ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗୁଜରାଟର କେୱଡିଆଠାରେ ଆରୋଗ୍ୟ ବନ, ଆରୋଗ୍ୟ କୁଟୀର, ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ଉଦଘାଟିତ

प्रविष्टि तिथि: 30 OCT 2020 2:16PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମନ୍ଵିତ ବିକାଶ ପ୍ରକଳ୍ପ ଅଧୀନରେ ଗୁଜରାଟର କେୱଡିଆଠାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ଶ୍ରୀ ମୋଦୀ ଆରୋଗ୍ୟ ବନ ଏବଂ ଆରୋଗ୍ୟ କୁଟୀର ସହ ଏକତା ମଲ ଓ ଶିଶୁ ପୋଷଣ ଉଦ୍ୟାନ ମଧ୍ୟ ଉଦଘାଟନ କରିଛନ୍ତି

ଆରୋଗ୍ୟ ବନ ଆରୋଗ୍ୟ କୁଟୀ

17 ଏକର ପରିମିତ ଅଞ୍ଚଳରେ ଆରୋଗ୍ୟ ବନରେ 380 ପ୍ରଜାତିର ପ୍ରାୟ 5 ଲକ୍ଷ ଗଛ ରହିଛି ଆରୋଗ୍ୟ କୁଟୀର ଏକ ପାରମ୍ପରିକ ଚିକିତ୍ସା ସୁବିଧା ଥିବା ସୁଧାର କେନ୍ଦ୍ର ଏହା ଆୟୁର୍ବେଦ, ସିଦ୍ଧ, ଯୋଗ ଏବଂ ପଞ୍ଚକର୍ମ ଚିକିତ୍ସା ପଦ୍ଧତିରେ ସ୍ଵାସ୍ଥ୍ୟସେବା ଯୋଗାଇ  

ଏକତା ମଲ

ଦେଶର ଏକତା ଓ ବିବିଧତାର ପ୍ରତୀକ ଭାବେ 35 ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ସ୍ଥାପିତ ଏହି ମଲରେ ହସ୍ତକଳା ଓ ଦେଶର ପାରମ୍ପରିକ ସାମଗ୍ରୀମାନ ଉପଲବ୍ଧ ହେବ  ମାତ୍ର 110 ଦିନ ମଧ୍ୟରେ ନିର୍ମିତ ଏହି ମଲରେ 20ଟି ଏମ୍ପୋରିୟମ ରହିଛି

ଶିଶୁ ପୋଷଣ ଉଦ୍ୟାନ ଏବଂ ମିରର ମଜେ

ବିଶ୍ଵର ପ୍ରଥମ ପ୍ରଯୁକ୍ତିବିଦ୍ୟା ଭିତ୍ତିକ ଶିଶୁ ପୋଷଣ ଉଦ୍ୟାନ 35 ହଜାର ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ହୋଇଛି ଉଦ୍ୟାନର ବିଭିନ୍ନ ସ୍ଥାନ ଯଥା ଫଳଶାକ ଗୃହମ, ପୟୋନଗରୀ, ଅର୍ଣ୍ଣପୂର୍ଣ୍ଣା, ପୋଷଣ ପୁରାଣ ଏବଂ ସ୍ୱାସ୍ଥ୍ୟ ଭାରତମ ଭଳି ବିଷୟବସ୍ତୁ ଉପରେ ଆଧାରିତ ସ୍ଥାନକୁ ବୁଲିବାକୁ ଯିବା ପାଇଁ ଏକ ପୋଷଣ ଟ୍ରେନର ମଧ୍ୟ ବ୍ୟବସ୍ଥା ରହିଛି ମିରର ମଜେ ଓ 5 ଡି ଭର୍ଚୁଆଲ ଥିଏଟର ଭଳି ଶୈକ୍ଷିକ କାର୍ଯ୍ୟକଳାପ ଜରିଆରେ ଏହା ପୋଷଣ ସଚେତନତା ବୃଦ୍ଧି କରିବ

**********


(रिलीज़ आईडी: 1668885) आगंतुक पटल : 354
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam