ଇସ୍ପାତ ମନ୍ତ୍ରଣାଳୟ

ମୁଣ୍ଡପିଛା ଇସ୍ପାତ ବ୍ୟବହାର ବୃଦ୍ଧି ପାଇଁ ଗ୍ରାମୀଣ ଭାରତର ମୁଖ୍ୟ ଭୂମିକା ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ

• ‘ଆତ୍ମନିର୍ଭର ଭାରତ : ଗ୍ରାମୀଣ ଅର୍ଥନୀତି-କୃଷି | ଗ୍ରାମୀଣ ବିକାଶ | ପଶୁପାଳନ ଏବଂ ଦୁଗ୍ଧ | ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଇସ୍ପାତ ବ୍ୟବହାର ବୃଦ୍ଧି ନେଇ ୱେବିନାର

Posted On: 20 OCT 2020 2:45PM by PIB Bhubaneshwar

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୱେବିନାର ଆତ୍ମନିର୍ଭର ଭାରତ: ଗ୍ରାମୀଣ ଅର୍ଥନୀତିରେ ଇସ୍ପାତ ବ୍ୟବହାରରେ ବୃଦ୍ଧିରେ ଯୋଗଦେଇ ଗ୍ରାମୀଣ ବିକାଶରେ ଭାରତୀୟ ଇସ୍ପାତ କ୍ଷେତ୍ରର ଭୂମିକା, ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ ଏବଂ ଆତ୍ମନିର୍ଭର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି  । ଶ୍ରୀ ପ୍ରଧାନ କହିଛନ୍ତି ଇସ୍ପାତର ଚାହିଦା ବଢ଼ାଇବା ପାଇଁ ଗ୍ରାମାଞ୍ଚଳରେ ବିପୁଳ ସୁଯୋଗ ରହିଛି  ।

ନିକଟରେ ଭାରତ ସରକାରଙ୍କ ଦ୍ୱାରା ଘୋଷଣା ହୋଇଥିବା 1 ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଣ୍ଠି, 5 ହଜାର ସବିଜି ପ୍ଲାଣ୍ଟ ପ୍ରତିଷ୍ଠା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପରି ଅନେକ କଲ୍ୟାଣକାରୀ ଯୋଜନା ଇସ୍ପାତ୍ ବ୍ୟବହାରକୁ ବୃଦ୍ଧି କରିବାରେ ସହାୟକ ହୋଇଛି  ।

ଏହି ଅବସରରେ ଶ୍ରୀ ପ୍ରଧାନ ଶିଳ୍ପ କ୍ଷେତ୍ରର ଅଗ୍ରଣୀ ମାନଙ୍କୁ ଗ୍ରାମାଞ୍ଚଳର ଇସ୍ପାତ ଆବଶ୍ୟକତା ପୂରଣ ଦିଗରେ ଏକ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଆହ୍ୱାନ କରିଥିଲେ  । ଶ୍ରୀ ପ୍ରଧାନ କହିଥିଲେ ଗ୍ରାମୀଣ ଭାରତରେ ଇସ୍ପାତ ବ୍ୟବହାରକୁ ବଢାଇବା ଆମର ଲକ୍ଷ୍ୟ ରହିଛି । ଏହାଦ୍ୱାରା ଗ୍ରାମୀଣ ଅଞ୍ଚଳରେ ନୂଆ ସୁଯୋଗ ତିଆରି ହେବ ଏବଂ ସ୍ୱରୋଜଗାରର ସୁଯୋଗ ସୃଷ୍ଟି ହେବ  ।

ଦେଶର ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶ୍ୱରେ ସର୍ବାଧିକ ଇସ୍ପାତ ଉତ୍ପାଦନ କରିବାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ଏବଂ ଉଚ୍ଚମାନର ଉତ୍ପାଦ ତିଆରି କରିବାର କ୍ଷମତା ରଖୁଛି । ଦେଶର ବିକାଶ ପାଇଁ ଭାରତ ସରକାର ଇସ୍ପାତି ଇରାଦା ଲକ୍ଷ୍ୟରେ କାମ କରୁଛନ୍ତି । ଦେଶରେ ଇସ୍ପାତ ବ୍ୟବହାରକୁ ବଢାଇବା ପାଇଁ ଉଭୟ ସୁଯୋଗ ଏବଂ ଚ୍ୟାଲେଞ୍ଜକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

**********

 



(Release ID: 1666187) Visitor Counter : 171