ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର ସକ୍ରିୟ କରୋନା ମାମଲା 4.85 ଲକ୍ଷ ତଳକୁ ଖସିଲା

• ଦୈନିକ ଆରୋଗ୍ୟ ମାମଲା ଲଗାତର ଭାବେ ଦୈନିକ ନୂଆ ଆକ୍ରାନ୍ତ ସଂଖ୍ୟାଠାରୁ ଅଧିକ ରହୁଛି

Posted On: 13 NOV 2020 12:34PM by PIB Bhubaneshwar

ଭାରତର ସକ୍ରିୟ କରୋନା ମାମଲା ଆଜି 4,84,547ରେ ପହଞ୍ଚିଛି, ଯାହା କି 5 ଲକ୍ଷ ଅଙ୍କଠାରୁ କମ ଆଜିକୁ ମିଶାଇ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ କରୋନା ମାମଲା 5 ଲକ୍ଷ ତଳେ ରହିଆସୁଛି ମୋଟ କରୋନା ଆକ୍ରାନ୍ତ ମାମଲା ସଂଖ୍ୟାରେ ସକ୍ରିୟ ମାମଲା ମାତ୍ର 5.55% ରହିଛି

ନୂଆ ମାମଲା ସଂଖ୍ୟାଠାରୁ ଆରୋଗ୍ୟ ସଂଖ୍ୟା ଲଗାତର ଭାବେ ଅଧିକ ହେବା ଯୋଗୁ ଏଭଳି ହୋଇପାରିଛି ମୋଟ ସକ୍ରିୟ ମାମଲା ସଂଖ୍ୟା ଖସାଇବାରେ ଏହା ବିଶେଷ ସହାୟକ ହେଉଛି

http://static.pib.gov.in/WriteReadData/userfiles/image/image001C22W.jpg

ଗତ 24 ଘଣ୍ଟାରେ ଦେଶରେ 44,879 ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ 49,079 ରୋଗୀ କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଦୈନିକ ନୂଆ ମାମଲା ତୁଳନାରେ ଦୈନିକ ନୂଆ ଆରୋଗ୍ୟ ସଂଖ୍ୟା ଅଧିକ ହେବାର ଏହି ଧାରା ବଳବତ୍ତର ରହିଛି ଆଜିକୁ ମିଶାଇ ଲଗାତର 41 ଦିନ ହେଲା ଏହି ଧାରା ଦେଖିବାକୁ ମିଳୁଛି

http://static.pib.gov.in/WriteReadData/userfiles/image/image002W776.jpg

ଦେଶରେ ମୋଟ ଆରୋଗ୍ୟ ସଂଖ୍ୟା 81,15,580କୁ ବୃଦ୍ଧି ପାଇଛି ଏହାଦ୍ୱାରା ଆରୋଗ୍ୟ ହାର 92.97%କୁ ବଢ଼ିଛି ଫଳରେ ଆରୋଗ୍ୟ ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ରହୁଥିବା ବ୍ୟବଧାନ ଲଗାତର ବୃଦ୍ଧି ପାଉଛି ଏବେ ଏହି ବ୍ୟବଧାନ 76,31,033କୁ ବଢ଼ିଛି

ଦିନକରେ ଆରୋଗ୍ୟ ଲାଭ କରିଥିବା ନୂଆ ରୋଗୀଙ୍କ ମଧ୍ୟରେ 77.83% 10 ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି

ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ଲୋକ କରୋନା କବଳରୁ ମୁକୁଳିଛନ୍ତି ରାଜ୍ୟରେ ଗତ 24 ଘଣ୍ଟାରେ 7,809 ରୋଗୀ ଆରୋଗ୍ୟ ହେବା ପରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା 16,05,064କୁ ବୃଦ୍ଧି ପାଇଛି

http://static.pib.gov.in/WriteReadData/userfiles/image/image003DS2C.jpg

76.25% ନୂଆ କରୋନା ମାମଲା 10 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଦେଖିବାକୁ ମିଳିଛି

ଦିଲ୍ଲୀରେ ଗତ 24 ଘଣ୍ଟାରେ ସର୍ବାଧିକ 7,053 ନୂଆ ମାମଲା ସାମ୍ନାକୁ ଆସିଛି ଏହା ପଛକୁ ଥିବା କେରଳରେ 5,537ନୂଆ ମାମଲା ଚିହ୍ନଟ କରାଯାଇଥିବା ବେଳେ ମହାରାଷ୍ଟ୍ରରେ 4,496 ନୂଆ ମାମଲା ଦେଖିବାକୁ ମିଳିଛି

http://static.pib.gov.in/WriteReadData/userfiles/image/image004U351.jpg

ଗତ 24 ଘଣ୍ଟାରେ ଦେଶରେ କରୋନା ଆକ୍ରାନ୍ତ ଯୋଗୁ 547 ରୋଗୀଙ୍କ ମୃତ୍ୟୁ ଘଟିଛି ଏଥିରୁ ପାଖାପାଖି 80% (79.34%) 10 ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଠାବ କରାଯାଇଛି

ଦେଶରେ ଦିନକରେ ପ୍ରାଣ ହରାଇଥିବା ନୂଆ କରୋନା ରୋଗୀଙ୍କ 22.3% ମହାରାଷ୍ଟ୍ରରୁ ରହିଛି ରାଜ୍ୟରେ 122 ନୂଆ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି ସେହିଭଳି 24 ଘଣ୍ଟାରେ ଦିଲ୍ଲୀ ପଶ୍ଚିମବଙ୍ଗରେ ଯଥାକ୍ରମେ 104 54 ଲୋକଙ୍କ ମୃତ୍ୟୁ ଘଟିଛି

http://static.pib.gov.in/WriteReadData/userfiles/image/image0055GQO.jpg

**********



(Release ID: 1672718) Visitor Counter : 247