ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତର କରୋନା ମୃତ୍ୟୁ ହାର ଖସିଲା 1.5 ପ୍ରତିଶତ ତଳକୁ

• 23ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ହାର ଜାତୀୟ ହାର ଠାରୁ ନିମ୍ନରେ

Posted On: 31 OCT 2020 11:24AM by PIB Bhubaneshwar

କରୋନା ମହାମାରୀ ବିରୋଧରେ ମିଳିତ ଭାବେ ଲଢ଼େଇରେ ଭାରତ ଉଲ୍ଲେଖନୀୟ ସଫଳତା ପାଇପାରିଛି । ପଜିଟିଭ୍ ତୁଳନାରେ ମୃତ୍ୟୁ ହାର (କେସ୍ ଫାଟାଲିଟି ରେଟ୍-ସିଏଫଆର) 1.5%ରୁ ତଳକୁ ହ୍ରାସ ପାଇଛି । ନିମ୍ନମୁଖୀ ଧାରାରେ ଏହା ଆଜି 1.49% ରହିଛି । ପ୍ରତି ଦଶ ଲକ୍ଷଙ୍କର ଭାରତର ମୃତ୍ୟୁ ସଂଖ୍ୟା ବହୁ କମ୍ ଅର୍ଥାତ 88 ରହିଛି ।

କେନ୍ଦ୍ର ନେତୃତ୍ୱରେ ଟେଷ୍ଟ, ଟ୍ରାକ୍, ଟ୍ରେସ୍ ଏବଂ ଟ୍ରିଟ୍ ରଣନୀତି ସହ କଣ୍ଟେନମେଣ୍ଟ ନିଷ୍ପତ୍ତି, ନମୁନା ପରୀକ୍ଷାକୁ ତ୍ୱରାନ୍ୱିତ କରିବା ଓ ଡାକ୍ତରଖାନାର ଚିକିତ୍ସା ପରିଚାଳନାକୁ ସଫଳତା ମିଳିଛି । ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରିବା, ତ୍ୱରିତ ସଙ୍ଗରୋଧ, ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ଆକ୍ରାନ୍ତଙ୍କର ସମୟୋଚିତ ଚିକିତ୍ସା ଯୋଗୁ ଭଲ ଫଳ ମିଳିପାରିଛି । ଏହାଦ୍ୱାରା ଭାରତରେ କୋଭିଡ ମୃତ୍ୟୁ ହାର କମ୍ ରହିଛି ଏବଂ ଏହା ପରିଚାଳନା ସହଜ ହୋଇଛି ।

WhatsApp Image 2020-10-31 at 10.26.07 AM.jpeg

ବିଶ୍ୱରରେ କମ୍ କରୋନା ମୃତ୍ୟୁ ହାର ରଖିବାରେ ଭାରତ ଅନ୍ୟତମ ଦେଶ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 551 ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତିଦିନ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ନିମ୍ନମୁଖୀ ଧାରାରେ ରହିଛି ।

WhatsApp Image 2020-10-31 at 10.26.07 AM (2).jpeg

କୋଭିଡ ପରିଚାଳନାର ଅଂଶବିଶେଷ ଭାବେ ଆଇସିୟୁ ଡାକ୍ତର ଏବଂ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ପରିଚାଳନାରେ ଦକ୍ଷତା ବୃଦ୍ଧି କରିବାକୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଗୁରୁତର ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ହ୍ରାସ କରିବା ଲାଗି ଦିଲ୍ଲୀ ଏମ୍ସ ଦ୍ୱାରା ଇ-ଆଇସିୟୁ ଆରମ୍ଭ କରାଯାଇଛି । ରାଜ୍ୟ ଡାକ୍ତରଖାନା ଗୁଡ଼ିକରେ ଆଇସିୟୁ ପରିଚାଳନା କରୁଥିବା ଡାକ୍ତରମାନଙ୍କ ସହ ସପ୍ତାହକୁ ଦୁଇଥର ଅର୍ଥାତ ମଙ୍ଗଳବାର ଓ ଶୁକ୍ରବାର ଟେଲିଫୋନ ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ପରାମର୍ଶ ଦିଆଯାଉଛି । 2020 ଜୁଲାଇ 8 ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହାର ଫଳସ୍ୱରୂପ 23ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ହାର ଜାତୀୟ ହାର ଠାରୁ କମ୍ ରହିଛି ।

WhatsApp Image 2020-10-31 at 10.26.07 AM (1).jpeg

ମୋଟ ମୃତ୍ୟୁର 65% କେବଳ 5ଟି ରାଜ୍ୟରେ ହୋଇଛି । ମୋଟ ମୃତ୍ୟୁର 36%ରୁ ଅଧିକ କେବଳ ମହାରାଷ୍ଟ୍ରରେ ହୋଇଛି ।

WhatsApp Image 2020-10-31 at 10.26.08 AM.jpeg

ମୋଟ ମୃତ୍ୟୁର 85% କେବଳ 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି ।

WhatsApp Image 2020-10-31 at 10.34.11 AM.jpeg

6ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ଶହେ ତଳେ ଥିବା ବେଳେ 8ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସଂଖ୍ୟା ଏକ ହଜାର ତଳେ ରହିଛି ।

16ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା 10 ହଜାର ତଳେ ରହିଛି ।

WhatsApp Image 2020-10-31 at 10.30.54 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 59,454 ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ 48,268 ଟି ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି । ଏଥିସହ ମୋଟ ସୁସ୍ଥଙ୍କ ସଂଖ୍ୟା 74 ଲକ୍ଷ (74,32,829)କୁ ଅତିକ୍ରମ କରିଛି । ଦୈନିକ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇ 91.34% ରେ ପହଞ୍ଚିଛି ।

ଭାରତରେ କ୍ରମାଗତ ଭାବେ ସକ୍ରିୟ ପଜିଟିଭ୍ ମାମଲା ହ୍ରାସ ପାଇବାରେ ଲାଗିଛି । ଏବେ ମୋଟ ପଜିଟିଭ୍ ମାମଲାର ମାତ୍ର 7.16% ସକ୍ରିୟ ମାମଲା ଭାବେ ରହିଛି, ଯାହାକି 5,82,649 । କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଏହି ସଂଖ୍ୟା 6 ଲକ୍ଷରୁ ତଳେ ରହିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ 79% 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି ।

ଗୋଟିଏ ଦିନରେ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ସର୍ବାଧିକ 8 ହଜାର ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ କେରଳରେ 7 ହଜାର ସୁସ୍ଥ ହୋଇଛନ୍ତି ।

WhatsApp Image 2020-10-31 at 10.26.06 AM (1).jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 48,268 ନୂଆ ପଜିଟିଭ୍ ମାମଲା ସାମନାକୁ ଆସିଛି ।

ନୂଆ ପଜିଟିଭ୍ ମାମଲାରୁ 78%  ଆସିଛି 10ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ । କେରଳ ଓ ମହାରାଷ୍ଟ୍ରରେ ସର୍ବାଧିକ 6 ହଜାରରୁ ଅଧିକ ଲେଖାଏଁ ମାମଲା ଆସିଥିବା ବେଳେ ଏହା ପଛକୁ ଦିଲ୍ଲୀରୁ ଆସିଛି 5 ହଜାର ମାମଲା ।

WhatsApp Image 2020-10-31 at 10.26.05 AM.jpeg

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 551 ଜଣଙ୍କ ମୃତ୍ୟୁ ହୋଇଛି । ଏଥିରୁ 83% ହୋଇଛି 10ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ । କେବଳ ମହାରାଷ୍ଟ୍ରରୁ 23% ମୃତ୍ୟୁ ମାମଲା ଆସିଛି (127 ମୃତ୍ୟୁ) ।

WhatsApp Image 2020-10-31 at 10.26.06 AM.jpeg

 

**********

 

 

 

 



(Release ID: 1669157) Visitor Counter : 174