ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ସମ୍ବିଧାନ ଦିବସ ଅବସରରେ ଇ-ବିବରଣୀ ପୁସ୍ତିକା ପ୍ରକାଶ ଜାଭଡେକରଙ୍କ ଦ୍ଵାରା ଉନ୍ମୋଚିତ

Posted On: 26 NOV 2020 6:28PM by PIB Bhubaneshwar

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଭାରତୀୟ ସମ୍ବିଧାନ, ମୌଳିକ ଅଧିକାର ଓ କର୍ତ୍ତବ୍ୟ ଉପରେ ପର୍ଯ୍ୟବେସିତ ଇ-ବିବରଣୀ ପୁସ୍ତିକା ଉନ୍ମୋଚନ କରିଛନ୍ତି

ଏହି ଅବସରରେ ଉଦବୋଧନ ଦେଇ ଜାଭଡେକର କହିଛନ୍ତି ଯେ, ଏହି -ବିବରଣୀ ପୁସ୍ତିକା ଏକ ଗୁରୁତ୍ୱପୂର୍ଣ୍ଣ ସନନ୍ଦ    ମୁଁ ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପଦକ୍ଷେପକୁ ଅଭିନନ୍ଦନ ଜଣାଉଛି ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଏହି ରଚନାଗୁଡିକ ବହୁ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଦ୍ଵାରା ଲେଖା ଯାଇଛି ଏହି ଅବସରରେ ଶ୍ରୀ ଜାଭଡେକର ଆମ ସମ୍ବିଧାନକୁ ଦେଶର ବୃହତମ ଧାର୍ମିକ ପୁସ୍ତକ ବୋଲି କହିଥିବା ପ୍ରଧାନମନ୍ତ୍ରୀଙ୍କ ଉକ୍ତିକୁ ସ୍ମରଣ କରିଥିଲେ ସମ୍ବିଧାନ ଦିବସକୁ ପାଳନ କରିବା ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ପରିଣାମ ବୋଲି ସେ କହିଥିଲେ ସମ୍ବିଧାନର ଗୁରୁତ୍ଵ  ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜାଭଡେକର କହିଥିଲେ ଯେ, ଭାରତର ସମ୍ବିଧାନ ସବୁଠାରୁ ଅସାଧାରଣ ଏଥିରେ ସମସ୍ତ ବ୍ୟକ୍ତିଙ୍କୁ ଅଧିକାର ସମାଜର ସବୁ ବର୍ଗର ଲୋକଙ୍କୁ ସମାନ ନ୍ୟାୟ ଦେବାର ବିଷୟରେ ପୁଙ୍ଖାନୁପୁଙ୍ଖ ଉଲ୍ଲେଖ ରହିଛି ଏହି ପୁସ୍ତକ https://static.pib.gov.in/WriteReadData/ebooklat/Flip-Book/ constfiles/index.htmlରେ ୱେବସାଇଟରେ ପାଇପାରିବେ

-ବିବରଣୀ ପୁସ୍ତିକା ବିଷୟରେ ପଦେ-  

ଏହି -ପୁସ୍ତିକା 32ଟି ରଚନା ଦ୍ଵାରା ସମୃଦ୍ଧ ବିଚାରପତିଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି ଏବଂ କଳାକାରଙ୍କ ରଚନା ଏଥିରେ ସ୍ଥାନିତ ହୋଇଛି ଲେଖକମାନଙ୍କ ମଧ୍ୟରେ ଆନନ୍ଦ ମହିନ୍ଦ୍ରା, ଆଟର୍ଣ୍ଣୀ ଜେନେରାଲ କେ କେ ଭେନୁଗୋପାଳ ଏବଂ ସୋନାଲ ମାନସିଂ ଅନ୍ତର୍ଭୁକ୍ତ ପ୍ରଥମେ କଫି ଟେବୁଲ ପୁସ୍ତକ ଭାବେ ଯୋଜନା ହୋଇଥିବା ଏହି ପୁସ୍ତିକା -କମ୍ପେଡିୟମ ବା ବିସ୍ତୃତ ବିବରଣୀ ସହ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତ ହୋଇଛି ଭାରତୀୟ ସମ୍ବିଧାନରେ ସନ୍ନିବେଶିତ ମୌଳିକ ଅଧିକାର କର୍ତ୍ତବ୍ୟ ଉପରେ ଏହି ପୁସ୍ତକରେ ଆଲୋକପାତ କରାଯାଇଥିବା ବେଳେ ଦେଶର ଏକତା, ଅଖଣ୍ଡତା ଜନସାଧାରଙ୍କ ଜୀବନ ମାନରେ ଉନ୍ନତି ସମ୍ପର୍କରେ ସମ୍ବିଧାନର ଭୂମିକା ନେଇ ବର୍ଣ୍ଣନାମାନ ରହିଛି

**********



(Release ID: 1676209) Visitor Counter : 183