ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁଟାନରେ ରୂପେ କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ପାଇଁ ଭର୍ଚୁଆଲ ସମାରୋହ

Posted On: 19 NOV 2020 7:41PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଭୁଟାନ ପ୍ରଧାନମନ୍ତ୍ରୀ ଲିଓନଚେନ ଡଃ ଲୋତେ ଶେରିଙ୍ଗଙ୍କ ଦ୍ଵାରା ଆସନ୍ତାକାଲି (20.11.2020) ଭୁଟାନରେ ରୂପେ କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ପ୍ରଚଳନ ଭର୍ଚୁଆଲ ମୋଡରେ ଆରମ୍ଭ ହେବ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭୁଟାନଠାରେ ଗତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା ରୂପେ କାର୍ଡର ପ୍ରଥମ ପର୍ଯ୍ୟାୟ ତ୍ୱରାନ୍ୱିତ ହେବା ଫଳରେ ଭାରତରୁ ଭୁଟାନ ଯାଉଥିବା ପରିଦର୍ଶକମାନେ ସାରା ଭୁଟାନରେ ଏଟିଏମ ପିଓଏସ ଟର୍ମିନାଲର ବ୍ୟବହାର କରିପାରିବେ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେଲେ ଭୁଟାନର ପରିଦର୍ଶକମାନେ ଭାରତରେ ରୂପେ କାର୍ଡ ନେଟୱାର୍କର ସୁବିଧା ନେଇପାରିବେ ଭାରତ ଏବଂ ଭୁଟାନ ବନ୍ଧୁତାର ଏକ ସ୍ଵତନ୍ତ୍ର ଦିଗ ରହିଛି ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଭାତୃତ୍ୱଭାବ ସାଂସ୍କୃତିକ ଐତିହ୍ୟ ଯୋଗୁଁ ଏହା ଅଧିକ ସୁଦୃଢ ହୋଇଛି

 

**********



(Release ID: 1674221) Visitor Counter : 256