ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ମୋଟ କରୋନା ପଜିଟିଭ୍ ମାମଲାର 4% ରୁ କମ ସକ୍ରିୟ ମାମଲା

● ଦୈନିକ ପଜିଟିଭ୍ ହାର 3.14%
● ଜାତୀୟ ପଜିଟିଭ୍ ହାର ଠାରୁ 19 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ୍ ହାର ଅଧିକ ରହିଛି

Posted On: 09 DEC 2020 11:12AM by PIB Bhubaneshwar

କ୍ରମାଗତ ହ୍ରାସ ଧାରା ବଜାୟ ରଖି ଦେଶରେ ସକ୍ରିୟ କରୋନା ମାମଲା ଏବେ  3,78,909 ରେ ପହଁଚିଛି । ମୋଟ ପଜିଟିଭ୍ ମାମଲାର 3.89%  ସକ୍ରିୟ ମାମଲା ରହିଛି ।

ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ ମାମଲା ତୁଳନାରେ ଅଧିକ ରହୁଥିବା ଯୋଗୁ ସକ୍ରିୟ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ଗତ 24 ଘଣ୍ଟାରେ ସକ୍ରିୟ ମାମଲା 4,957 ହ୍ରାସ ପାଇଛି ।

http://static.pib.gov.in/WriteReadData/userfiles/image/image0017SOQ.jpg

ଗତ 24 ଘଣ୍ଟାରେ ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ନୂଆ କରୋନା ମାମଲା ତୁଳନାରେ ଅଧିକ ରହିଛି । 32,080 ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ 36,635 ଜଣ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image002PV5N.jpg

ଭାରତରେ ମୋଟ ନମୁନା ପରୀକ୍ଷା 15 କୋଟି (14,98,36,767) ପାଖାପାଖି ହୋଇଛି । ପ୍ରତିଦିନ ଦଶ ଲକ୍ଷରୁ ଅଧିକ ନମୁନା ପରୀକ୍ଷାର ଧାରା ବଜାୟ ରଖି ଗତ 24 ଘଣ୍ଟାରେ 10,22,712 ନମୁନା ପରୀକ୍ଷା କରାଯାଇଛି । ଦିନକୁ ଏବେ ଦେଶରେ ନମୁନା ପରୀକ୍ଷାର କ୍ଷମତା 15 ଲକ୍ଷକୁ ବୃଦ୍ଧି ପାଇଛି ।

ଭାରତରେ ଏବେ ମୋଟ 2,220 ଲାବୋରେଟାରୀରେ କରୋନା ନମୁନା ପରୀକ୍ଷାର ସୁବିଧା ଉପଲବ୍ଧ ହୋଇପାରୁଛି ।

http://static.pib.gov.in/WriteReadData/userfiles/image/image003RDF2.jpg

ଦୈନିକ ହାରାହାରି 10 ଲକ୍ଷ ନମୁନା ପରୀକ୍ଷା ଯୋଗୁ ଏହା ନିଶ୍ଚିତ ହୋଇଛି ଯେ, ପଜିଟିଭ୍ ହାର ହ୍ରାସ ପାଇଛି ଏବଂ ଏହି ଧାରା ବଜାୟ ରହିଛି । ଆଜି ମୋଟ ଜାତୀୟ ପଜିଟିଭ୍ ହାର ରହିଛି 6.50% । ଦୈନିକ ପଜିଟିଭ୍ ହାର ମାତ୍ର 3.14% ରହିଛି । ଅଧିକରୁ ଅଧିକ ନମୁନା ପରୀକ୍ଷା ହୋଇଥିବାରୁ ପଜିଟିଭ୍ ହାର ହ୍ରାସ ପାଇପାରିଛି ।

http://static.pib.gov.in/WriteReadData/userfiles/image/image004QDTF.jpg

ଜାତୀୟ ପଜିଟିଭ୍ ହାର ତୁଳନାରେ 19 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ୍ ହାର ଅଧିକ ରହିଛି ।

http://static.pib.gov.in/WriteReadData/userfiles/image/image005RB45.jpg

ନିମ୍ନଲିଖିତ ରାଜ୍ୟ ଗୁଡ଼ିକରେ ମୋଟ ନମୁନା ପରୀକ୍ଷା ଅଧିକ ରହିବା ସହ ପଜିଟିଭ୍ ହାର ହ୍ରାସ ହୋଇଛି ।

ଉତ୍ତର ପ୍ରଦେଶରେ ମୋଟ ନମୁନା ପରୀକ୍ଷା 2 କୋଟିକୁ ଅତିକ୍ରମ କରିଛି । ବିହାର, ତାମିଲନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶ ଆଦି ରାଜ୍ୟ ସର୍ବାଧିକ ନମୁନା ପରୀକ୍ଷା ଅର୍ଥାତ 1 କୋଟିରୁ ଅଧିକ ପରୀକ୍ଷା ହୋଇଥିବା ରାଜ୍ୟରେ ଅନ୍ତର୍ଭୁକ୍ତ ।

http://static.pib.gov.in/WriteReadData/userfiles/image/image006BYIF.jpg

ଭାରତରେ ସୁସ୍ଥତା ହାର 94.66%କୁ ବୃଦ୍ଧି ପାଇଛି । ମୋଟ ସୁସ୍ଥ ସଂଖ୍ୟା ଆଜି 92 ଲକ୍ଷ (92,15,581)କୁ ଅତିକ୍ରମ କରିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 76.37% ଆସିଛନ୍ତି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ମହାରାଷ୍ଟ୍ରରେ ଗତ 24 ଘଣ୍ଟାରେ ସର୍ବାଧିକ 6,365 ଜଣ ସୁସ୍ଥ ହୋଇଛନ୍ତି । କେରଳରେ 4,735 ଜଣ ଏବଂ ଦିଲ୍ଲୀରେ 3,307 ଜଣ ସୁସ୍ଥ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image0078GZT.jpg

ଗତ 24 ଘଣ୍ଟାରେ ଆସିଥିବା ନୂଆ କରୋନା ମାମଲାରୁ 75.11% ଆସିଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳରେ ସର୍ବାଧିକ 5,032 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ 4,026 ଜଣ ଚିହ୍ନଟ ହୋଇଛନ୍ତି ।

http://static.pib.gov.in/WriteReadData/userfiles/image/image008QQWH.jpg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 402 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 76.37% ମୃତ୍ୟୁ ହୋଇଛି 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । ଦିଲ୍ଲୀରେ ସର୍ବାଧିକ ମୃତ୍ୟୁ (57) ହୋଇଛି । ଏହା ପଛକୁ ମହାରାଷ୍ଟ୍ରରେ 53 ଏବଂ ପଶ୍ଚିମବଙ୍ଗରେ 49 ଜଣଙ୍କ ମୃତ୍ୟୁ ହୋଇଛି ।

http://static.pib.gov.in/WriteReadData/userfiles/image/image009M9WX.jpg

 

**********

 

 



(Release ID: 1679474) Visitor Counter : 243