ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାନୁଆରୀ 28ରେ ବିଶ୍ଵ ଅର୍ଥନୈତିକ ମଞ୍ଚର ଡାଭୋସ୍ ଡାଏଲଗକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Posted On: 27 JAN 2021 4:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁୟାରୀ 28, 2021 ରେ ବିଶ୍ୱ ଅର୍ଥନୈତିକ ମଞ୍ଚର ଡାଭୋସ୍ ଡାଏଲଗକୁ ସମ୍ବୋଧ କରିବେ । 400ରୁ ଅଧିକ ବିଶ୍ଵ ସ୍ତରୀୟ ଶିଳ୍ପପତି ଏହି ଅଧିବେଶନରେ ଯୋଗଦେବେ, ଯେଉଁଥିରେ ପ୍ରଧାନମନ୍ତ୍ରୀ ମାନବ ସମାଜର ମଙ୍ଗଳ ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଚତୁର୍ଥ ଶିଳ୍ପ ବିପ୍ଳବ ଆଣିବା ବିଷୟରେ ନିଜର ବକ୍ତବ୍ୟ ରଖିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସିଇଓମାନଙ୍କ ସହ ମଧ୍ୟ ମତ ବିନିମୟ କରିବେ ।

ଡାଭୋସ୍ ଡାଏଲଗ ସହିତ କୋଭିଡ ପରବର୍ତ୍ତୀ କାଳରେ ବିଶ୍ଵ ଅର୍ଥନୈତିକ ମଞ୍ଚର ମହତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା ଆରମ୍ଭ ହେବ । 

 

**********

TRP/



(Release ID: 1692814) Visitor Counter : 209