ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଡିସେମ୍ବର 22ରେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 20 DEC 2020 12:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 22 ଡିସେମ୍ବର, 2020 ଦିନ 11ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର (ଏଏମୟୁ) ଶତବାର୍ଷିକୀ ସମାରୋହକୁ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଏକ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ମହାମହିମ ସୟଦନା ମୁଫାଦଲ ସଇଫୁଦ୍ଦିନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଉପସ୍ଥିତ ରହିବେ ।

ଏଏମୟୁ ବିଷୟରେ

ମହମ୍ମଦାନ ଆଙ୍ଗ୍ଲୋ ଓରିଏଣ୍ଟାଲ (ଏମଏଓ) କଲେଜକୁ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇ ଭାରତୀୟ ବିଧାନ ପରିଷଦର ଏକ ଅଧିନିୟମ ମାଧ୍ୟମରେ 1920ରେ ଏଏମୟୁ  ବିଶ୍ୱବିଦ୍ୟାଳୟ ରୂପେ ପ୍ରତିଷ୍ଠା ହେଲା । 1877 ମସିହାରେ ସାର ସୟଦ ଅହମ୍ମଦ ଖାନଙ୍କ ଦ୍ୱାରା ଏମଏଓ କଲେଜ ପ୍ରତିଷ୍ଠା କରାଯାଇଥିଲା । ଉତ୍ତରପ୍ରଦେଶର ଆଲିଗଡ଼ ସହରରେ 467.6 ହେକ୍ଟର ଜମିରେ ବିଶ୍ୱବିଦ୍ୟାଳୟର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି । ମାଲାପୁରମ (କେରଳ), ମୁର୍ସିଦାବାଦ-ଜାଙ୍ଗିପୁର (ପଶ୍ଚିମବଙ୍ଗ) ଏବଂ କିଶନଗଞ୍ଜ (ବିହାର)ରେ ଏହାର ତିନୋଟି ଅଫ କ୍ୟାମ୍ପସ କେନ୍ଦ୍ର ରହିଛି ।

 

**********

 



(Release ID: 1682224) Visitor Counter : 155