ପ୍ରତିରକ୍ଷା ମନ୍ତ୍ରଣାଳୟ

ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭାରତୀୟ ନୌସେନାର ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ହେଲା ପରୀକ୍ଷା

ପୋଷ୍ଟ କରାଯିବା ଦିନାଙ୍କ: 18 OCT 2020 1:12PM by PIB Bhubaneswar

ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମୋସର ଆଜି ସଫଳ ପରୀକ୍ଷଣ କରାଯାଇଛି ଭାରତୀୟ ନୌସେନା ନିର୍ମିତ ଅଦୃଶ୍ୟ ବିଧ୍ଵଂସକ ଦ୍ଵାରା ଆଇଏନଏସ ଚେନ୍ନାଇରୁ ଏହା ଆରବ ସାଗରରେ ନିର୍ଭୁଲ ଲକ୍ଷ୍ୟଭେଦ କରିଛି ଅନେକ ଉଚ୍ଚ ମାନ ଜଟିଳ ପରୀକ୍ଷା ନିରୀକ୍ଷା ପରେ ଏହା ସଫଳତାର ସହ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦ କରିବାରେ ସକ୍ଷମ ହୋଇଛି

ଯୁଦ୍ଧ ଜାହାଜର ପ୍ରମୁଖ ପ୍ରହାରକାରୀ ଭାବେ ପରିଚିତ ବ୍ରହ୍ମୋ ଭାରତୀୟ ନୌସେନାର ଅମୋଘ ଅସ୍ତ୍ର ଭାବେ ବହୁ ଦୂରରେ ଥିବା ଶତ୍ରୁର ଲକ୍ଷ୍ୟସ୍ଥଳୀ ଠାବ କରି ତାକୁ ଧ୍ଵଂସ କରିଦେଇପାରିବ ଭାରତ ରୁଷର ମିଳିତ ପ୍ରୟାସରେ ଏହି କ୍ଷେପଣାସ୍ତ୍ର ବ୍ରହ୍ମୋ ପରିପାଟି ବିକଶିତ ହୋଇଛି

ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ), ବ୍ରହ୍ମୋ ଭାରତୀୟ ନୌସେନାକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ଡିଆରଡିଓ ଅଧ୍ୟକ୍ଷ ତଥା ଡିଡିଆରଏଣ୍ଡଡି ସଚିବ ଡଃ ଜି. ସତୀଶ ରେଡ୍ଡୀ ମଧ୍ୟ ଏହି ସଫଳତା ନିମନ୍ତେ ଡିଆରଡିଓ , ବ୍ରହ୍ମୋ ଭାରତୀୟ ନୌସେନାକୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି ବ୍ରହ୍ମୋ ଭାରତୀୟ ସଶସ୍ତ୍ର ସେନାର ସାମର୍ଥ୍ୟକୁ ମଜବୁତ କରିବ ବୋଲି ସେ କହିଛନ୍ତି

 

**********

 


(ରିଲିଜ ଆଡି: 1665702) ପରିଦର୍ଶକ କାଉଣ୍ଟର : 330