କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷି ଆଇନ୍ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିର ପ୍ରଥମ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ
Posted On:
19 JAN 2021 4:33PM by PIB Bhubaneshwar
ନୂଆଦିଲ୍ଲୀ ନିକଟରେ ସୂଚୀତ 3ଟି କୃଷି ଆଇନ୍ ଉପରେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହ ବିଚାର ବିମର୍ଷ ନିମନ୍ତେ" ସୁପ୍ରିମକୋର୍ଟଙ୍କ ଗତ 12.01.2021 ଆଦେଶ ଅନୁଯାୟୀ ନିଯୁକ୍ତ କମିଟିର ପ୍ରଥମ ବୈଠକ 19.01.2019୦ରେ ଅନୁଷ୍ଠିତ ହୋଇଯାଇଛି । କୃଷି ମୂଲ୍ୟ ଓ ଦର ଆୟୋଗର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ଅଶୋକ ଗୁଲାଟି, ସେତ୍କାରି ସଂଗଠନର ସଭାପତି ଶ୍ରୀ ଅନୀଲ୍ ଘନୱତ୍ ଏବଂ ଦକ୍ଷିଣ ଏସିଆ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡଃ ପ୍ରମୋଦ ଯୋଶୀ ଏହି ବୈଠକରେ ଯୋଗ ଦେଇଥିଲେ । ବୈଠକରେ କୃଷକ, କୃଷକମାନଙ୍କ ସଂସ୍ଥା, କୃଷକ ସଂଗଠନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ପକ୍ଷଙ୍କ ସହ ଆଲୋଚନା କରି ସୁପାରିଶ ପ୍ରସ୍ତୁତ କରିବା ନିମେନ୍ତ" କମିଟି ପାଇଁ ଦୁଇମାସର କାର୍ଯ୍ୟକଳାପକୁ ନେଇ ମାର୍ଗଦର୍ଶିକା ଚୁଡାନ୍ତ କରିବା ଉପରେ ଆଲୋଚନା କରାଯାଇଥିଲା । ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଅନୀଲ୍ ଘନୱାଟ କହିଛ ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏହି କମିଟି କୃଷି ଆଇନ୍ର ଉଭୟ ସପକ୍ଷ ଓ ବିପକ୍ଷବାଦୀ କୃଷକ ଏବଂ କୃଷକ ସଂଗଠନଗୁଡିକ ସହ ଆଲୋଚନା କରିବ । ଏହି କମିଟି ବିଭିନ୍ନ ରାଜ୍ୟ ସରକାର, ରାଜ୍ୟ ବିପଣନ ବୋର୍ଡ, କୃଷକ ଉତ୍ପାଦକ ସଂଘ, ଏବଂ ସମବାୟ ସମିତି ଭଳି ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କ ସହ ମଧ୍ୟ ବିଚାରବିମର୍ଷ କରିବ । କମିଟି ଖୁବ୍ ଶୀଘ୍ର କୃଷକ ସଂଘ ଓ ସଂଗଠନକୁ କୃଷି ଆଇନ୍ ସମ୍ପର୍କରେ ସେମାନଙ୍କର ମତ ରଖିବା ପାଇଁ ଆମନ୍ତ୍ରଣ କରିବ । ଏପରିକି ଚାଷୀମାନେ ଖୁବଶୀଘ୍ର ଉନ୍ମୋଚିତ ହେବାକୁ ଯାଉଥିବା ପୋର୍ଟାଲରେ ବ୍ୟକ୍ତିଗତ ଭାବେ ନିଜର ମତାମତ ଉଲ୍ଲେଖ କରିପାରିବେ । କମିଟି ଏହି ବିଷୟ ଉପରେ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ମତାମତ ଉପରେ ଅଗବତ ହେବା ପାଇଁ ଉତ୍ସୁକ, ଯାହାଫଳରେ ଏହା ନିଶ୍ଚିତଭାବେ ଭାରତର କୃଷକମାନଙ୍କ ହିତସାଧନ କରିପାରୁଥିବା ପରାମର୍ଶ ଦେଇପାରିବ ।
******
JPM / SLP
(Release ID: 1690189)
Visitor Counter : 210