ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାପରିନିର୍ବାଣ ଦିବସ ଅବସରରେ ଡ. ବାବାସାହେବ ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପୋଷ୍ଟ କରାଯିବା ଦିନାଙ୍କ: 06 DEC 2020 9:21AM by PIB Bhubaneswar

ମହାପରିନିର୍ବାଣ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡ. ବାବାସାହେବ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ଏକ ଟ୍ୱିଟ ମାଧ୍ୟମରେ, ପ୍ରଧାନମନ୍ତ୍ରୀ କହିଛନ୍ତି, "ମହାପରିନିର୍ବାଣ ଦିବସ ଅବସରରେ ମହାପୁରୁଷ ଡ. ବାବାସାହେବ ଆମ୍ବେଦକରଙ୍କୁ ଆମେ ସ୍ମରଣ କରୁଛୁ। ତାଙ୍କ ବିଚାର ଓ ଚିନ୍ତାଧାରା କୋଟି କୋଟି ଲୋକଙ୍କୁ ଶକ୍ତି ପ୍ରଦାନ କରିଚାଲିଛି। ସେ ଆମ ଦେଶ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରଣ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।"


(ରିଲିଜ ଆଡି: 1678717) ପରିଦର୍ଶକ କାଉଣ୍ଟର : 337