ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ

ଗଡକରୀ ଉନ୍ମୋଚନ କଲେ ଖଦି ପ୍ରାକୃତିକ ରଙ୍ଗ – ଖଦି କମିଶନଙ୍କ ଦ୍ୱାରା ବିକଶିତ ଭାରତର ପ୍ରଥମ ଗୋବରରୁ ପ୍ରସ୍ତୁତ ରଙ୍ଗ

Posted On: 12 JAN 2021 4:44PM by PIB Bhubaneshwar

କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଏବଂ ଏମ୍ଏସ୍ଏମ୍ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଆଜି ତାଙ୍କ ବାସଭବନରେ ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଶନଙ୍କ ଦ୍ୱାରା ବିକଶିତ ଗୋବରରୁ ପ୍ରସ୍ତୁତ ଦେଶର ପ୍ରଥମ ପ୍ରାକୃତିକ ରଙ୍ଗର ଉନ୍ମୋଚନ କରଛନ୍ତି ପ୍ରଥମ ଥର ପାଇଁ ନିଜସ୍ୱ ଉତ୍ପାଦିତ ପରିବେଶ ଅନୁକୂଳ, ବିଷ ହୀନ ଏହି ରଙ୍ଗକୁଖଦି ପ୍ରାକୃତିକ ରଙ୍ଗକୁହାଯାଉଥିବାବେଳେ ଏହାର ବୀଜାଣୁ ଶିଉଳି ରହିତ ଗୁଣ ରହିଛି ଏହାର ପ୍ରମୁଖ ସାମଗ୍ରୀ ଗୋବର ହୋଇଥିବାବେଳେ ଏହି ରଙ୍ଗ ଗନ୍ଧହୀନ ଦର ଲୋକଙ୍କ କ୍ରୟଶକ୍ତି ମଧ୍ୟରେ ରହିବା ସହିତ ଭାରତୀୟ ମାନକ ବ୍ୟୁରୋରୁ ଏହା ପ୍ରମାଣପତ୍ର ହାସଲ କରିଛି

କେନ୍ଦ୍ର ମତ୍ସ୍ୟ, ପଶୁ ସମ୍ପଦ ଏବଂ ଦୁଗ୍ଧ ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହ, ଏମ୍ଏସ୍ଏମ୍ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଷଡଙ୍ଗୀ ଏବଂ ଖଦି କମିଶନର ଅଧ୍ୟକ୍ଷ ବିୟନ କୁମାର ସକ୍ସସେନା ଏହି ଅବସରରେ ଉପସ୍ଥିତ ଥିଲେ

ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୃଷକଙ୍କ ଆୟ ବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଭଙ୍ଗି ସହିତ ଏହି ପଦକ୍ଷେପ ନିଆଯାଇଛି ଏଭଳି ପଦକ୍ଷେପ ଗ୍ରାମୀଣ ଅର୍ଥନୀତିରେ ଉନ୍ନତି ଆଣିବାପାଇଁ ଉଦ୍ୟମର ଏକ ଅଂଶ ଏବଂ ଏହାଦ୍ୱାରା ଲୋକେ ସହରରୁ ଗ୍ରାମାଞ୍ଚଳକୁ କର୍ମସଂସ୍ଥାନ ପାଇଁ ଆସିବେ ରଙ୍ଗର ଦର ସଂକ୍ରାନ୍ତରେ ଦର୍ଶାଇ ମନ୍ତ୍ରୀ କହିଥିଲେ ଯେ ଗୋଟିଏ ଲିଟର ଡିସ୍ଟେମ୍ପର ରଙ୍ଗର ଦର ୧୨୦ ଟଙ୍କା ହୋଇଥିବାବେଳେ ଗୋଟିଏ ଲିଟର ଏମୁଲେସନ ରଙ୍ଗର ମୂଲ୍ୟ ୨୨୫ଟଙ୍କା, ଯାହାକି ବଡ ବଡ ରଙ୍ଗ କମ୍ପାନୀର ଦର ତୁଳନାରେ ଅଧାରୁ କମ୍ କ୍ଷେତ୍ରରେ ସରକାରଙ୍କ ଭୂମିକା ସୁବିଧା ଯୋଗାଇଦେବା ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି ଯେ ବୃତ୍ତିଗତ ଢଙ୍ଗରେ ଏହି ରଙ୍ଗର ବିକ୍ରି କରାଯିବ ଏବଂ ଦେଶର କୋଣ ଅନୁକୋଣରେ ଏହାକୁ ପହଞ୍ଚାଯିବ

ଖଦି ପ୍ରାକୃତିକ ରଙ୍ଗ ଦୁଇଟି କିସମରେ ଉପଲବ୍ଧ ହେବଡିସଟେମ୍ପର ଏବଂ ପ୍ଲାଷ୍ଟିକ ଏମୁଲେସନ ରଙ୍ଗ ଏହି ପ୍ରକଳ୍ପର ରୂପରେଖ ମାର୍ଚ୍ଚ ୨୦୨୦ ରେ କେଭିଆଇସି ଦ୍ୱାରା ପ୍ରସ୍ତୁତ ହୋଇଥିଲା ଏବଂ ପରେ ଜୟପୁର ସ୍ଥିତ କେଭିଆଇସିର କୁମାରପା ଜାତୀୟ ହାତତିଆରି କାଗଜ ପ୍ରତିଷ୍ଠାନରେ ଏହା ବିକଶିତ ହୋଇଥିଲା

ଏହି ରଙ୍ଗ ସୀସା, ପାରଦ, କ୍ରୋମିୟମ, ଆର୍ସେନିକ, କାଡାମିୟମ ଭଳି ଭାରୀ ଧାତୁ ମୁକ୍ତ ଏହା ସ୍ଥାନୀୟ ଉତ୍ପାଦନକାରୀଙ୍କୁ ଉତ୍ସାହିତ କରିବା ସହିତ ଜ୍ଞାନକୌଶଳ ସ୍ଥାନାନ୍ତର ମାଧ୍ୟମରେ ଦୀର୍ଘସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏହି ଜ୍ଞାନକୌଶଳ ପରିବେଶ ଅନୁକୂଳ ଉତ୍ପାଦନ ପାଇଁ କଞ୍ଚାମାଲ ଭାବେ ଗୋବରର ବ୍ୟବହାର ବଢାଇବ ଏବଂ କୃଷକ ଗୋପାଳକମାନଙ୍କର ଅତିରିକ୍ତ ଆୟ ବୃଦ୍ଧି କରିବ ଗୋବରର ବ୍ୟବହାର ଫଳରେ ପରିବେଶ ସଫା ରହିବା ସହିତ ନାଳନର୍ଦ୍ଦମା ଜାମ୍ହେବନାହିଁ

ଖଦି ପ୍ରାକୃତିକ ଡିସ୍ଟେମ୍ପର ଏବଂ ଏମୁଲେସନ ରଙ୍ଗ ୩ଟି ପ୍ରତିଷ୍ଠିତ ଜାତୀୟ ପରୀକ୍ଷାଗାରରେ ପରୀକ୍ଷା କରାଯାଇଛି

    • ଜାତୀୟ ପରୀକ୍ଷା ଗାର, ମୁମ୍ବାଇ
    • ଶ୍ରୀ ରାମ ଶିଳ୍ପ ଗବେଷଣା ପ୍ରତିଷ୍ଠାନ, ନୂଆଦିଲ୍ଲୀ
    • ଜାତୀୟ ପରୀକ୍ଷା ଗାର, ଗାଜିଆବାଦ

ଖଦି ପ୍ରାକୃତିକ ଏମୁଲେସନ ରଙ୍ଗ ବିଆଇଏସ୍୧୫୪୮୯:୨୦୧୩ ମାନକ ପୂରଣ କରୁଛି; ଅନ୍ୟପକ୍ଷରେ ଖଦି ପ୍ରାକୃତିକ ଡିସଟେମ୍ପର ରଙ୍ଗ ବିଆଇଏସ୍୪୨୮:୨୦୧୩ ମାନକ ପୂରଣ କରିଛି ଏହି ରଙ୍ଗ ବିଭିନ୍ନ ପର୍ଯ୍ୟାୟ ପରୀକ୍ଷା ଯଥା ରଙ୍ଗର ବ୍ୟବହାର, ପତଳା ଗୁଣ, ଶୁଖିବା ସମୟ ଏବଂ ଶେଷ ସ୍ପର୍ଶ ଆଦି ଅନ୍ୟାନ୍ୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛି ଚାରି ଘଣ୍ଟାରୁ କମ୍ସମୟ ମଧ୍ୟରେ ଏହା ଶୁଖିଯାଏ ଏବଂ ସୁଗମ ଏକ ପ୍ରକାର ଚୂଡାନ୍ତ ହେଉଛି ଏହି ରଙ୍ଗ ଉଭୟ ଘର ଭିତରେ ବାହାରେ ବ୍ୟବହାର କରାଯାଇ ପାରିବ ଉଭୟ ଡିସ୍ଟେମ୍ପର ଏବଂ ଏମୁଲେସନ ମୂଳତଃ ଧଳା ରଙ୍ଗରେ ଉପଲବ୍ଧ ହେଉଥିବାବେଳେ ଉପଯୁକ୍ତ ରଙ୍ଗ ମିଶ୍ରଣ କରି ଅନ୍ୟ କୌଣସି ରଙ୍ଗରେ ବିକଶିତ କରାଯାଇ ପାରିବ

***

HS

 



(Release ID: 1688059) Visitor Counter : 274