ଅର୍ଥ ମନ୍ତ୍ରଣାଳୟ 
                
                
                
                
                
                
                    
                    
                        ସ୍ପେଶାଲ ବରୋଇଂ ୱିଣ୍ଡୋ ଜରିଆରେ କେନ୍ଦ୍ର ସରକାର ଦ୍ୱିତୀୟ ଦଫାରେ 16 ରାଜ୍ୟ ଓ 3 କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କଲେ ଜିଏସ୍ଟି କ୍ଷତିପୂରଣ ବାବଦରେ 6 ହଜାର କୋଟି ଟଙ୍କା 
                    
                    
                        •	ଅର୍ଥ ମନ୍ତ୍ରଣାଳୟ ଏ ଯାବତ୍ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ 12 ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାର ବ୍ୟବସ୍ଥା କରିଛି
                    
                
                
                    Posted On:
                02 NOV 2020 4:08PM by PIB Bhubaneshwar
                
                
                
                
                
                
                ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଏହାର ସ୍ପେଶାଲ ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ ରାଜ୍ୟମାନଙ୍କର ଜିଏସ୍ଟି ସଂଗ୍ରହ ଜନିତ କ୍ଷତିପୂରଣ ଭରଣା କରିବା ପାଇଁ ଦ୍ୱିତୀୟ ଦଫାରେ 16ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳକୁ 6 ହଜାର କୋଟି ଟଙ୍କା ଆଜି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଅର୍ଥ ରାଶି ଋଣ ଆକାରରେ 4.42 ଶତାଂଶ ସୁଧରେ ଋଣ କରି କେନ୍ଦ୍ର ସରକାର ସଂଗ୍ରହ କରିଛନ୍ତି । ସମାନ ସୁଧ ହାରରେ ଏହି ଅର୍ଥ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯିବ । ଏହି ସୁଧହାର ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ କରୁଥିବା ଋଣର ସୁଧ ହାରଠାରୁ କମ୍ । ଏହି କମ୍ ସୁଧ ଯୋଗୁଁ ସଂପୃକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଉପକୃତ ହେବେ । ଏ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥାରେ 12 ହଜାର କୋଟି ଟଙ୍କାର ଋଣ କରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ସ୍ପେଶାଲ ବରୋଇଂ ୱିଣ୍ଡୋ ଏକ ବ୍ୟବସ୍ଥା ଯେଉଁଠି ରାଜ୍ୟମାନଙ୍କର ଜରୁରୀ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ର ସରକାର ସ୍ୱଳ୍ପ ସୁଧରେ ଋଣ ସଂଗ୍ରହ କରି ସଂପୃକ୍ତ ପ୍ରଦେଶମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଯୋଗାଇଥାନ୍ତି ।
କରୋନା ମହାମାରୀ ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟର ଜିଏସ୍ଟି ସଂଗ୍ରହ ପରିମାଣ ବିଶେଷ ପ୍ରଭାବିତ ହୋଇଛି । ବ୍ୟବସ୍ଥା ଅନୁସାରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଜିଏସ୍ଟି କ୍ଷତିପୂରଣ ବାବଦ ଅର୍ଥ ଯୋଗାଇବାକୁ ପଡିବ । ସେହି ଆବଶ୍ୟକତା ପୂରଣ ପାଇଁ ଋଣ କରିବା ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ର ପରାମର୍ଶ ଦେଇଥିଲା । ଏ ଯାବତ୍ ଦେଶର 21ଟି ରାଜ୍ୟ ଓ 3ଟି କେନ୍ଦ୍ର ଶାସିତ ଅଞ୍ଚଳ ସ୍ପେଶାଲ ୱିଣ୍ଡୋ ଅପ୍ସନ-1 ଅନୁସାରେ ଋଣ କରିବାକୁ କେନ୍ଦ୍ରକୁ ସମ୍ମତି ପ୍ରଦାନ କରିଥିଲେ । ତଦନୁସାରେ ଭାରତ ସରକାର ଏହି ଋଣ ବନ୍ଦୋବସ୍ତ କରି ସଂପୃକ୍ତ ଅର୍ଥକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ କ୍ରମାଗତ ଯୋଗାଇ ଦେଇ ଆସୁଛନ୍ତି । ରାଜ୍ୟମାନଙ୍କର ଜିଏସ୍ଟି କ୍ଷତିପୂରଣ ବାବଦ ଅର୍ଥ ଭରଣା କରିବା ପାଇଁ ଏହା ପ୍ରଦାନ କରାଯାଉଛି । ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଋଣ ପ୍ରଦାନ କରାଯାଇଛି ସେଗୁଡିକ ହେଲା- ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ତାମିଲନାଡୁ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ଜମ୍ମୁ  ଓ କଶ୍ମୀର ଏବଂ ପୁଡୁଚେରୀ । 
 
**********
 
 
                
                
                
                
                
                (Release ID: 1669547)
                Visitor Counter : 308
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Kannada