ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 5.5 ଲକ୍ଷ ତଳକୁ ଖସିଲା

• 105 ଦିନ ପରେ ଗୋଟିଏ ଦିନରେ 38,310 ନୂଆ ପଜିଟିଭ୍ ମାମଲା
• ମୋଟ ସୁସ୍ଥ ଓ ସକ୍ରିୟ ମାମଲା ମଧ୍ୟରେ ପାର୍ଥକ୍ୟ 70 ଲକ୍ଷ ଟପିଲା

Posted On: 03 NOV 2020 11:01AM by PIB Bhubaneshwar

କୋଭିଡ ମୁକାବିଲାରେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଗତ 24 ଘଣ୍ଟା ମଧ୍ୟରେ ନୂଆ ପଜିଟିଭ୍ ମାମଲା 40 ହଜାରରୁ ତଳକୁ ହ୍ରାସ ପାଇଛି । 15 ସପ୍ତାହ (105 ଦିନ) ପରେ ଗୋଟିଏ ଦିନରେ ନୂଆ ପଜିଟିଭ୍ ମାମଲା 38,310 ହୋଇଛି । 2020 ଜୁଲାଇ 22 ତାରିଖରେ ଦିନକରେ ପଜିଟିଭ୍ ମାମଲାର ସଂଖ୍ୟା ଥିଲା 37,724 ।

ପ୍ରତିଦିନ ଅଧିକରୁ ଅଧିକ କୋଭିଡ ଆକ୍ରାନ୍ତ ସୁସ୍ଥ ହେଉଥିବା ଯୋଗୁଁ ମୃତ୍ୟୁହାର ହ୍ରାସ ପାଇବା ସହିତ ସକ୍ରିୟ ମାମଲା ନିମ୍ନମୁଖୀ ହୋଇ ଚାଲିଛି ।

ଅନ୍ୟ ଏକ ସଫଳତାରେ କରୋନା ସକ୍ରିୟ ମାମଲା 5.5 ଲକ୍ଷରୁ ତଳକୁ ଖସିଯାଇଛି । ଦେଶରେ ଏବେ ସକ୍ରିୟ ମାମଲାର ସଂଖ୍ୟା 5,41,405 ଥିବାବେଳେ ଏହା ମୋଟ ପଜିଟିଭ୍ ମାମଲାର ମାତ୍ର 6.55% ।

WhatsApp Image 2020-11-03 at 10.03.23 AM.jpeg

ଦେଶବ୍ୟାପୀ ବ୍ୟାପକ ଟେଷ୍ଟିଂ, ଆକ୍ରାନ୍ତ ମାନଙ୍କୁ ତୁରନ୍ତ ଚିହ୍ନଟ କରିବା, ଟ୍ରାକିଂ, ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରିବା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ପ୍ରକ୍ରିୟାରେ ଆକ୍ରାନ୍ତଙ୍କ ଚିକତ୍ସା କରିବା ଇତ୍ୟାଦିକୁ ରାଜ୍ୟ/କେନ୍ଦ୍ର ଶାସିତ ଅଞ୍ଚଳର ସରକାର ଗୁରୁତ୍ୱ ଦେବାରୁ ଏଭଳି ଉତ୍ସାହଜନକ ସଫଳତା ମିଳିପାରିଛି । ଡାକ୍ତର, ପାରାମେଡିକ୍, ଆଗଧାଡ଼ିରେ ଥିବା ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ସମସ୍ତ କୋଭିଡ-19 ଯୋଦ୍ଧାଙ୍କ ନିଃସ୍ୱାର୍ଥପର ଉତ୍ସର୍ଗୀକୃତ ସେବା ମନୋଭାବ ମଧ୍ୟ ଏହି ସଫଳତାର ଅନ୍ୟ ଏକ କାରଣ ।

ଦେଶରେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କରୋନା ସକ୍ରିୟ ମାମଲା ମଧ୍ୟ ହ୍ରାସ ପାଉଛି । ମୋଟ ସୁସ୍ଥଙ୍କ ସଂଖ୍ୟା 76 ଲକ୍ଷକୁ ଅତିକ୍ରମ କରିଛି (76,03,121) । 

ସକ୍ରିୟ ମାମଲା ଏବଂ ସୁସ୍ଥଙ୍କ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ ମଧ୍ୟ 70 ଲକ୍ଷକୁ ଟପି ଯାଇଛି (70,61,716) ।

WhatsApp Image 2020-11-03 at 9.59.46 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 58,323 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଜାତୀୟ ସୁସ୍ଥ ହାର ପୁଣି 91.96%କୁ ବୃଦ୍ଧି ପାଇଛି ।

ନୂଆ ସୁସ୍ଥଙ୍କ ମଧ୍ୟରେ 80% ଆସିଛନ୍ତି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ।

ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ 10 ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଏହା ପଛକୁ କର୍ଣ୍ଣାଟକରେ 8 ହଜାର ସୁସ୍ଥ ହୋଇଛନ୍ତି ।

WhatsApp Image 2020-11-03 at 9.59.53 AM (2).jpeg

ନୂଆ ପଜିଟଭ୍ ମାମଲାରୁ 74% ଆସିଛନ୍ତି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ଦିନକରେ 4 ହଜାର ଲେଖାଏଁ ନୂଆ ପଜିଟିଭ୍ ମାମଲା ଆସିଛି । ପଶ୍ଚିମବଙ୍ଗରେ 3 ହଜାରରୁ ଅଧିକ ମାମଲା ଆସିଛି ।

WhatsApp Image 2020-11-03 at 9.59.53 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 490 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 80% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ମହାରାଷ୍ଟ୍ରରେ ସର୍ବାଧିକ ଦିନକରେ 104 ଜଣଙ୍କ ମୃତ୍ୟୁ ହୋଇଛି ।

ଭାରତରେ ଏବେ ମୃତ୍ୟୁ ହାର ରହିଛି 1.49% ।

WhatsApp Image 2020-11-03 at 9.59.53 AM (1).jpeg

 

**********

 

 



(Release ID: 1669837) Visitor Counter : 211