ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତା 7 ତାରିଖ ଦିନ ଆଗ୍ରା ମେଟ୍ରୋ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Posted On: 05 DEC 2020 5:30PM by PIB Bhubaneshwar

ଆସନ୍ତା 7 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଉଦଘାଟନ କରିବେ । ଭିଡିଓ କନଫରେନ୍ସ ମାଧ୍ୟମରେ ଦିନ 11.30 ସମୟରେ କେନ୍ଦ୍ର ଆବାସସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅନ୍ୟାନ୍ୟ ଗଣମାନ୍ୟ ଅତିଥିମାନେ ଯୋଗଦେବେ । ଆଗ୍ରାର 15 ବାଟାଲିୟନ ପିଏସି ପରେଡ ପଡିଆରେ ଏହି ସମାରୋହ ଅନୁଷ୍ଠିତ ହେବ ।

ଆଗ୍ରା ମେଟ୍ରୋ ପ୍ରକଳ୍ପ ସମ୍ପର୍କରେ ପଦେ......

ଆଗ୍ରା ମେଟ୍ରୋ ପ୍ରକଳ୍ପର ଦୈର୍ଘ୍ୟ 29.4 କିଲୋମିଟର ହୋଇଥିବା ବେଳେ ଏଥିରେ ଦୁଇଟି କରିଡର ରହିଛି । ଏହା ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ତାଜମହଲ, ଆଗ୍ରା ଦୁର୍ଗ, ସିକନ୍ଦର ସହ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡକୁ ସଂଯୋଗ କରୁଛି । ଏହି ପ୍ରକଳ୍ପ ଯୋଗୁଁ ଆଗ୍ରା ମହାନଗରୀର 26 ଲକ୍ଷ ଜନସାଧାରଣଙ୍କ ସମେତ ପ୍ରତିବର୍ଷ ଆଗ୍ରାକୁ ଆସୁଥିବା 60 ଲକ୍ଷ ପର୍ଯ୍ୟଟକ ଉପକୃତ ହେବେ । ଏହା ଏକ ପରିବେଶ ଅନୁକୂଳ ମାସ୍ ରାପିଡ଼ ଟ୍ରାଞ୍ଜିଟ ସିଷ୍ଟମ (ସର୍ବସାଧାରଣ ଦ୍ରୁତ ପରିବହନ ବ୍ୟବସ୍ଥା) ପ୍ରଦାନ କରିବ । 5 ବର୍ଷରେ ସଂପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରାୟ 8,379.62 କୋଟି ଟଙ୍କାର ଖର୍ଚ୍ଚ ଆକଳନ କରାଯାଇଛି ।

ପୂର୍ବରୁ ଗତ ବର୍ଷ  ମାର୍ଚ୍ଚ 8 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଗ୍ରା ମେଟ୍ରୋ ପ୍ରକଳ୍ପ ସହ ଲକ୍ଷ୍ନୌ ମେଟ୍ରୋର 23 କିଲୋମିଟର ଉତ୍ତର-ଦକ୍ଷିଣ କରିଡର, ସିସିଏସ ବିମାନ ବନ୍ଦରରୁ ମୁନସିପୁଲିଆ ପର୍ଯ୍ୟନ୍ତ ବାଣିଜ୍ୟିକ କାରବାର ବ୍ୟବସ୍ଥାର ଶୁଭ ଉଦଘାଟନ କରିଥିଲେ । 

 

**********


(Release ID: 1678658) Visitor Counter : 128