ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ଟୀକାକରଣ ସମ୍ପର୍କରେ ସଦ୍ୟତମ ସୂଚନା

ଦେଶରେ 3.81 ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କର ଟିକାକରଣ ସମ୍ପନ୍ନ

କୌଣସି ଗୁରୁତର/ଗମ୍ଭୀର ଏଇଏଫଆଇ ଘଟଣା ଘଟିନାହିଁ

Posted On: 18 JAN 2021 7:50PM by PIB Bhubaneshwar

ତୃତୀୟ ଦିନରେ ଦେଶବ୍ୟାପୀ ବ୍ୟାପକ ସ୍ତରରେ କୋଭିଡ-19 ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି।

7,704 ଟୀକାକରଣର ଅଧିବେଶନ ଜରିଆରେ ଆଜି ସୁଦ୍ଧା ମୋଟ 3,81,305 ଲାଭାର୍ଥୀଙ୍କର ଟୀକାକରଣ କରାଯାଇଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡ଼ିଛି।

ଦେଶବ୍ୟାପୀ ଟୀକାକରଣର ତୃତୀୟ ଦିନରେ ଆଜି ଅପରାହ୍ଣ 5ଟା ସୁଦ୍ଧା 1,48,266 ଜଣଙ୍କୁ ଟୀକା ଦିଆଯାଇଛି। ବିଳମ୍ବିତ ରାତ୍ରୀରେ ସମ୍ପୂର୍ଣ୍ଣ ଟୀକାକରଣର ଚୂଡ଼ାନ୍ତ ତଥ୍ୟ ମିଳିବ।

 

କ୍ରଂ ସଂ.

ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ

ଟୀକା ନେଇଥିବା ଲାଭାର୍ଥୀଙ୍କ ସଂଖ୍ୟା (ପ୍ରାରମ୍ଭିକ ତଥ୍ୟ)

1

ଆନ୍ଧ୍ରପ୍ରଦେଶ

9,758

2

ଅରୁଣାଚଳ ପ୍ରଦେଶ

1,054

3

ଆସାମ

1,822

4

ବିହାର

8,656

5

ଛତିଶଗଡ଼

4,459

6

ଦିଲ୍ଲୀ

3,111

7

ହରିୟାଣା

3,486

8

ହିମାଚଳ ପ୍ରଦେଶ

2,914

9

ଜମ୍ମୁ ଓ କଶ୍ମୀର

1,139

10

ଝାଡ଼ଖଣ୍ଡ

2,687

11

କର୍ଣ୍ଣାଟକ

36,888

12

କେରଳ

7,070

13

ଲାକ୍ଷାଦୀପ

180

14

ମଧ୍ୟପ୍ରଦେଶ

6,665

15

ମଣିପୁର

291

16

ମିଜୋରାମ

220

17

ନାଗାଲାଣ୍ଡ

864

18

ଓଡ଼ିଶା

22,579

19

ପୁଡୁଚେରୀ

183

20

ପଞ୍ଜାବ

1,882

21

ତାମିଲନାଡ଼ୁ

7,628

22

ତେଲଙ୍ଗାନା

10,352

23

ତ୍ରିପୁରା

1,211

24

ଉତ୍ତରାଖଣ୍ଡ

1,579

25

ପଶ୍ଚିମବଙ୍ଗ

11,588

 

ସର୍ବଭାରତୀୟ

1,48,266

 

ଆନ ଆଡଭର୍ସ ଇଭେଣ୍ଟ ଫଲୋଇଂ ଇମ୍ୟୁନାଇଜେସନ (ଏଇଏଫଆଇ) ବା ଟୀକାକରଣ ପରେ ଦେଖା ଦେଉଥିବା ଏକ ପ୍ରତିକୂଳ ପ୍ରଭାବ ହେଉଛି ଏକ ଆକସ୍ମିକ ସ୍ୱାସ୍ଥ୍ୟ ସମସ୍ୟା ଯାହା ଟୀକାକରଣ ପରେ ଦେଖାଦେଇପାରେ। ଏହା ଟୀକା କିମ୍ବା ଟୀକାକରଣ ପ୍ରକ୍ରିୟା ସହିତ ଜଡ଼ିତ ହୋଇପାରେ କିମ୍ବା ହୋଇନପାରେ।

ବର୍ତ୍ତମାନସୁଦ୍ଧା 580 ଜଣଙ୍କ କ୍ଷେତ୍ରରେ ଏଇଏଫଆଇ ଦେଖାଦେଇଛି। ଏଥିମଧ୍ୟରୁ 7 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ପଡ଼ିଛି। ଦିଲ୍ଲୀରେ ଦେଖାଦେଇଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ଅଚେତ ହୋଇଯାଇଥିବା ଜଣଙ୍କୁ ପତପରଗଞ୍ଜସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଡାକ୍ତରୀ ଚିକିତ୍ସାରେ ରଖାଯାଇଛି। ସେହିପରି ଉତ୍ତରାଖଣ୍ଡରେ ଦେଖାଦେଇଥିବା ଏଇଏଫଆଇ ଘଟଣାରେ ଅସୁସ୍ଥ ବ୍ୟକ୍ତିଙ୍କୁ ରିଷିକେଶସ୍ଥିତ ଏମ୍ସରେ ଚିକିତ୍ସା କରାଯାଉଛି। ଛତିଶଗଡ଼ରେ ଜଣେ ବ୍ୟକ୍ତି ରାଜନନ୍ଦନଗାଓଁସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କର୍ଣ୍ଣାଟକରେ ଏଇଏଫଆଇ ଦୁଇ ଜଣଙ୍କ କ୍ଷେତ୍ରରେ ଦେଖାଦେଇଛି ଏବଂ ଜଣଙ୍କୁ ଚିତ୍ରଦୁର୍ଗସ୍ଥିତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ଜଣେ ଚିତ୍ରଦୁର୍ଗର ଚାଲ୍ଲାକେରେସ୍ଥିତ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଯେଉଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ସେମାନଙ୍କର ମୃତ୍ୟୁର କାରଣ ଟୀକା ଗ୍ରହଣ କରିବା ନୁହେଁ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାଯାଇଛି। ଉତ୍ତରପ୍ରଦେଶ ମୋରାଦାବାଦର ଜଣେ ବ୍ୟକ୍ତି 16 ଜାନୁଆରୀ 2021ରେ ଟୀକା ନେଇଥିବା ବେଳେ ତାଙ୍କର 17 ଜାନୁଆରୀ 2021 ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ମୃତ୍ୟୁର କାରଣ ଟୀକା ନୁହେଁ, ବରଂ ସେ ହୃଦରୋଗ ଏବଂ ଫୁସଫୁସଜନିତ ରୋଗ କାରଣରୁ ମୃତ୍ୟୁବରଣ କରିଛନ୍ତି।

କର୍ଣ୍ଣାଟକର ବେଲାରୀରେ ଜଣେ 43 ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେ 16 ଜାନୁଆରୀ, 2021ରେ ଟୀକା ନେଇଥିଲେ ଏବଂ ଆଜି ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ମଧ୍ୟ ହୃଦରୋଗ ଏବଂ ଫୁସଫୁସ ଜନିତ ରୋଗ ରହିଥିଲା। ଏହି କାରଣରୁ ତାଙ୍କର ମୃତ୍ୟୁ ଘଟିଛି। କର୍ଣ୍ଣାଟକର ବେଲାରୀ ସ୍ଥିତ ବିଜୟନଗର ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ ଠାରେ ଆଜି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ।

 

*********

PS

 



(Release ID: 1689835) Visitor Counter : 227