ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅକ୍ଟୋବର 27ରେ ଉତ୍ତର ପ୍ରଦେଶର ପିଏମ ସ୍ୱନିଧି ଯୋଜନା ହିତାଧିକାରୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ

Posted On: 25 OCT 2020 10:55AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 27 ତାରିଖ ପୂର୍ବାହ୍ନ 10ଟା 30 ମିନିଟରେ ଭିଡିଓ କନଫରେନ୍ସିଂ ଜରିଆରେ ଉତ୍ତର ପ୍ରଦେଶର ପିଏମ ସ୍ୱନିଧି ଯୋଜନାର ହିତାଧିକାରୀମାନଙ୍କ ସହ ଭାବ ବିନିମୟ କରିବେ । ଏହି ଅବସରରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

କୋଭିଡ-19ରେ ପ୍ରଭାବିତ ହୋଇଥିବା ରାସ୍ତାପାର୍ଶ୍ବ ଉଠା ଦୋକାନୀମାନଙ୍କ ଜୀବନ ଜୀବିକା କାର୍ଯ୍ୟକଳାପ ପୁନର୍ବାର ଆରମ୍ଭ କରିବାକୁ ସହାୟତା ସକାଶେ 2020 ଜୁନ 1 ତାରିଖରେ ପିଏମ୍ ଷ୍ଟ୍ରିଟ ଭେଣ୍ଡର୍ସ ଆତ୍ମନିର୍ଭର ନିଧି (ପିଏମ ସ୍ୱନିଧି) ଯୋଜନା ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ ଏହି ଯୋଜନାରେ ମୋଟ 24 ଲକ୍ଷ ଆବେଦନ ମିଳିସାରିଛି । ଏଥିରୁ 12 ଲକ୍ଷରୁ ଅଧିକ ଆବେଦନକୁ ମଂଜୁର କରାଯାଇଛି ଏବଂ ପ୍ରାୟ 5.35 ଲକ୍ଷ ଋଣ ବଣ୍ଟନ ହୋଇସାରିଛି । ଉତ୍ତର ପ୍ରଦେଶରେ ମୋଟ 6 ଲକ୍ଷ ଆବେଦନ ମିଳିଥିବା ବେଳେ ପ୍ରାୟ 3.27 ଲକ୍ଷ ଆବେଦନ ମଂଜୁର ହୋଇଛି ଏବଂ 1.87ଲକ୍ଷ ଋଣ ବଣ୍ଟନ ହୋଇସାରିଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଏହି ଭାବ ବିନିମୟ କାର୍ଯ୍ୟକ୍ରମକୁ ଉତ୍ତର ପ୍ରଦେଶର ରାଜ୍ୟବ୍ୟାପୀ ହିତାଧିକାରୀମାନେ ଦେଖିବେ । କାର୍ଯ୍ୟକ୍ରମ ଡିଡି ନ୍ୟୁଜରେ ସିଧାସଳଖ ପ୍ରସାରଣ ମଧ୍ୟ ହେବ ।

 

********



(Release ID: 1667557) Visitor Counter : 178