ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
                
                
                
                
                
                
                    
                    
                        ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ପ୍ରାଣୀ ଉଦ୍ୟାନ ଉଦଘାଟିତ
                    
                    
                        •	କେୱଡିଆର ସମନ୍ଵିତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ
•	ଏକତାର ମୂର୍ତ୍ତି ପର୍ଯ୍ୟନ୍ତ ଏକତା କୃଜ ସେବାକୁ ପତାକା ଦେଖାଇ କଲେ ଶୁଭାରମ୍ଭ 
                    
                
                
                    Posted On:
                30 OCT 2020 6:06PM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେୱଡିଆଠାରେ ସର୍ଦ୍ଦାର ବଲ୍ଲାଭବାଇ ପଟେଲ ପ୍ରାଣୀ ଉଦ୍ୟାନ ଓ ବୃତ ଗମ୍ଭୁଜ ପକ୍ଷୀଶାଳା (ଜିଓଡେସିକ ଆଭିଆରି ଡୋମ) ଉଦଘାଟନ କରିଛନ୍ତି । କେୱଡିଆ ସମନ୍ଵିତ ବିକାଶ କାର୍ଯ୍ୟକ୍ରମ ଅଧୀନରେ ସେ 17ଟି ପ୍ରକଳ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହ 4ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ନାଭିଗେସନ ଚାନେଲ, ନୂତନ ଗୋରା ସେତୁ, ଗରୁଡେଶ୍ଵର ବନ୍ଧ, ସରକାରୀ ଆବାସ, ବସ ୱେ ଟର୍ମିନାଲ, ଏକତା ନର୍ସରୀ, ଖାଲୁୱାନି ପରିବେଶ ପର୍ଯ୍ୟଟନ, ଟ୍ରାଇବାଲ ହୋମ ଷ୍ଟେ ଇତ୍ୟାଦି ଅନ୍ତର୍ଭୁକ୍ତ । ସେ ଏକତାର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକତା କୃଜ ସେବାର ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । 
ଜଙ୍ଗଲ ସଫାରି ଏବଂ ବୃତ ଗମ୍ଭୁଜ ପକ୍ଷୀଶାଳା 
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଏହି ସୁଉଚ୍ଚ ଗମ୍ଭୁଜ ପକ୍ଷୀ ବିଶାରଦମାନଙ୍କ ପାଇଁ ବିଶେଷ ସହାୟକ ହେବ । କେୱଡିଆକୁ ଆସନ୍ତୁ, ପକ୍ଷୀଶାଳା ପରିଦର୍ଶନ କରନ୍ତୁ, ଯାହାକି ଜଙ୍ଗଲ ସଫାରିର ଏକ ଅଂଶବିଶେଷ । ଏଥିରୁ ଅନେକ କିଛି ଅଭିଜ୍ଞତା ହାସଲ ହୋଇପାରିବ” । 
ବିଭିନ୍ନ ଖଣ୍ଡରେ ବିଭକ୍ତ ଏହି ଜଙ୍ଗଲ ସଫାରି ଓ ପ୍ରାଣୀ ଉଦ୍ୟାନ 375 ଏକର ପରିମିତ ଜାଗା ଉପରେ ପ୍ରତିଷ୍ଠା କରାଯାଇଛି । 29 ରୁ 180 ମିଟର ପର୍ଯ୍ୟନ୍ତ ଏଥିରେ 7ଟି ସ୍ତର ରହିଛି । 1100 ପ୍ରଜାତିର ପଶୁପକ୍ଷୀ ଏବଂ 5 ଲକ୍ଷ ବୃକ୍ଷରାଜି ରହିଛି । ସବୁଠାରୁ କମ ସମୟ ମଧ୍ୟରେ ଏହି ସଫାରି ବିକଶିତ କରାଯାଇଛି । ଏହି ପ୍ରାଣୀ ଉଦ୍ୟାନରେ ଦୁଇଟି ପକ୍ଷୀ ପର୍ଯ୍ୟବେକ୍ଷଣ କେନ୍ଦ୍ର ରହିଛି । ଗୋଟିଏ ଦେଶୀୟ ଓ ଅନ୍ୟଟି ବହିରାଗତ ପକ୍ଷୀ ପାଇଁ ଉଦ୍ଦିଷ୍ଟ । ଏହା ବିଶ୍ଵର ସର୍ବବୃହତ ପକ୍ଷୀ ପର୍ଯ୍ୟବେକ୍ଷଣ କେନ୍ଦ୍ର । ଏହି ପକ୍ଷୀଶାଳାରେ ମାକାଓ, କୁମ୍ଭାଟୁଆ, ଠେକୁଆ ଓ ଗୋଏନା ଘୁଷୁରି ଭଳି ପଶୁପକ୍ଷୀମାନଙ୍କୁ ଦେଖି ପାରିବେ । 
ଏକତା କୃଜ ସେବା 
ଏକତା କୃଜ ସେବା ଜରିଆରେ ଏକ ଡଙ୍ଗା ଯୋଗେ ଏକତାର ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 6 କିଲୋମିଟର ରାସ୍ତା ଶ୍ରେଷ୍ଠ ଭାରତ ଭବନ ପର୍ଯ୍ୟନ୍ତ ଯାତ୍ରା କରିହେବ । ପ୍ରାୟ 200 ଯାତ୍ରୀଙ୍କୁ ନେଇ ଏହି ଡଙ୍ଗା 40 ମିନିଟ ମଧ୍ୟରେ ସେଠାରେ ପହଞ୍ଚିପାରିବ। ଏହି ନୌକା ସେବା ପାଇଁ ଗୋରା ସେତୁ ସ୍ଵତନ୍ତ୍ର ଭାବେ ନିର୍ମାଣ କରାଯାଇଛି । ଏକତାର ପ୍ରତିମୂର୍ତ୍ତିକୁ ଦେଖିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହି ଜଳସେବା ଆରମ୍ଭ କରାଯାଇଛି । 
 
**********
 
                
                
                
                
                
                (Release ID: 1668943)
                Visitor Counter : 330
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam