ ୟୁନିଟମାନ ଖୋଲାଯିବ ।
(ଗ) ଦେଶର 602 ଜିଲାରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଳକ ତିଆରି ହେବ ଏବଂ 12ଟି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ମଧ୍ୟ ଏଭଳି ସୁବିଧା ଯୋଗାଇ ଦିଆଯିବ ।
(ଘ) ଜାତୀୟ ଭାଇରୋଲୋଜି ନିୟନ୍ତ୍ରଣ କେନ୍ଦ୍ରର 5ଟି ଆଞ୍ଚଳିକ ଶାଖା ଏବଂ 20ଟି ସହରାଞ୍ଚଳ ସ୍ୱାସ୍ଥ୍ୟ ତଦାରଖକାରୀ ୟୁନିଟକୁ ଅଧିକ ସୁଦୃଢ କରାଯିବ ।
(ଙ) ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲର ସଂପ୍ରସାରଣ ସହିତ ଏସବୁ ସରକାରୀ ସ୍ୱାସ୍ଥ୍ୟ ଲ୍ୟାବ ସହିତ ସଂଯୁକ୍ତ ହେବ ।
(ଚ) ଦେଶର 32ଟି ବିମାନ ବନ୍ଦର, 11ଟି ବନ୍ଦର ଓ 7ଟି ସୀମାନ୍ତ ଘାଟି ନିକଟରେ ଥିବା ସରକାରୀ ଚିକିତ୍ସାଳୟଗୁଡିକୁ ସୁଦୃଢ କରାଯିବ ଓ ଆଉ 17ଟି ନୂଆ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯିବ ।
(ଛ) ଦେଶରେ ଆଉ 15ଟି ଜରୁରୀକାଳୀନ ଅପରେସନ ସେଣ୍ଟର ଓ ଦୁଇ ମୋବାଇଲ ହସ୍ପିଟାଲ ସ୍ଥାପନ କରାଯିବ ।
(ଜ) ସ୍ୱାସ୍ଥ୍ୟ ପାଇଁ ଜାତୀୟ ସ୍ତରରେ ଏକ ପ୍ରତିଷ୍ଠାନ ସ୍ଥାପନ କରାଯିବ ଏବଂ ଦକ୍ଷିଣ ପୂର୍ବ ଏସିଆ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଗବେଷଣା ଶାଖା ଖୋଲାଯିବ । ଦେଶରେ ଥିବା 4ଟି ଜାତୀୟ ଭୂତାଣୁ ଗବେଷଣା ପ୍ରତିଷ୍ଠାନରେ ବାୟୋସେଫ୍ଟି ଲେବଲ 3 ଲ୍ୟାବ ତିଆରି ହେବ ।
ଟିକା:
କରୋନା ଟିକା ପାଇଁ ଏଥର ବଜେଟରେ 35 ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଭାରତରେ ତିଆରି ନ୍ୟୁମୋକୋକାଲ ଟିକା ଯାହା ଏବେ 5ଟି ରାଜ୍ୟରେ ସୀମିତ ରହିଛି ତାହା ସାରା ଦେଶରେ ପ୍ରଦାନ କରାଯିବ । ଶିଶୁମାନଙ୍କ ପାଇଁ ଏହି ଟିକା ଉଦ୍ଦିଷ୍ଟ । ଏହି ଟିକା ପ୍ରଦାନ ଫଳରେ ଦେଶରେ ବାର୍ଷିକ 50 ହଜାର ଶିଶୁ ନିମୋନିଆଜନିତ ମୃତ୍ୟୁରୁ ରକ୍ଷା ପାଇପାରିବେ ।
ପୁଷ୍ଟିସାଧନ
ଦେଶରେ ପୁଷ୍ଟିସାଧନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସରକାର ସପ୍ଲିମେଣ୍ଟାରୀ ନ୍ୟୁଟ୍ରେସନ ପ୍ରୋଗ୍ରାମ ଓ ପୋଷଣ ଅଭିଯାନକୁ ମିଶାଇ ମିଶନ ପୋଷଣ 2.0 ଆରମ୍ଭ କରିବେ । ଏହା ଦେଶର 112ଟି ଆକାଂକ୍ଷୀ ଜିଲାରେ କାର୍ଯ୍ୟକାରୀ ହେବ ।
ଜଳଯୋଗାଣ ଓ ସ୍ୱଚ୍ଛ ଭାରତ ମିଶନକୁ ସାର୍ବଜନୀନ କରାଯିବ
ଅର୍ଥମନ୍ତ୍ରୀ କହିଛନ୍ତି ଯେ ସହରାଞ୍ଚଳ ଜଳଜୀବନ ମିଶନ ଦେଶର ସମସ୍ତ 4378 ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ । ଏହା ମାଧ୍ୟମରେ 2.86 କୋଟି ଲୋକଙ୍କୁ ପାଣିଟ୍ୟାପ୍ ସଂଯୋଗ ଯୋଗାଇ ଦିଆଯିବ । ସେହିଭଳି 500 ଅମୃତ ଯୋଜନଭୁକ୍ତ ନଗରୀରେ ଅଳିଆ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଆହୁରି ମଧ୍ୟ ସହରାଞ୍ଚଳ ସ୍ୱଚ୍ଛ ଭାରତ ମିଶନ ପାଇଁ ମୋଟ 1,41,678 କୋଟି ଟଙ୍କା ଆସନ୍ତା 5 ବର୍ଷ ମଧ୍ୟରେ ଖର୍ଚ୍ଚ ହେବ । ଏହାଛଡା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦେଶର 42ଟି ସହରାଞ୍ଚଳରେ 2217 କୋଟି ଟଙ୍କା ଖର୍ଚ୍ଚ କରାଯିବ । 10 ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବା ସହରରେ ଏହା କାର୍ଯ୍ୟକାରୀ ହେବ ।
ଯାନବାହନର ବୟସ ମଧ୍ୟ ନିର୍ଦ୍ଧାରଣ କରିବାକୁ ବଜେଟରେ ପ୍ରସ୍ତାବ ରହିଛି । ବ୍ୟକ୍ତିଗତ ଯାନ କ୍ଷେତ୍ରରେ ସର୍ବୋଚ୍ଚ 20ବର୍ଷ ଏବଂ ବ୍ୟାବସାୟିକ ଯାନ ପାଇଁ 15 ବର୍ଷ ରଖାଯାଇଛି । ଏହି ସମୟ ପରେ ସଂପୃକ୍ତ ଯାନଗୁଡିକୁ ଅକାମୀ ବା ସ୍କ୍ରାପ୍ ଘୋଷଣା କରାଯିବ ।
2. ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି
ଆତ୍ମନିର୍ଭର ଭାରତ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ) ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ 5 ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ପାଇଁ ଆମ ଦେଶର ମ୍ୟାନୁଫାକଚରିଂ କ୍ଷେତ୍ରର ଅଭିବୃଦ୍ଧି ଦୁଇଅଙ୍କ ବିଶିଷ୍ଟ ହେବା ଜରୁରୀ ଏବଂ ଏଥିରେ ନିରନ୍ତରତା ରକ୍ଷା କରିବାକୁ ପଡିବ । ବିନିର୍ମାଣ କ୍ଷେତ୍ରର କଂପାନୀମାନେ ବିଶ୍ୱର ଯୋଗାଣ ଜଞ୍ଜିରରେ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିବାକୁ ପଡିବ । ଏଥିପାଇଁ ସେମାନଙ୍କୁ ନୂଆ ଟେକ୍ନୋଲଜି ବ୍ୟବହାର କରି ଉତ୍ତମ ମାନର ସାମଗ୍ରୀ ଉତ୍ପାଦନ କରିବାକୁ ହେବ । ଭାରତ ଯେଉଁ ପିଏଲଆଇ ସ୍କିମ୍ ଆରମ୍ଭ କରିଛି ତାହା 13ଟି କ୍ଷେତ୍ର ପାଇଁ ଉଦ୍ଦିଷ୍ଟ । ସଂପୃକ୍ତ ଉଦ୍ୟୋଗୀ ପିଏଲଆଇର ଲାଭ ନେଇ ଆତ୍ମନିର୍ଭର ଭାରତ ଯୋଜନାରେ ସାମିଲ ହେବା ଆବଶ୍ୟକ । ଏହି ଯୋଜନା ପାଇଁ ସରକାର ବଜେଟରେ 1.97 ଲକ୍ଷ କୋଟି ଟଙ୍କା ଆସନ୍ତା 5 ବର୍ଷ ପାଇଁ ବରାଦ କରିଛନ୍ତି ।
ବୟନ
ବୟନ ଉଦ୍ୟୋଗକୁ ବିଶ୍ୱସ୍ତରରେ ଦକ୍ଷ ଏବଂ ପ୍ରତିଯୋଗିତାକ୍ଷମ କରିବା ପାଇଁ ବଜେଟରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ୭ଟି ବୃହତ୍ ନିବେଶଭିତ୍ତିକ ବୟନ ପାର୍କ (ମିତ୍ର) ପ୍ରତିଷ୍ଠା କରାଯିବ । ଏହିସବୁ ପାର୍କକୁ ପିଏଲଆଇ ସ୍କିମରେ ଅନ୍ତର୍ଭୁକ୍ତ କରାଯାଇଛି । ତିନିବର୍ଷରେ ଏହିସବୁ ପାର୍କ ନିର୍ମିତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଭିତ୍ତିଭୂମି
ଭିତ୍ତିଭୂମି ବିକାଶ ପାଇଁ 2019 ବଜେଟରେ ଅର୍ଥମନ୍ତ୍ରୀ ଜାତୀୟ ଭିତ୍ତିଭୂମି ପାଇପ ଲାଇନ ପ୍ରକଳ୍ପ ବା ଏନ୍ଆଇପି ଘୋଷଣା କରିଥିଲେ । ଏ ଧରଣର ଏହା ପ୍ରଥମ ଅଭିନବ ପ୍ରକଳ୍ପ । ପ୍ରାରମ୍ଭିକ ଅବସ୍ଥାରେ ଏଥିରେ 6835ଟି ପ୍ରକଳ୍ପ ଅନ୍ତର୍ଭୁକ୍ତ ହୋଇଥିଲା । ଏବେ ଏହି ସଂଖ୍ୟା 7400କୁ ବୃଦ୍ଧି ପାଇଛି । ପ୍ରାୟ 217ପ୍ରକଳ୍ପ ଯାହାର ମୂଲ୍ୟ 1.10 ଲକ୍ଷ କୋଟି ଟଙ୍କା, ତାହା ଇତିମଧ୍ୟରେ ଏନ୍ଆଇପି ମାଧ୍ୟମରେ ସଂପୂର୍ଣ୍ଣ ହୋଇସାରିଲାଣି ।
ଭିତ୍ତିଭୂମି ଅର୍ଥ ଯୋଗାଣ- ବିକାଶ ବିତ୍ତୀୟ ପ୍ରତିଷ୍ଠାନ (ବିଏଫ୍ଆଇ)
ଭିତ୍ତିଭୂମି ବିକାଶ ପାଇଁ ଦୀର୍ଘମିଆଦି ଋଣ ଯୋଗାଣର ଆବଶ୍ୟକତା ରହିଛି । ସେଥିପାଇଁ ପେସାଦାରୀ ଢଙ୍ଗରେ ଏକ ବିତ୍ତ ବିକାଶ ପ୍ରତିଷ୍ଠାନର ଆବଶ୍ୟକତା ଅଛି । ତାହାକୁ ଦୃଷ୍ଟିରେ ରଖି ଏଭଳି ଏକ ସଂସ୍ଥା ଗଠନ କରାଯିବାର ପରିକଳ୍ପନା ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏଥିପାଇଁ ଏକ ବିଲ୍ ଅଣାଯିବ । ତେବେ ସରକାର ଏ ବାବଦରେ 20 ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ତିନିବର୍ଷ ମଧ୍ୟରେ ଏହି ସଂସ୍ଥା 5 ଲକ୍ଷ କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦେଇପାରିବ ।
ସମ୍ପତ୍ତିକୁ ରୋଜଗାରକ୍ଷମ କରିବା (ଆସେଟ ମନିଟାଇଜେସନ)
ସରକାରଙ୍କର ଯେଉଁ ବିପୁଳ ଭିତ୍ତିଭୂମି ରହିଛି ସେଥିରୁ ଅନେକ ସରକାରଙ୍କୁ ଗୋଟିଏ ପଇସା ଦେବାକୁ ସକ୍ଷମ ହେଉନାହାନ୍ତି । ସେସବୁ ସଂପତ୍ତିକୁ ବିନିଯୋଗ କରି ରୋଜଗାରକ୍ଷମ କରାଇବା ପାଇଁ ସରକାରଙ୍କର ଜାତୀୟ ମନିଟାଇଜେସନ ପାଇପ ଲାଇନ ଯୋଜନା ରହିଛି । ଏ କ୍ଷେତ୍ରରେ ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେଗୁଡିକ ହେଲା- (କ) ଏହି ମନିଟାଇଜେସନ କାର୍ଯ୍ୟକ୍ରମ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଓ ପିଜିସିଆଇଏଲ ବିଦେଶୀ ଘରୋଇ ସଂସ୍ଥାଗତ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବେ । ଏଥିପାଇଁ ଗଠିତ ଇନ୍ଭିଟ୍କୁ 5 ହଜାର କୋଟି ଟଙ୍କା ମୂଲ୍ୟର ୫ଟି କାର୍ଯ୍ୟକ୍ଷମ ସଡକକୁ ହସ୍ତାନ୍ତର କରାଯାଇଛି । ସେହିଭଳି ପିଜିସିଆଇଏଲକୁ 7 ହଜାର କୋଟି ଟଙ୍କା ମୂଲ୍ୟର ଟ୍ରାନ୍ସମିସନ ସଂପତ୍ତି ହସ୍ତାନ୍ତରିତ ହୋଇଛି । (ଖ) ରେଳବାଇ ମଧ୍ୟ ଡେଡିକେଟେଡ ଫ୍ରେଟ କରିଡରର ସଂପତ୍ତିକୁ ରୋଜଗାରରେ ଲଗାଇବ ଏବଂ ତା ମାଧ୍ୟମରେ ଏହାର ପରିଚାଳନା, ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ କରିବ । (ଗ) ପରବର୍ତ୍ତୀ ପର୍ଯ୍ୟାୟ ବିମାନ ବନ୍ଦର ମନିଟାଇଜେସନ କାର୍ଯ୍ୟ ହାତକୁ ନିଆଯିବ । (ଘ) ଜାତୀୟ ରାଜପଥର ବିଭିନ୍ନ ଟୋଲଗେଟ, ବିଭିନ୍ନ ରାଷ୍ଟ୍ରାୟତ୍ତ ତୈଳ କଂପାନୀର ସଂପତ୍ତି, ବିଭିନ୍ନ ଷ୍ଟାଡିୟମ ଆଦି ଏହି ମନିଟାଇଜ ପ୍ରକ୍ରିୟାର ଅନ୍ତର୍ଭୁକ୍ତ ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।
ସଡ଼କ ଓ ଜାତୀୟ ରାଜମାର୍ଗ ଭିତ୍ତିଭୂମି
ବଜେଟରେ ଅର୍ଥମନ୍ତ୍ରୀ 13 ହଜାର କିମି ଲମ୍ବର ନୂଆ ସଡକ ନିର୍ମାଣ ବିଷୟରେ ଘୋଷଣା କରିଛନ୍ତି । ଏହା 3.3 ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ସେଥିମଧ୍ୟରୁ ଭାରତମାଳା ପରିଯୋଜନା ଅଧୀନରେ 3800 କିମି ସଡକ ନିର୍ମିତ ହୋଇସାରିଛି । ଭାରତମାଳା କାର୍ଯ୍ୟକ୍ରମ ପାଇଁ 5.35 ଲକ୍ଷ କୋଟି ଟଙ୍କାର କାମ ଦିଆଯାଇଛି । 2022 ମାର୍ଚ୍ଚ ସୁଦ୍ଧା ସରକାର ଆଉ 8500 କିମି ସଡକ ନିର୍ମାଣ ପାଇଁ ଠିକା ଦେବେ । ଏହି ପ୍ରକ୍ରିୟାରେ 11 ହଜାର କିମି ଅତିରିକ୍ତ ଜାତୀୟ ରାଜପଥ କରିଡର ନିର୍ମାଣର ଲକ୍ଷ୍ୟ ରଖାଯାଇଛି । ଏସବୁକୁ ଦୃଷ୍ଟିରେ ରଖି ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ନିମନ୍ତେ ଏଥର ବଜେଟରେ 1,08,230 କୋଟି ଟଙ୍କାର ରେକର୍ଡ ବ୍ୟୟ ବରାଦ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।
ରେଳ ଭିତ୍ତିଭୂମି
ଭବିଷ୍ୟତର ରେଳ ଆବଶ୍ୟକତା ପୂରଣ ପାଇଁ ଯେଉଁ ଜାତୀୟ ରେଳ ଯୋଜନା 2030 ଚୂଡାନ୍ତ ହୋଇଛି, ତାହା ମେକ୍ ଇଣ୍ଡିଆର ଏକ ଅଂଶବିଶେଷ । ନିରାପଦ, ଅତ୍ୟାଧୁନିକ ଓ ତ୍ୱରିତ ରେଳସେବା ଯୋଗାଣ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ । ଚଳିତ ବଜେଟରେ ରେକର୍ଡ ପରିମାଣର 1,10,055 କୋଟି ଟଙ୍କା ରେଳବାଇ ପାଇଁ ବ୍ୟୟ ବରାଦ ହୋଇଛି । ସେଥିମଧ୍ୟରୁ 1.07,100 କୋଟି ଟଙ୍କା ମୂଳଧନୀ ପୁଞ୍ଜି ବ୍ୟୟ ପାଇଁ ଉଦ୍ଦିଷ୍ଟ ।
ସହରାଞ୍ଚଳ ଭିତ୍ତିଭୂମି
ସହରାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ କରିବା ସହ ବଡ଼ ବଡ଼ ସହରଗୁଡିକରେ ମେଟ୍ରୋ ରେଳ ଓ ସିଟିବସ୍ ସେବା ନିମନ୍ତେ 18,000 କୋଟି ଟଙ୍କାର ଏକ ନୂଆ ଯୋଜନା ଆରମ୍ଭ କରାଯିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏବେ ଦେଶରେ ମୋଟ 702 କିମି ପାରମ୍ପରିକ ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ । ଏହାଛଡା 1016 କିମି ନୂଆ ମେଟ୍ରୋ ଲାଇନ ଦେଶର 27ଟି ସହରରେ ଚାଲିଛି ।
ଉର୍ଜ୍ଜା ଭିତ୍ତିଭୂମି
ଦେଶରେ ଉର୍ଜ୍ଜା ଭିତ୍ତିଭୂମି, ବିଶେଷକରି ବିଦ୍ୟୁତ୍ ଯୋଗାଣ ବିକାଶ ପାଇଁ ଏଥର ବଜେଟରେ 3,05,984 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ 5 ବର୍ଷ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ । ବିଭିନ୍ନ ଡିସ୍କମର କାର୍ଯ୍ୟ ଦକ୍ଷତା ବୃଦ୍ଧି ଦିଗରେ ଏହା ଖର୍ଚ୍ଚ କରାଯିବ ।
ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ
ଏହି କ୍ଷେତ୍ର ପାଇଁ ଚଳିତ ବଜେଟରେ ଆସନ୍ତା 5 ବର୍ଷ ପାଇଁ 1 କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଏହାଛଡା ଆଗାମୀ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ବନ୍ଦରଗୁଡିକର ବିକାଶ ପାଇଁ ବଜେଟ ପ୍ରକ୍ରିୟାରେ ଘରୋଇ-ସରକାରୀ ସହଭାଗିତାରେ 2000 କୋଟି ଟଙ୍କାରୁ ଅଧିକ ଯୋଗାଇ ଦିଆଯିବ ।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍
କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ମହାମାରୀ ସମୟରେ ମଧ୍ୟ ସାରା ଦେଶରେ ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଇନ୍ଧନ ଯୋଗାଣ ଅବ୍ୟାହତ ଥିଲା । ଉଜ୍ଜ୍ୱଳା ଯୋଜନାରେ 8 କୋଟି ପରିବାର ଉପକୃତ ହୋଇଛନ୍ତି । ଏହାକୁ ଆହୁରି ପରିବର୍ଦ୍ଧିତ କରାଯାଇ ଆଉ ଅଧିକ 1 କୋଟି ହିତାଧିକାରୀଙ୍କୁ ଏହାର ଲାଭ ଯୋଗାଇ ଦିଆଯିବ । ସେ କହିଛନ୍ତି ଯେ ସିଟି ଗ୍ୟାସ୍ ବଣ୍ଟନ ବ୍ୟବସ୍ଥାରେ ଆସନ୍ତା 3ବର୍ଷ ମଧ୍ୟରେ ଆଉ 100ଟି ଜିଲାକୁ ଯୋଡାଯିବ । ଜାମ୍ମୁ କାଶ୍ମୀରରେ ଏକ ଗ୍ୟାସ୍ ପାଇପ ଲାଇନ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହାଛଡା ଏକ ସ୍ୱାଧୀନ ଗ୍ୟାସ ପରିବହନ ଓ ତଦାରଖ ବ୍ୟବସ୍ଥା (ଅପରେଟର) ଗଠନ କରାଯିବ । ଏହି ଅପରେଟର ଗ୍ୟାସ୍ ପରିବହନ, ଯୋଗାଣ, ବଣ୍ଟନ ଆଦି ତଦାରଖ କରିବ ।
ଆର୍ଥିକ ପୁଞ୍ଜି
ଅର୍ଥମନ୍ତ୍ରୀ କହିଛନ୍ତି ଯେ ସେବି ଆଇନ 1992, ଡିପୋଜିଟରୀ ଆଇନ 1996, ପ୍ରତିଭୂତି ନିୟନ୍ତ୍ରଣ ଚୁକ୍ତି ଆଇନ 1956 ଏବଂ ସରକାରୀ ପ୍ରତିଭୂତି ଆଇନକୁ ମିଶାଇ ଏକକ ପ୍ରତିଭୂତି ବଜାର କୋଡ ପ୍ରସ୍ତୁତ କରିବାକୁ ସରକାର ବିଚାର କରୁଛନ୍ତି । ଭାରତରେ ବିଶ୍ୱସ୍ତରୀୟ ଫିନ୍ଟେକ ହବ୍ ନିର୍ମାଣ ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ ଅଛନ୍ତି ।
ବୀମା କ୍ଷେତ୍ରରେ ଏଫ୍ଡିଆଇ ବୃଦ୍ଧି
ଏଥର ବଜେଟରେ ବୀମା କ୍ଷେତ୍ରରେ ଏଫ୍ଡିଆଇ ଅନୁପାତକୁ ବଢାଇ ଦିଆଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି ଏଥିପାଇଁ 1938ର ବୀମା ଆଇନକୁ ସଂଶୋଧନ କରାଯିବ । ଏହା ଫଳରେ ବୀମା କ୍ଷେତ୍ରରେ ସର୍ବୋଚ୍ଚ ବିଦେଶୀ ପୁଞ୍ଜି ନିବେଶ 49ଶତାଂଶରୁ 74 ଶତାଂଶକୁ ବୃଦ୍ଧି ପାଇବ । ତେବେ ବିଦେଶୀ ପୁଞ୍ଜି ନିବେଶ କ୍ଷେତ୍ରରେ ସଂପୃକ୍ତ ବୋର୍ଡର ଅଧିକାଂଶ ନିର୍ଦେଶକ ଏବଂ ପ୍ରମୁଖ ପରିଚାଳନାକାରୀ ଭାରତୀୟ ରହିବେ । ଏହାଛଡା ଏଥିରେ ଅତିକମ୍ରେ 50 ଶତାଂଶ ସ୍ୱାଧୀନ ନିର୍ଦେଶକ ରହିବାର ବ୍ୟବସ୍ଥା କରାଯିବ ।
ପୁଞ୍ଜି ପ୍ରତ୍ୟାହାର ଓ ଷ୍ଟ୍ରାଟେଜିକ୍ ସେଲ୍
କରୋନା ମହାମାରୀ ସତ୍ତ୍ୱେ ସରକାର ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା ସଂସ୍ଥାରୁ ଷ୍ଟ୍ରାଟେଜିକ ଡିସ୍ଇନଭେଷ୍ଟମେଣ୍ଟ ଦିଗରେ କାର୍ଯ୍ୟ କରୁଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ବିପିସିଏଲ୍, ଏୟାର ଇଣ୍ଡିଆ, ସିପିଂ କର୍ପୋରେସନ, କଣ୍ଟେନର କର୍ପୋରେସନ, ଆଇଡିବିଆଇ ବ୍ୟାଙ୍କ, ବିଇଏମ୍ଏଲ, ପବନହଂସ, ନୀଳାଚଳ ଇସ୍ପାତ ନିଗମ ଆଦିରୁ ପୁଞ୍ଜି ପ୍ରତ୍ୟାହାର 2021-22 ଆର୍ଥିକ ବର୍ଷ ସୁଦ୍ଧା ଶେଷ ହେବ । ଆଇଡିବିଆଇ ବ୍ୟାଙ୍କ ବ୍ୟତୀତ ସରକାର ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଗୋଟିଏ ସାଧାରଣ ବୀମା କଂପାନୀଙ୍କୁ 2021-22 ସୁଦ୍ଧା ଘରୋଇକରଣ କରିବେ ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ 2021-22ରେ ସରକାର ଏଲ୍ଆଇସିର ଆଇପିଓ ଆଣିବେ । ଏଥିପାଇଁ ଚଳିତ ଅଧିବେଶନରେ ଆଇନର ସଂଶୋଧନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ତାଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ପ୍ୟାକେଜରେ ଷ୍ଟ୍ରାଟେଜିକ୍ ଡିସ୍ଇନଭେଷ୍ଟମେଣ୍ଟ ପାଇଁ ସେ ଯେଉଁ ପ୍ରସ୍ତାବ ଦେଇଥିଲେ ସରକାର ତାହାକୁ ଅନୁମୋଦନ କରିଛନ୍ତି । ଏହି ନୀତିରେ ସବୁ ଅଣଷ୍ଟ୍ରାଟେଜିକ ଓ ଷ୍ଟ୍ରାଟେଜିକ୍ ସେକ୍ଟରକୁ ସରକାରୀ ପୁଞ୍ଜି ପ୍ରତ୍ୟାହାର ନୀତି ସ୍ପଷ୍ଟ ହୋଇଯାଇଛି । ସରକାର କେବଳ 4ଟି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଯେଉଁଠି ସର୍ବନିମ୍ନ ଅଂଶଧନ ରଖିବାର ଆବଶ୍ୟକତା ଥିବ ତାହାର ରଖିବେ ଏବଂ ଅନ୍ୟ ସୁବୁଠୁ ନିଜର ଅଂଶଧନ ଉଠାଇ ଆଣିବେ । ସେହିଭଳି ବିଭିନ୍ନ ଅଣଲାଭପ୍ରଦ ରାଷ୍ଟ୍ରାୟତ୍ତ ନିଗମ ଓ ସଂସ୍ଥାକୁ ବନ୍ଦ କିମ୍ବା ଘରୋଇକରଣ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟ ପୁଞ୍ଜି ପ୍ରତ୍ୟାହାର କେଉଁ କେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ କରାଯିବ ତାହା ନୀତି ଆୟୋଗ ଚୂଡାନ୍ତ କରିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଚଳିତ ବଜେଟରେ 1,75,000 କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ମାଧ୍ୟମରେ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି ।
4. ଆକାଂକ୍ଷୀ ଜିଲାଗୁଡିକର ସମାବେଶୀ ବିକାଶ
ଆକାଂକ୍ଷୀ ଜିଲାଗୁଡିକର ସମାବେଶୀ ବିକାଶ ପାଇଁ ଅର୍ଥମନ୍ତ୍ରୀ ବଜେଟରେ ଯେଉଁ ଘୋଷଣା କରିଛନ୍ତି ସେଥିରେ କୃଷି ଓ ତତ୍ସଂକ୍ରାନ୍ତ କ୍ଷେତ୍ର, କୃଷକ କଲ୍ୟାଣ, ଗ୍ରାମୀଣ ଭାରତର ବିକାଶ, ପ୍ରବାସୀ ଶ୍ରମିକ ଓ ଦିନମଜୁରିଆଙ୍କ କଲ୍ୟାଣ ଏବଂ ଆର୍ଥିକ ସମାବେଶୀ ପ୍ରକ୍ରିୟା ଗୁରୁତ୍ୱ ପାଇଛି । ଏହିସବୁ ରଣନୀତି ମାଧ୍ୟମରେ ଏହିସବୁ ଜିଲାର ବିକାଶ ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
କୃଷି
ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଅଙ୍ଗୀକାରବଦ୍ଧତା କଥା ଘୋଷଣା କରିଛନ୍ତି । ଚାଷୀ ଯେପରି ତାର ଉତ୍ପାଦିତ ଫସଲ ଉପରେ ଉତ୍ପାଦନ ମୂଲ୍ୟଠାରୁ 1.5 ଗୁଣ ଅଧିକ ମୂଲ୍ୟ ପାଏ ତାହା ନିଶ୍ଚିତ କରିବା ପାଇଁ ସରକାର କିପରି ଏମ୍ଏସ୍ପି ବ୍ୟବସ୍ଥାରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି ତାହା ସେ ଦର୍ଶାଇଛନ୍ତି । ଏହି ବ୍ୟବସ୍ଥା ଫଳରେ ନିରନ୍ତରଭାବେ ଏମ୍ଏସ୍ପି ପରିମାଣ ବଢୁଛି ଏବଂ ଚାଷୀମାନଙ୍କର ଆୟ ବୃଦ୍ଧି ପାଉଛି ।
ସେ କହିଛନ୍ତି ଯେ ଗହମ ଉପରେ 2013-14ରେ ଚାଷୀମାନଙ୍କୁ ଏମ୍ଏସ୍ପି ମାଧ୍ୟମରେ ମୋଟ 33,874 କୋଟି ଟଙ୍କା ପ୍ରଦାନ କରାଯାଇଥିଲା । 2019-20ରେ ଏହି ପରିମାଣ 62,802 କୋଟି ଟଙ୍କାରେ ପହଞ୍ଚିଥିଲା ଏବଂ 2020-21ରେ ଏ ବାବଦରେ ଚାଷୀଙ୍କୁ ମୋଟ 75,060 କୋଟି ଟଙ୍କା ପ୍ରଦାନ କରାଯାଇଛି । ସେ କହିଛନ୍ତି ଯେ ଏମ୍ଏସ୍ପି ଦ୍ୱାରା ଗହମ ଉତ୍ପାଦନ କରୁଥିବା 43,36 ଲକ୍ଷ ଚାଷୀ 2020-21ରେ ଉପକୃତ ହୋଇଛନ୍ତି । ଗତବର୍ଷ ସେମାନଙ୍କ ସଂଖ୍ୟା ଥିଲା 35.57ଲକ୍ଷ ।
ସେହିଭଳି ଧାନ ଚାଷୀଙ୍କ ସଂପର୍କରେ ଉଲ୍ଲେଖକରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏମ୍ଏସ୍ପି ବ୍ୟବସ୍ଥାରେ ସଂପୃକ୍ତ ଚାଷୀଙ୍କୁ 2013-14ରେ 63,928 କୋଟି ଟଙ୍କା ପ୍ରଦାନ କରାଯାଇଥିଲା । 2019-20ରେ ଏହି ପରିମାଣ 1,41,930 କୋଟିରେ ପହଞ୍ଚିଥିଲା । ଏହା ଆହୁରି ବଢି 2020-21ରେ 1.72,752 କୋଟି ଟଙ୍କାରେ ପହଞ୍ଚିବ ବୋଲି ହିସାବ କରାଯାଇଛି । ଏହି ବ୍ୟବସ୍ଥାରେ ଉପକୃତ ହୋଇଥିବା ଚାଷୀଙ୍କ ସଂଖ୍ୟା 2019-20 1.24 କୋଟି ଥିବାବେଳେ 2020-21ରେ 1.54 କୋଟିରେ ପହଞ୍ଚିଛି ।
ସେ କହିଛନ୍ତି ଯେ ବିଭିନ୍ନ ପ୍ରକାର ଡାଲି କ୍ରୟ ପାଇଁ ସରକାର 2013-14ରେ ଚାଷୀଙ୍କୁ 236 କୋଟି ଟଙ୍କା ଦେଇଥିଲେ । ତେବେ 2019-20ରେ ଏହି ଅର୍ଥ ପରିମାଣ 8285 କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । 2020-21ରେ ଏହା 10,530 କୋଟିରେ ପହଞ୍ଚିଛି । 2013-14 ତୁଳନାରେ ଏହି ବୃଦ୍ଧି 40 ଗୁଣରୁ ଅଧିକ । କପାଚାଷୀଙ୍କ ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏମ୍ଏସ୍ପି ବ୍ୟବସ୍ଥାରେ ଏହି ଚାଷୀମାନେ ବିଶେଷ ଲାଭବାନ ହୋଇଛନ୍ତି । 2013-14ରେ ସେମାନଙ୍କୁ 90 କୋଟି ଟଙ୍କା ମିଳିଥିବାବେଳେ 2021 ଜାନୁୟାରୀ 27 ସୁଦ୍ଧା ଏ ବାବଦରେ ସେମାନଙ୍କୁ ମୋଟ 25,974 କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରାମନ୍ କହିଛନ୍ତି ଯେ ଚଳିତବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ସ୍ୱାମିତ୍ୱ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ସଂପତ୍ତିର ମାଲିକାନା ସଂପୃକ୍ତ ମାଲିକଙ୍କୁ ଗ୍ରାମାଞ୍ଚଳରେ ପ୍ରଦାନ କରାଯାଉଛି । ଏଯାବତ୍ 1241 ଗ୍ରାମର 1.80 ଲକ୍ଷ ସଂପତ୍ତି ମାଲିକଙ୍କୁ ମାଲିକାନାପତ୍ର ପ୍ରଦାନ କରାଯାଇସାରିଲାଣି । 2021-22 ଆର୍ଥିକ ବର୍ଷରେ ଏହି ଯୋଜନା ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଋଣ ଯୋଗାଇ ଦେବାକୁ ସରକାର କୃଷିଋଣ ଯୋଗାଣ ବାବାଦ ଅର୍ଥ ପରିମାଣକୁ 2022 ଆର୍ଥିକବର୍ଷ ନିମନ୍ତେ 16.5 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିଭଳି ଗ୍ରାମ୍ୟ ଭିତ୍ତିଭୂମି ବିକାଶ ପାଣ୍ଠି ବାବଦ ବ୍ୟୟ ବରାଦକୁ 30 ହଜାର ଟଙ୍କାରୁ 40 ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପାଞ୍ଚ ହଜାର କୋଟି ଟଙ୍କାର ଏକ କ୍ଷୁଦ୍ର ସେଚ ପାଣ୍ଠି ଯାହା ନାବାର୍ଡ ଅଧୀନରେ ଗଠିତ ହୋଇଥିଲା ତାହାକୁ ଦ୍ୱିଗୁଣିତ କରାଯିବ ।
କୃଷି କ୍ଷେତ୍ରରେ ମୂଲ୍ୟମିଶ୍ରଣ ଓ ଉତ୍ପାଦିତ ସାମଗ୍ରୀର ଚାହିଦା ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଅପରେସନ ଗ୍ରୀନ ସ୍କିମ୍ରେ 22ପ୍ରକାର ପଚନଶୀଳ ଫଳ ଓ ପନିପରିବାକୁ ଅନ୍ତର୍ଭୁକ୍ତ କରାଯାଇଛି । ଆଗରୁ ଏଥିରେ କେବଳ ଟମାଟୋ, ପିଆଜ ଓ ଆଳୁ ଆଦି ଅନ୍ତର୍ଭୁକ୍ତ ହୋଇଥିଲା ।
ସେ କହିଛନ୍ତି ଯେ ଇ-ନାମ ବ୍ୟବସ୍ଥାରେ 1.68 କୋଟି ଚାଷୀ ପଞ୍ଜୀକୃତ ହୋଇଛନ୍ତି ଏବଂ 1.14 ଲକ୍ଷ କୋଟି ଟଙ୍କା ମୂଲ୍ୟର କୃଷିଜାତ ସାମଗ୍ରୀ କାରବାର ହୋଇଛି । ଏ କ୍ଷେତ୍ରରେ ଇ-ନାମର ସାମର୍ଥ୍ୟ ଓ ସ୍ୱଚ୍ଛତା ବିଶେଷ ଉଲ୍ଲେଖଯୋଗ୍ୟ ହୋଇଥିବାରୁ ଦେଶର ଆଉ 1 ହଜାର ମଣ୍ଡିକୁ ଏହା ସହିତ ସଂଯୁକ୍ତ କରାଯିବ । ନିଜ ନିଜର ମଣ୍ଡି ଓ କାରବାର ବ୍ୟବସ୍ଥାର ଉନ୍ନତି ପାଇଁ କୃଷି ଭିତ୍ତିଭୂମି ପାଣ୍ଠିରୁ ଅର୍ଥ ଏପିଏମ୍ସିକୁ ଯୋଗାଇ ଦିଆଯିବ ।
ମତ୍ସ୍ୟ ଉଦ୍ୟୋଗ
ଅର୍ଥମନ୍ତ୍ରୀ ଶ୍ରମତୀ ସୀତାରାମନ୍ କହିଛନ୍ତି ଯେ ଦେଶରେ ମତ୍ସ୍ୟ ଉଦ୍ୟୋଗର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ସରକାର ଗ୍ରହଣ କରୁଛନ୍ତି । ଏଥିରେ ଆଧୁନିକ ମାଛଧରା ବନ୍ଦର ଓ ମାଛ ଅନ୍ଲୋଡିଂ ସେଣ୍ଟରଗୁଡିକର ବିକାଶ କରାଯାଉଛି । ସେ କହିଛନ୍ତି ଯେ ପାରାଦ୍ୱୀପ, କୋଚି, ଚେନ୍ନଇ, ବିଶାଖାପଟନମ୍, ପେଟୁଆଘାଟ ଆଦି 5ଟି ମାଛଧରା ବନ୍ଦରର ବିକାଶ ସହିତ ସେଗୁଡିକୁ ଅର୍ଥନୈତିକ ହବ ପରିଣତ କରାଯିବ ।
ପ୍ରବାସୀ ଶ୍ରମିକ ଓ ଶ୍ରମିକ
ସରକାର ଏକ ରାଷ୍ଟ୍ର ଏକ ପଡ଼ିକାର୍ଡ଼ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି ଯାହା ମଧ୍ୟମରେ ହିତାଧିକାରୀମାନେ ଦେଶର ଯେ କୌଣସି ସ୍ଥାନରେ ସେମାନଙ୍କର ପଡିଖାଦ୍ୟାନ୍ନ ସୁବିଧାରେ ଦାବି କରିପାରିବେ ଏବଂ ତାହା ସେମାନଙ୍କ ପାଇଁ ଉପଲବ୍ଧ ହେବ । ଏବେ ଏକ ରାଷ୍ଟ୍ର ଏକ ପଡ଼ିକାର୍ଡ଼ବ୍ୟବସ୍ଥା ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ପ୍ରଚଳିତ ରହିଛି ଏବଂ ଏହା ମାଧ୍ୟମରେ ୬୯ କୋଟି ହିତାଧିକାରୀ ଉପକୃତ ହୋଇପାରୁଛନ୍ତି - ଯାହାକି ଦେଶର ମୋଟ ହିତାଧିକାରୀଙ୍କର ୮୬% ବୋଲି ଜଣାପଡ଼ିଛି । ଅବଶିଷ୍ଟ ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ଆଗାମୀ କିଛିମାସ ମଧ୍ୟରେ ଏହି ଯୋଜନାରେ ସାମିଲ ହେବେ । ଦୀର୍ଘ ୨୦ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ଏକ ବ୍ୟବସ୍ଥାକୁ ସରକାର ଶେଷ କରିବାକୁ ପ୍ରସ୍ତାବ ରଖିଛନ୍ତି,ଏବଂତାହା ୪ଟି ଶ୍ରମ ଆଇନ ପ୍ରବର୍ତ୍ତନ ଜରିଆରେ ସଂପାଦନ କରାଯିବ । ବିଶ୍ୱବ୍ୟାପୀ ପ୍ରଥମ ଥର ପାଇଁ, ସାମାଜିକ ନିରାପତ୍ତା ସୁବିଧା ସମସ୍ତ ଟମଟମ ଚାଳକ ଓ ପ୍ଲାଟଫର୍ମ କୁଲିଙ୍କୁ ଯୋଗାଇ ଦିଆଯିବ । ସର୍ବନିମ୍ନ ମଜୁରି ବ୍ୟବସ୍ଥା ସମସ୍ତବର୍ଗର କୁଲିମାନଙ୍କୁ ପ୍ରଦାନ କରାଯିବାର ପ୍ରାବଧାନ କରାଯାଇଛି ଏବଂ ସେମାନଙ୍କୁ କର୍ମଚାରୀ ରାଜ୍ୟ ବୀମା ନିଗମ ଅଧୀନରେ ସାମିଲ କରାଯିବ। ମହିଳାମାନଙ୍କୁ ସବୁବର୍ଗର କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯିବ ଓ ସେମାନଙ୍କୁ ରାତିସିଫ୍ଟରେ କାର୍ଯ୍ୟାନୁମତି ମିଳିବ । ଏଥିସହ ସେମାନଙ୍କ ପାଇଁ ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥା ମଧ୍ୟ କରାଯିବ ।ସେହିଭଳି, କର୍ମଚାରୀମାନଙ୍କ ବୋଝ ହ୍ରାସ କରାଯାଇ ସେମାନଙ୍କ ପାଇଁ ଗୋଟିଏ ଥର ପଞ୍ଜୀକରଣ ଓ ଲାଇସେନ୍ସିଂ ଓ ଅନଲାଇନ ରିଟର୍ଣ୍ଣ ବ୍ୟବସ୍ଥା କରାଯିବ ।
ଆର୍ଥିକ ସମାଯୋଜନ
ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି ଓ ମହିଳାମାନଙ୍କ ନିମନ୍ତେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ ଅଧିକ ଋଣ ଯୋଗାଣ ସୁବିଧା ଯୋଗାଇ ଦେବାସକାଶେ, ଅର୍ଥ ମନ୍ତ୍ରୀମାର୍ଜିନ୍ ଅର୍ଥ ପରିମାଣକୁ 25%ରୁ 15%କୁ ହ୍ରାସ କରାଯିବାର ପ୍ରସ୍ତାବ ରଖିଛନ୍ତି ଏବଂ କୃଷି ସଂପର୍କୀତ କାର୍ଯ୍ୟାବଳୀ ନିମନ୍ତେ ମଧ୍ୟ ଋଣ ଯୋଗାଣକୁ ଏଥିରେ ସାମିଲ କରିଛନ୍ତି । ଅଧିକନ୍ତୁ, ଏମଏସଏମ ଓ ସେକ୍ଟରକୁ ସହାୟତା ପ୍ରଦାନ ନିମନ୍ତେ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣକରାଯାଇଛି ।ଏହି ବଜେଟରେ ସରକାର ଏହି ସେକ୍ଟର ନିମନ୍ତେ 15,700 କୋଟି ଟଙ୍କାର ପ୍ରାବଧାନ କରିଛନ୍ତ – ଯାହାକି ଚଳିତବର୍ଷର ବିଇର ଦୁଇଗୁଣରୁ ଅଧିକ ।
4. ମାନବସମ୍ବଳ ପୁଞ୍ଜିର ପୁନଃତ୍ୱରାକରଣ
ଅର୍ଥମନ୍ତ୍ରୀ କହିଛନ୍ତି ଯେ ନିକଟରେ ଘୋଷିତ ରାଷ୍ଟ୍ରୀୟଶିକ୍ଷା ନୀତି (ଏନଇପି)କୁ ସମସ୍ତେ ଭଲଭାବେ ଗ୍ରହଣ କରିଛନ୍ତି । ରାଷ୍ଟ୍ରୀୟ ଶିକ୍ଷାନୀତିର ସମସ୍ତ ପ୍ରାବଧାନର ସହିତ ଦେଶରେ 15,000ରୁ ଅଧିକ ବିଦ୍ୟାଳୟ ସ୍ଥାପନ କରାଯିବ ଏବଂ ସେସବୁକୁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାରେ ସୁଦୃଢ଼ କରାଯିବ । ଏନଜି/ ଘରୋଇ ବିଦ୍ୟାଳୟ/ ରାଜ୍ୟମାନଙ୍କ ସହଯୋଗରେ ଦେଶରେ 100ଟି ନୂତନ ସୈନିକ ସ୍କୁଲ ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଦେଶରେ ଏକ ଉଚ୍ଚଶିକ୍ଷା ଆୟୋଗ ଗଠନ କରାଯିବବୋଲି ପ୍ରସ୍ତାବ ରଖି ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ଏହା ଏକ ବୃହତ୍ ବ୍ୟବସ୍ଥା ହେବ ଯାହାର ଚାରିଟି ବିଭାଗ ରହିବ । ସେଗୁଡ଼ିକ ହେଲାମାନ ନିର୍ଦ୍ଧାରଣ, ମଞ୍ଜୁରୀ ପ୍ରଦାନ, ନିୟନ୍ତ୍ରଣ ଏବଂ ପାଣ୍ଠିଯୋଗାଣ । ଲଦାଖେରେ ଉଚ୍ଚଶିକ୍ଷା ଉପଲବ୍ଧ କରାଇବା ନିମନ୍ତେ ସରକାର ଲେହଠାରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନର ପ୍ରସ୍ତାବ ରଖିଛନ୍ତି ।
ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିବର୍ଗଙ୍କ କଲ୍ୟାଣ
ଦେଶର ଆଦିବାସୀ ଅଧ୍ୟୁଷିତ କ୍ଷେତ୍ରରେ 750ଟି ଏକଲବ୍ୟମଡେଲ ଆବାସିକବିଦ୍ୟାଳୟସ୍ଥାପନ ନିମନ୍ତେ ସରକାରଲକ୍ଷ୍ୟ ଧାର୍ଯ୍ୟକରିଛନ୍ତିଏବଂ ପ୍ରତି ବିଦ୍ୟାଳୟ ସ୍ଥାପନ ନିମନ୍ତେ ବ୍ୟୟ ହେବାକୁ ଥିବା ଅର୍ଥ ପରିମାଣକୁ 20 କୋଟି ଟଙ୍କାରୁ 38 କୋଟି ଟଙ୍କାକୁ ବୃଦ୍ଧିକରାଯାଇଛି । ପାର୍ବତ୍ୟାଞ୍ଚଳ ଓ ଅନ୍ୟାନ୍ୟ ଜଟିଳ କ୍ଷେତ୍ରରେ ଏହି ପରିମାଣକୁ 48କୋଟି ଟଙ୍କାକୁ ବଢ଼ାଇ ଦିଆଯାଇଛି । ସେହିଭଳି ତଫସିଲ ଭୁକ୍ତଜାତିର ପିଲାମାନଙ୍କ କଲ୍ୟାଣ ନିମନ୍ତେ ମେଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ଘଟାଯାଇଛି । ଏଥିପାଇଁ କେନ୍ଦ୍ରୀୟ ସହାୟତା ପରିମାଣକୁ ଆସନ୍ତା 6 ବର୍ଷ ସକାଶେ, ଅର୍ଥାତ୍ 2025-26 ପର୍ଯ୍ୟନ୍ତ 35,219 କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ଯଦ୍ୱାରା ଦେଶର ୪ କୋଟି ତଫସିଲଭୁକ୍ତ ଜାତିର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। କୌଶଳ ବିକାଶ ସଂଯୁକ୍ତ ଆରବଏମିରେଟ୍ସ (ୟୁଏଇ) ସରକାରଙ୍କ ସହଭାଗୀତାରେ କୌଶଳ ବିକାଶ ଯୋଗ୍ୟତାବୃଦ୍ଧି, ଆକଳନ ଏବଂସାର୍ଟିଫିକେସନ୍ ନିମନ୍ତେ ଏକ ପ୍ରୟାସ ଆରମ୍ଭ କରାଯିବା ବିଷୟ କାର୍ଯ୍ୟକାରୀ କରାଯାଉଛି । ଏହି କାର୍ଯ୍ୟକ୍ରମରେ ପ୍ରମାଣପତ୍ର ଧାରୀ କୁଶଳୀ କର୍ମଶକ୍ତିଙ୍କୁ ଉପଯୋଗ କରାଯାଇପାରିବ । ଭାରତ ଏବଂ ଜାପାନ ମଧ୍ୟରେ ଏକ ଆନ୍ତଃତାଲିମ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରିବା ନିମନ୍ତେ ସହଭାଗୀ ତାଲିମ ବ୍ୟବସ୍ଥା କରିଛନ୍ତି ଯାହାକି ଜାପାନର ଶୈଳ୍ପିକ ଓ ଧନ୍ଦାମୂଳକ କୌଶଳ, ଟେକନିକ୍ ଓ ଜ୍ଞାନ ହସ୍ତାନ୍ତର ଦିଗରେ ସହାୟକ ହେବ ତଥା ଆହୁରି ଅନେକ ରାଷ୍ଟ୍ରଙ୍କ ସହ ସେହି କାର୍ଯ୍ୟକ୍ରମକୁ ପ୍ରସାରିତ କରାଯାଇ ପାରିବ ।
5. ଅଭିନବତ୍ୱ ଏବଂ ଗବେଷଣା ଓ ବିକାଶ ଅର୍ଥ ମନ୍ତ୍ରୀ କହିଲେ ଯେ ସେ ତାଙ୍କର 2019 ମସିହା ଜୁଲାଇ ମାସର ବଜେଟ ଅଭିଭାଷଣରେ ଘୋଷଣା କରିଥିଲେ ଯେ ଦେଶରେ ଏକ ରାଷ୍ଟ୍ରୀୟ ଗବେଷଣା ନ୍ୟାସ (ଏନଆରଏଫ) ଗଠନ କରାଯିବ ଏବଂ ସେହି ଏନଆରଏଫ ପାଇଁ ପାଞ୍ଚ ବର୍ଷ ସକାଶେ 50,000 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହା ଦେଶରେ ସାମଗ୍ରିକ ଗବେଷଣାତ୍ମକ ବାତାବରଣକୁ ସୁନିଶ୍ଚିତ ତଥା ସୁଦୃଢ଼ କରିବ ଏବଂ ରାଷ୍ଟ୍ରୀୟ ଅଗ୍ରାଧିକାର କ୍ଷେତ୍ରରେ ସେହିସବୁ ଗବେଷଣା କାର୍ଯ୍ୟ କରାଯିବ । ସରକାର ଆଉ ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହା ହେଲା ରାଷ୍ଟ୍ରୀୟ ଭାଷା ଅନୁବାଦ ମିଶନ (ଏନଟିଏଲଏମ) । ଏହା ଇଣ୍ଟ ଜିଡ଼ିପିର 9.5% କୁ ସଂକୁଚିତ ହୋଇଛି ଏବଂ ସରକାରୀ ଋଣ, ବିବିଧ ଋଣ, କ୍ଷୁଦ୍ର ସଞ୍ଚୟ ପାଣ୍ଠି ଓ ସ୍ୱଳ୍ପ ମିଆଦୀ ଋଣ ଜରିଆରେ ସେଥିପାଇଁ ପାଣ୍ଠି ଯୋଗାଡ଼ କରାଯାଇଛି । ଶ୍ରୀମତୀ ସୀତାରମଣ କହିଲେ ଯେ ସରକାରଙ୍କର ଆଉ 80,000 କୋଟି ଟଙ୍କା ଆବଶ୍ୟକ ଯାହାକି ଆଗାମୀ 2ମାସ ମଧ୍ୟରେ ବଜାରରୁ ସଂଗ୍ରହ କରାଯିବ । 2021-22 ବଜେଟ ବର୍ଷରେ ମୌଦ୍ରିକ ନିଅଣ୍ଟ ଜିଡ଼ିପିର 6.8% ହେବ ବୋଲି ଅନୁମାନ କରାଯାଇଛି । ଆଗାମୀ ବର୍ଷ ବଜାରରୁ ମୋଟ ଋଣ ଉଠାଣ ପରିମାଣ ପ୍ରାୟ 12ଲକ୍ଷ କୋଟି ଟଙ୍କା ହେବାର ସେ ସୂଚନା ଦେଇଥିଲେ । ଶ୍ରୀମତୀ ସୀତାରଣମ ଘୋଷଣା କରିଥିଲେ ଯେ ସରକାର ଆର୍ଥିକ ସୁଦୃଢ଼ୀକରଣ ପନ୍ଥା ଜାରି ରଖିବେ ବୋଲି ଯୋଜନା କରିଛନ୍ତି ଏବଂ ମୌଦ୍ରିକ ନିଅଣ୍ଟ ସ୍ତରକୁ 2025-26 ଜିଡ଼ିପିର 4.5% ମଧ୍ୟରେ ସୀମିତ ରଖିବା ଲାଗି ପ୍ରୟାସ କରୁଛନ୍ତି ।ଏହି ସମୟ ମଧ୍ୟରେ ତାହା ଦ୍ରୁତ ବେଗରେ ହ୍ରାସ ପାଇବ ବୋଲି ସେ କହିଥିଲେ । ସେ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ପ୍ରଥମେ ସ୍ଥିରତା ହାସଲ କରିବୁ, ଉନ୍ନତ ମାନର ଟିକଟ ରାଜସ୍ୱ ସଂଗ୍ରହ ବୃଦ୍ଧି ମାଧ୍ୟମରେ ତାହା କରାଯିବ ଏବଂ ଦ୍ୱିତୀୟତଃ, ସରକାରୀ ସମ୍ପତ୍ତିର ମୌଦ୍ରିକରଣ ଓ ସଂଗ୍ରହ ଏବଂ ସରକାର ଉଦ୍ଦ୍ୟୋଗ ଓ ଭୂମିକୁ ନେଇ ଏହା କରାଯିବ? ବୋଲି ସେ ସୂଚାଇଥିଲେ । ପଞ୍ଚଦଶ ଅର୍ଥ କମିଶନଙ୍କ ମତର ଅନୁପାଳନ ପୂର୍ବକ ସରକାର ଋଣ ଉପରେ ରାଜ୍ୟମାନଙ୍କୁ 2021-22 ଜିଏସଡ଼ିପିର 4% ଏକ ସ୍ୱାଭାବିକ ସିଲିଂକୁ ଅନୁମତି ପ୍ରଦାନ କରୁଛନ୍ତି । ଏଫଆରବିଏମ ଆଇନ ଏକଥାକୁ ବାଧ୍ୟତାମୂଳକ କରିଛି ଯେ ଆର୍ଥିକ ନିଅଣ୍ଟ ଜିଡ଼ିପିର 3% ହେବ ଯାହାକି 2020-2021 ମାର୍ଚ୍ଚ 31 ତାରିଖ ସୁଦ୍ଧା ହାସଲ କରାଯିବ । ଚଳିତ ବର୍ଷର ଅଭୂତପୂର୍ବ ଓ ଅଶ୍ରୁତପୂର୍ବ ପରିସ୍ଥିତିର ପ୍ରଭାବ ଏକଥା ପ୍ରତିବେଦନ ନିମନ୍ତେ ଆବଶ୍ୟକ କରିଛି ଯେ ଏଫଆରବିଏମ ଆଇନର ଧାରା 4(5) ଏବଂ 7(3) ଅନୁସାରେ ବିଚ୍ୟୁତି ବିବୃତି ଯାହାକି ଅର୍ଥମନ୍ତ୍ରୀ ଗୃହରେ ଉପସ୍ଥାପନ କରିଛନ୍ତି ତାହା ଏଫଆରବିଏମ ନଥିର ଅଂଶବିଶେଷ । ଡିସେମ୍ବର 9,2020 ତାରିଖ ଦିନ ପଞ୍ଚଦଶ ଅର୍ଥ ଆୟୋଗ ତାଙ୍କର ଚୂଡ଼ାନ୍ତ ରିପୋର୍ଟ ମହାମହୀମ ରାଷ୍ଟ୍ରପତି ଜୀଙ୍କୁ ପ୍ରଦାନ କରିଥିଲେ ଯେଉଁଥିରେ 2021-2026 ପର୍ଯ୍ୟନ୍ତ ଅବଧି ସୂଚୀତ ଥିଲା । ସରକାର ଆୟୋଗଙ୍କ ରିପୋଟକୁ ତାହାର ବିଶଦ୍ ବ୍ୟାଖ୍ୟା ସ୍ମାରକ ସହିତ ଯେଉଁଥରେ କରି ରାଜ୍ୟମାନଙ୍କ ନିମନ୍ତେ ଭୂଲମ୍ବି ଅଂଶ 42%ରେ ଧାର୍ଯ୍ୟ କରାଯାଇଛି ତାହା କାଏମ ରଖିଥିଲେ । ଆୟୋଗଙ୍କ ସୁପାରିଶ ଅନୁସାରେ, ବଜେଟରେ 1,18,452 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ଯାହାକି ନିଅଣ୍ଟ ରାଜସ୍ୱ ଭାବେ 2021-2022ରେ 17ଟି ରାଜ୍ୟଙ୍କୁ ପ୍ରଦାନ କରାଯାଇଛି । ଭାଗ ନ୍ତଖ ବଜେଟ ଅଭିଭାଷଣର ଭାଗ- ଖରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଟିକସ ପ୍ରଶାସନକୁ ଅଧିକ ସରଳ, ବିବାଦମୁକ୍ତ ପରିଚାଳନାକ୍ଷମ ଓ ପ୍ରତ୍ୟକ୍ଷ କର ପ୍ରଶାସନର ଅନୁକୂଳ କରିବା ନିମନ୍ତେ ଚାହିଁଛନ୍ତି । ଅପ୍ରତ୍ୟକ୍ଷ ପ୍ରସ୍ତାବ ବହିଃଶୁଳ୍କର ସୁସଂଗତିକରଣ ତଥା ସୁସଂଗତିକରଣ ବିଧି ଓ ତାହାର ଅନୁପାଳନକୁ କରିବାକୁ ସହଜ କରିବା ଉପରେ ଧ୍ୟାନ ଦିଆଯାଇଛି । ପ୍ରତ୍ୟକ୍ଷ କର ପ୍ରସ୍ତାବ ଅର୍ଥ ମନ୍ତ୍ରୀ ଦେଶର ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା କାର୍ଯ୍ୟରୁ ରିହାତି ପ୍ରଦାନ କରିଛନ୍ତି । ସେହିଭଳି ଆୟକର ପ୍ରୋସିଡ଼ିଂ ଘୋଷଣା ସମୟ ସୀମାକୁ ହ୍ରାସ କରିଛନ୍ତି ଏବଂ ଏଥିପାଇଁ ବିବାଦ ସମାଧାନ କମିଟି ଗଠନର ପ୍ରସ୍ତାବ ରଖିଛନ୍ତି । ଅନ୍ୟ ପକ୍ଷରେ ବଜେଟ ପ୍ରସ୍ତାବରେ ଫେସ୍ଲେସ୍ ଆଇଟିଏଟି, ଏନଆରଆଇମାନଙ୍କୁ ରିହାତି ପ୍ରଦାନ, ଅଡ଼ିଟର ରିହାତି ସୀମା ବୃଦ୍ଧି ଓ ଡିଭିଡେଣ୍ଟ ଆୟ ଉପରେ ରିହାତି ଘୋଷଣା କରାଯାଇଛି । ବୀମା କ୍ଷେତ୍ରରେ ଭାରତକୁ ବିଦେଶୀ ପୁଂଜି ନିବେଶକମାନଙ୍କୁ ଆକୃଷ୍ଟ କରିବା ସକାଶେ ଅର୍ଥମନ୍ତ୍ରୀ କେତେକ ଘୋଷଣା କରିଛନ୍ତି । ସୁଲଭ ମୂଲ୍ୟରେ ବାସଗୃହ ଏବଂ ଭଡାଘର ସକାଶେ ରିହାତି, ଆଇଏଫଏସସିକୁ ଟିକସ ପ୍ରୋତ୍ସାହନ, କ୍ଷୁଦ୍ର ଦାତବ୍ୟ ଟ୍ରଷ୍ଟମାନଙ୍କ ପାଇଁ ରିହାତି ଓ ଦେଶରେ ଷ୍ଟାର୍ଟ ଅପ୍ ପ୍ରତିଷ୍ଠା ସକାଶେ ପ୍ରୋତ୍ସାହନ ପାଇଁ ବଜେଟରେ କେତେକ ନୂତନ ପଦକ୍ଷେପ ଗ୍ରହଣର ପ୍ରାବଧାନ ରହିଛି । ଶ୍ରୀମତୀ ନିର୍ମଳ ସୀତାରମଣ ତାଙ୍କର ବଜେଟ ଅଭିଭାଷଣରେ କହିଛନ୍ତି ଯେ କରୋନା ମହାମାରୀ ପରବର୍ତ୍ତୀ ସମୟରେ, ଏକ ନୂତନ ବିଶ୍ୱ ଶୃଙ୍ଖଳା ମୁଣ୍ଡ ଟେକିବା କରି ଦୃଶ୍ୟ ହେଉଛି ଏବଂ ଭାରତ ସେଥିରେ ଭାରତ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଯାଉଛି । ସେ କହିଛନ୍ତିଯେ ଏଭଳି ଦୃଶ୍ୟପଟ୍ଟରେ, ଆମର ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ, ସକ୍ରିୟ ଏବଂ ଦେଶରେ ନିବେଶ ଓ ନିଯୁକ୍ତିକୁ ପ୍ରୋତ୍ସାହନ ପ୍ରଦାନ ଧର୍ମୀ ହେବା ଆବଶ୍ୟକ । ସେ କହିଲେ ଯେ ଏଥିସହ, ଏହା ଆମର ଟିକସଦାତାଙ୍କ ଉପରେ ସର୍ବନିମ୍ନ ଚାପ ଓ ଭାର ପ୍ରୟୋଗ କରୁଥିବା ବାଂଛନୀୟ । ସେଥିପାଇଁ ସରକାର ଅନେକ ଗୁଡ଼ିଏ ସଂସ୍କାର ବ୍ୟବସ୍ଥା ପ୍ରବର୍ତ୍ତନ କରିଛନ୍ତି ଯାହାକି ଉଭୟ ଟିକସଦାତା ଏବଂ ଅର୍ଥନୀତି ପାଇଁ ଲାଭପ୍ରଦ ହେବ । ସେଥିରେ କର୍ପୋରେଟ ଟିସକ ହ୍ରାସ, ଡିଭିଡେଣ୍ଟ ଉପାର୍ଜନକୁ ସଠିକ ଭାବେ ଅଂଶଧନଧାରୀଙ୍କ ଦ୍ୱାରା ଅଗ୍ରୀମ ଟିକସ ପୈଠ ସକାଶେ ହିସାବ କରାଯାଇପାରିବ ନାହିଁ । ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତିଯେ 2022 ମସିହା ମାର୍ଚ୍ଚ 31ତାରିଖ ସୁଦ୍ଧା ଯେଉଁମାନେ ସୁଲଭ ମୂଲ୍ୟର ବାସଗୃହ କିଣିବା ନିମନ୍ତେ ଋଣ ନେଇଛନ୍ତି ସେମାନଙ୍କ ଠାରୁ 1.5 ଲକ୍ଷ ଟଙ୍କାର ଦେୟ ସୁଧ ଉପରେ ଅତିରିକ୍ତ ଛାଡ଼ ଯୋଗ୍ୟତା ଅବଧିକୁ ବଢ଼ାଇ ଦିଆଯିବ । ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଣ ବୃଦ୍ଧି ନିମନ୍ତେ, ଅର୍ଥମନ୍ତ୍ରୀ ଟ୍ୟାକ୍ସ ହଲିଡ଼େ ଦାବି ସକାଶେ ପ୍ରଦତ୍ତ ଅବଧିକୁ ବଢ଼ାଇ ଦେଇଛନ୍ତି । ତାହା 2022 ମସିହା ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଗୋଟିଏ ବର୍ଷ ପାଇଁ ସୁଲଭ ବାସଗୃହ ପ୍ରକଳ୍ପ ପାଇଁ ପ୍ରଯୁଜ୍ୟ । ପ୍ରବାସୀ ଶ୍ରମିକମାନଙ୍କ ସକାଶେ ସୁଲଭ ମୂଲ୍ୟରେ ଭଡାଘର ଯୋଗାଣ ନିମନ୍ତେ ମନ୍ତ୍ରୀ ଆଉ ଏକ ନୂତନ କର ଛାଡ଼ ଘୋଷଣା କରିଛନ୍ତି ଯାହାକି ବିଜ୍ଞପିତ ସୁଲଭ ଭଡ଼ାଘର ହାଉସିଂ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ । ଦେଶରେ ଷ୍ଟାର୍ଟ ଅପମାନଙ୍କୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ, ଶ୍ରୀମତୀ ସୀତାରମଣ ସେମାନଙ୍କ ପାଇଁ ଟିକସ ଛାଡ଼ ଅବଧି ଦାବି ନିମନ୍ତେ ଯୋଗ୍ୟତାକୁ ବଢ଼ାଇ ଦେଇଛନ୍ତି । ତାହା ଏକ ବର୍ଷ ପାଇଁ ଅର୍ଥାତ୍, 2022 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଷ୍ଟାର୍ଟ ଅପ୍ ମାନଙ୍କୁ ପାଣ୍ଠି ଯୋଗାଣ ପ୍ରୋତ୍ସାହନ ନିମନ୍ତେ, କ୍ୟାପିଟାଲ୍ ଗେନ୍ର ନିବେଶଜନିତ ରିହାତି ଛାଡ଼ ଅବଧିକୁ ଆଉ ଏକ ବର୍ଷ ଅର୍ଥାତ୍, 2022 ମସିହା ମାର୍ଚ୍ଚ 31ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅର୍ଥ ମନ୍ତ୍ରୀ କହିଛନ୍ତିଯେ କର୍ମଚାରୀମାନଙ୍କ ନିଜସ୍ୱ ଦେୟ ଜମାମ କରିବାରେ ବିଳମ୍ବ ଯାହାକି ବିଭିନ୍ନ କଲ୍ୟାଣକର ପାଣ୍ଠି ପାଇଁ ଉଦ୍ଦିଷ୍ଟ, ଏହା ଦ୍ୱାରା ସେମାନଙ୍କର ସୁଧ/ ଉପାର୍ଜନ ସ୍ଥାୟୀ ଭାବେ କ୍ଷତି ଘଟିଥାଏ । କର୍ମଚାରୀମାନଙ୍କ ଦେୟର ନିର୍ଦ୍ଧାରିତ ସମୟରେ ପୈଠ ନିମନ୍ତେ, ଅର୍ଥମନ୍ତ୍ରୀ କର୍ମଚାରୀମାନଙ୍କ ଦେୟର ବିଳମ୍ବିତ ଜମାକୁ ଏବେ କର୍ମନିଯୋକ୍ତାଙ୍କ ଦେୟ ଭାବେ ଅନୁମତି ପ୍ରଦାନ କରାଯିବନାହିଁ । କର କମ୍ପ୍ଲିଆନ୍ସ ବୋଝ ଲାଘବ କରିବା ନିମନ୍ତେ, ବଜେଟରେ ଆୟକର ପ୍ରୋସିଡିଂର ପୁନଃଉନ୍ମୋଚନ ସମୟ ସୀମାକୁ ବର୍ତ୍ତମାନର ଛଅ ବର୍ଷରୁ ତିନି ବର୍ଷକୁ ହ୍ରାସ କରାଯାଇଛି । ଗୁରୁତର ଟିକସ ଲୁଚାଇବା କ୍ଷେତ୍ରରେ ଯେଉଁଠାରେ କି 50 ଲକ୍ଷ ଟଙ୍କାର ଆୟକୁ ଲୁଚାଯାଇଥିବାର ପ୍ରମାଣ ରହିଛି କିମ୍ବା ତାହା ଏକ ବର୍ଷରୁ ଅଧିକ ହୋଇଥିବ, ତାହାର ଆକଳନ 10 ବର୍ଷ ପର୍ଯ୍ୟନ୍ତ ରିଓପନ କରାଯାଇପାରିବ । କିନ୍ତୁ ତାହା କେବଳ ପ୍ରିନ୍ସପାଲ ଚିଫ୍ କମିଶନରଙ୍କ ସ୍ୱୀକୃତି କ୍ରମେ ହିଁ କାର୍ଯ୍ୟକାରୀ କରାଯିବ । ଟିକସ ବ୍ୟବସ୍ଥାରେ ଥିବା ବିବାଦକୁ ହ୍ରାସ କରିବା ସକାଶେ ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଲେ ଯେ ପ୍ରତ୍ୟକ୍ଷ କର ବିବାଦ ସେ ବିଶ୍ୱାସ ଯୋଜନା ଯାହାକି ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଛି ତାହା ଲୋକମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇପାରିଛି । 2021 ମସିହା ଜାନୁଆରୀ 30 ତାରିଖ ପର୍ଯ୍ୟନ୍ତ, ଏକ ଲକ୍ଷ ଦଶ ହଜାର ଟିକସଦାତା ସେମାନଙ୍କର ଟିକସ ପୈଠ ଜନିତ ବିବାଦ ଯାହାକି 85 ହଜାର କୋଟି ଟଙ୍କା ମୂଲ୍ୟର ଏହି ଯୋଜନା ମାଧ୍ୟମରେ ସେମାନେ ତାହା ସମାଧାନ କରିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଛୋଟ ଛୋଟ ଟିକସଦାତାମାନଙ୍କ ବିବାଦକୁ ଆହୁରି କମାଇବା ନିମନ୍ତେ, ଅର୍ଥମନ୍ତ୍ରୀ ଏକ ବିବାଦ ସମାଧାନ କମିଟି ଗଠନର ପ୍ରସ୍ତାବ ରଖିଛନ୍ତି । ଯେଉଁମାନଙ୍କର ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉପାର୍ଜନ ଥିବ ଏବଂ ବିବାଦୀୟ ଉପାର୍ଜନର ମାତ୍ରା 10ଲକ୍ଷ ହୋଇଥିବ ସେମାନେ ଏହି କମିଟିର ଦ୍ୱାରସ୍ଥ ହୋଇପାରିବେ । ଅର୍ଥମନ୍ତ୍ରୀ ଏକ ଜାତୀୟ ଫେସଲେସ୍ ଆୟକର ଆପିଲେଟ୍ ଟ୍ରିବୁନାଲ କେନ୍ଦ୍ର ସ୍ଥାପନ ପାଇଁ ମଧ୍ୟ ଘୋଷଣା କରିଛନ୍ତି । ଦେଶରେ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ସକାଶେ ଏବଂ କମ୍ପ୍ଲିଆନ୍ସ ବୋଝକୁ କମାଇବା ଲାଗି ଯେଉଁ ବ୍ୟକ୍ତି କେବଳ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ସମସ୍ତ କାରବାର କରୁଛନ୍ତି, ବଜେଟରେ ରଖାଯାଇଥିବା ପ୍ରସ୍ତାବ ଅନୁସାରେ ଯେଉଁ ବ୍ୟକ୍ତିମାନେ 5 କୋଟିରୁ 10 କୋଟି ଟଙ୍କା ପର୍ଯ୍ୟସ୍ତ କାରବାରର 98% ଡିଜିଟାଲ ବ୍ୟବସ୍ଥାରେ କରୁଛନ୍ତି ସେମାନଙ୍କ ଟ୍ୟାକ୍ସ ଅଡ଼ିଟ୍ ଲିମିଟକୁ ବଢ଼ାଇବା ଦିଆଯିବ । ବୀମା କ୍ଷେତକୁ ବିଦେଶୀ ପୁଞ୍ଜିନିବେଶକାରୀମାନଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ, ବଜେଟରେ କେତେକ ସର୍ତ୍ତାବଳୀରେ ରିହାତି ପ୍ରଦାନର ପ୍ରାବଧାନ କରାଯାଇଛି ଯାହାକି ଘରୋଇ ଫଣ୍ଡିଂ ଉପରେ ଥିବା ନିଷେଧାଦେଶ, ବ୍ୟବସାୟିକ କାରବାରର ନିୟନ୍ତ୍ରଣ ଏବଂ ଭିତ୍ତିଭୂମି କ୍ଷେତ୍ରରେ ପ୍ରତ୍ୟକ୍ଷ ନିବେଶ ସଂପର୍କୀତ । ଭିତ୍ତିଭୂମି କ୍ଷେତ୍ରରେ ପାଣ୍ଠି ପ୍ରବେଶ ନିମନ୍ତେ ଜିରୋ କୁପନ ବଣ୍ଡ ଜାରିକୁ ଅନୁମତି ପ୍ରଦାନ ନିମନ୍ତେ ବଜେଟରେ ବିଜ୍ଞପିତ ଭିତ୍ତିଭୂମି ଋଣ ପାଣ୍ଠିର ପ୍ରସ୍ତାବ ରହିଛି ଯାହାକି ପାଣ୍ଠି ଉଠାଣ ପାଇଁ ଯୋଗ୍ୟ ଓ ଏଥିପାଇଁ ଟିକସ ସକ୍ରିୟ ଜିରୋ କୁପନ ବଣ୍ଡ୍ ଜାରି ଦ୍ୱାରା ସଂଗ୍ରହ କରାଯିବ । ଗିଫ୍ଟ ସିଟିରେ ଅନ୍ତରାଷ୍ଟ୍ରୀୟ ଆର୍ଥିକ ସେବା କେନ୍ଦ୍ର (ଆଇଏଫଏସସି)କୁ ପ୍ରୋତ୍ସାହିତ କରିବା ନିମନ୍ତେ ବଜେଟରେ ଅଧିକ ଟିକସ ପ୍ରୋତ୍ସାହନର ପ୍ରାବଧାନ ରଖାଯାଇଛି । ବଜେଟରେ ଦିଆଯାଇଥିବା ପ୍ରସ୍ତାବ ଅନୁସାରେ ମୂଳଧନୀ ଲାଭର ବିସ୍ତୃତ ବିବରଣୀ ଯାହାକି ପଂଜୀକୃତ ସିକ୍ୟୁରିଟି ଦ୍ୱାରା ହୋଇଥିବ, ଡିଭିଡେଣ୍ଟ ବହିଃଶୁଳ୍କ ପ୍ରୟାସ ଯାହାକି 2020 ମସିହାରେ ଆରମ୍ଭ କରାଯାଇଥିଲା ତାହା ଏଫଟିଏର ଅପବ୍ୟବହାରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେବା ସହ ଏହାକୁ ସୁବ୍ୟବସ୍ଥିତ କରିଛି ।
*******
TKM / SS
(Release ID: 1694402)
Visitor Counter : 540