କ୍ୟାବିନେଟ

ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ସଂଶୋଧିତ ବିମାନ ସେବା ଚୁକ୍ତିନାମାକୁ କ୍ୟାବିନେଟ୍ ର ଅନୁମୋଦନ

Posted On: 23 DEC 2020 4:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍, ଭାରତ ଏବଂ ଫିଲିପାଇନ୍ସ ମଧ୍ୟରେ ସଂଶୋଧିତ ବିମାନ ସେବା ଚୁକ୍ତିନାମା ସ୍ୱାକ୍ଷରକୁ ଅନୁମୋଦନ ଦେଇଛି

ଏହି ସଂଶୋଧିତ ବିମାନ ସେବା ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ବେସାମରିକ ବିମାନ ଚଳାଚଳକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହା ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ଏବଂ ନୀରବଛିନ୍ନ ସଂଯୋଗ ପାଇଁ ସକ୍ଷମ ପରିବେଶ ପ୍ରଦାନ କରିବ ଏବଂ ଉଭୟ ପକ୍ଷର ବିମାନକୁ ଅଧିକ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବ ଏହା ଦୁଇ ଦେଶ ମଧ୍ୟରେ ଅଧିକ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ମଧ୍ୟ ପ୍ରୋତ୍ସାହିତ କରିବ

***



(Release ID: 1683034) Visitor Counter : 186