ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁଟାନରେ ରୂପେ କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ପାଇଁ ଭର୍ଚୁଆଲ ସମାରୋହ

ପୋଷ୍ଟ କରାଯିବା ଦିନାଙ୍କ: 19 NOV 2020 7:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଭୁଟାନ ପ୍ରଧାନମନ୍ତ୍ରୀ ଲିଓନଚେନ ଡଃ ଲୋତେ ଶେରିଙ୍ଗଙ୍କ ଦ୍ଵାରା ଆସନ୍ତାକାଲି (20.11.2020) ଭୁଟାନରେ ରୂପେ କାର୍ଡର ଦ୍ଵିତୀୟ ପର୍ଯ୍ୟାୟ ପ୍ରଚଳନ ଭର୍ଚୁଆଲ ମୋଡରେ ଆରମ୍ଭ ହେବ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭୁଟାନଠାରେ ଗତ ବର୍ଷ ଅଗଷ୍ଟରେ ଆରମ୍ଭ ହୋଇଥିଲା । ରୂପେ କାର୍ଡର ପ୍ରଥମ ପର୍ଯ୍ୟାୟ ତ୍ୱରାନ୍ୱିତ ହେବା ଫଳରେ ଭାରତରୁ ଭୁଟାନ ଯାଉଥିବା ପରିଦର୍ଶକମାନେ ସାରା ଭୁଟାନରେ ଏଟିଏମ ଓ ପିଓଏସ ଟର୍ମିନାଲର ବ୍ୟବହାର କରିପାରିବେ । ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେଲେ ଭୁଟାନର ପରିଦର୍ଶକମାନେ ଭାରତରେ ରୂପେ କାର୍ଡ ନେଟୱାର୍କର ସୁବିଧା ନେଇପାରିବେ । ଭାରତ ଏବଂ ଭୁଟାନ ବନ୍ଧୁତାର ଏକ ସ୍ଵତନ୍ତ୍ର ଦିଗ ରହିଛି । ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଭାତୃତ୍ୱଭାବ ଓ ସାଂସ୍କୃତିକ ଐତିହ୍ୟ ଯୋଗୁଁ ଏହା ଅଧିକ ସୁଦୃଢ ହୋଇଛି ।

 

**********


(ରିଲିଜ ଆଡି: 1674221) ପରିଦର୍ଶକ କାଉଣ୍ଟର : 342