ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିସେମ୍ବର 25 ରେ ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Posted On: 23 DEC 2020 3:05PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା 25 ଡିସେମ୍ବର 2020 ମଧ୍ୟାହ୍ନ 12 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ପରବର୍ତ୍ତୀ କିସ୍ତି ସହାୟତା ରାଶି ଜାରି କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ 9 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରଙ୍କୁ 18,000 କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିବେ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛଅଟି ବିଭିନ୍ନ ରାଜ୍ୟର ଚାଷୀଙ୍କ ସହ ମଧ୍ୟ ଆଲୋଚନା କରିବେ ଉକ୍ତ କାର୍ଯ୍ୟକ୍ରମରେ ପିଏମ-କିଷାନ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ କୃଷକମାନେ ସେମାନଙ୍କର ଅଭିଜ୍ଞତା ବାଣ୍ଟିବେ ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ

ପିଏମ-କିଷାନ ବିଷୟରେ

ପିଏମ-କିଷାନ ଯୋଜନା ଅଧୀନରେ, ଯୋଗ୍ୟ ହିତାଧିକାରୀ ଚାଷୀଙ୍କୁ ବାର୍ଷିକ 6000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ, ଯାହା ପ୍ରତ୍ୟେକ ଚାରି ମାସରେ 2000 ଟଙ୍କାର କିସ୍ତି ଆକାରରେ ଦିଆଯାଇଥାଏ ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୋଇଥାଏ

***



(Release ID: 1682956) Visitor Counter : 172