ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

• ମିଳିତ ଜାତିସଙ୍ଘରେ ଅଧିସୂଚିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟ ଉନ୍ମୋଚିତ
• କେୱଡିଆ ମୋବାଇଲ ଆପ ଉନ୍ମୋଚିତ
• ୟୁନିଟି ଗ୍ଲୋ ଗାର୍ଡେନ ଉଦ୍ଘାଟନ ଓ ପରିଦର୍ଶନ

Posted On: 30 OCT 2020 8:23PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ସରୋବର ନଦୀବନ୍ଧର ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କରିଛନ୍ତି । ଏଥିସହିତ ସେ ମିଳିତ ଜାତିସଂଘରେ ସ୍ଥାନିତ ସମସ୍ତ ଭାଷାରେ ଷ୍ଟାଚ୍ୟୁ ଅଫ ୟୁନିଟିର ୱେବସାଇଟକୁ ଉନ୍ମୋଚନ କରିବା ସହିତ ୟୁନିଟି ଗ୍ଲୋ ଗାର୍ଡେନଠାରେ କେୱଡିଆ ମୋବାଇଲ ଆପର ଉନ୍ମୋଚନ କରିଛନ୍ତି । ସେ କାକଟସ ଉଦ୍ୟାନ ଉଦଘାଟନ କରିବା ସହିତ ପରିଦର୍ଶନ ମଧ୍ୟ କରିଛନ୍ତି ।

ସର୍ଦ୍ଦାର ସରୋବର ନଦୀବନ୍ଧରେ ଉଜ୍ଜ୍ଵଳ ଆଲୋକିକରଣ ବ୍ୟବସ୍ଥା

ୟୁନିଟି ଗ୍ଲୋ ଗାର୍ଡେନ

ଏହି ଅଭିନବ ଥିମ ପାର୍କ 3.61 ଏକର ଜମିରେ ପ୍ରତିଷ୍ଠା ହୋଇଛି । ଏଥିରେ ବିଭିନ୍ନ କୁତ୍ରିମ ଆଲୋକିକରଣ ବ୍ୟବସ୍ଥା, ଆକୃତି ଓ ଅନ୍ୟାନ୍ୟ କୌତୁହଳପୂର୍ଣ୍ଣ ଦର୍ଶନୀୟ ବ୍ୟବସ୍ଥା କରାଯାଇଛି । ଏଠାରେ ରାତ୍ରିକାଳୀନ ପର୍ଯ୍ୟଟନର ଆନନ୍ଦକୁ ଉପଭୋଗ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ପର୍ଯ୍ୟଟକମାନଙ୍କୁ ନିମନ୍ତ୍ରଣ କରିଥିଲେ ।

କାକଟସ ଗାର୍ଡେନ

ଏହା ଏକ ବିଶାଳ ସ୍ଥାପତ୍ୟ ସବୁଜ ଗୃହ ଭାବେ ପ୍ରତିଷ୍ଠିତ ହୋଇଛି, ଯେଉଁଥିରେ 17ଟି ରାଷ୍ଟ୍ରରୁ 450ଟି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଜାତିର ଉଦ୍ଭିଦ ସ୍ଥାନ ପାଇଛି । 25 ଏକର ପରିମିତ କ୍ଷେତ୍ରରେ 1.9 ଲକ୍ଷ କାକଟସ ଉଦ୍ଭିଦ ସମେତ 6 ଲକ୍ଷ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଏଥିରେ ସ୍ଥାନିତ ହୋଇଛି ।  

**********



(Release ID: 1668958) Visitor Counter : 241