ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

ସିବିଏସଇ ବୋର୍ଡ ପରୀକ୍ଷା-2021ର ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ମେ 4, 2021ରୁ 10 ଜୁନ, 2021 ମଧ୍ୟରେ ଅନୁଷ୍ଠିତ ହେବ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା : ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’

15 ଜୁଲାଇ, 2021 ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷା ଫଳ

ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚ ପହିଲା, 2021ରୁ ଆରମ୍ଭ ହେବ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 DEC 2020 6:31PM by PIB Bhubaneshwar

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ସିବିଏସଇ ବୋର୍ଡ ପରୀକ୍ଷାର ତାରିଖ ଘୋଷଣା କରିଛନ୍ତି। ଶ୍ରୀ ପୋଖରିୟାଲ କହିଛନ୍ତି ଯେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମେ 4 2021ରୁ 10 ଜୁନ, 2021 ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି 15 ଜୁଲାଇ, 2021 ସୁଦ୍ଧା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ସେ ଆହୁରି କହିଥିଲେ ଯେ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ମାର୍ଚ୍ଚ ପହିଲା, 2021ରୁ ଆରମ୍ଭ ହେବ।

ଶ୍ରୀ ପୋଖରିୟାଲ କହିଥିଲେ ଯେ କୋଭିଡ-19 ମହାମାରୀ କାରଣରୁ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବିଦ୍ୟାଳୟଗୁଡ଼ିକ ଅପ୍ରତ୍ୟାଶିତ ଏବଂ ଅନିଶ୍ଚିତ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ଛାତ୍ରଛାତ୍ରୀ ଯେପରି ପାଠପଢ଼ାରେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ଶିକ୍ଷକମାନେ ଅବିରାମ ଗତିରେ କାର୍ଯ୍ୟ କରିଚାଲିଛନ୍ତି। ଶିକ୍ଷାଦାନ ପାଇଁ ନୂଆ କୌଶଳ ଏବଂ ପଦ୍ଧତି ଆପଣାଇବା ପାଇଁ କଠିନ ପରିଶ୍ରମ କରିଥିବାରୁ ସେ ଶିକ୍ଷକମାନଙ୍କୁ ପ୍ରଶଂସା କରିଥିଲେ। ଡିଜିଟାଲ ମାଧ୍ୟମରେ ପାଠପଢ଼ା ପାଇଁ ପ୍ଲାଟଫର୍ମ ଏବଂ ବିଷୟବସ୍ତୁ ଯୋଗାଇ ଦେବା ସକାଶେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ।

ଶ୍ରୀ ପୋଖରିୟାଲ କହିଥିଲେ ଯେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ଠାରୁ ମିଳିଥିବା ପରାମର୍ଶ ଆଧାରରେ ତାରିଖ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷା ଓ ଭବିଷ୍ୟତ ଜୀବନ ପାଇଁ ସଫଳତା କାମନା କରିଥିଲେ।

 

***********

MC\KP\AK\PS

 


(ରିଲିଜ ଆଡି: 1685213) ପରିଦର୍ଶକ କାଉଣ୍ଟର : 280
ଏହି ରିଲିଜ ପଢନ୍ତୁ : English , Urdu , Marathi , हिन्दी , Bengali , Punjabi , Gujarati , Tamil