ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବ 2020କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Posted On: 17 OCT 2020 7:39PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 19 ଅକ୍ଟୋବର ଦିନ 11:15ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବ 2020କୁ ସମ୍ବୋଧିତ କରିବେ । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ କର୍ଣ୍ଣାଟକର ରାଜ୍ୟପାଳ ଉପସ୍ଥିତ ରହିବେ । ସିଣ୍ଡିକେଟ ଏବଂ ଏକାଡେମିକ କାଉନସିଲର ସଦସ୍ୟ, ସାଂସଦ, ବିଧାୟକ, ଏମ.ଏଲ.ସି, ଷ୍ଟାଟ୍ୟୁଟାରୀ ଅଫିସର, ଜିଲ୍ଲା ଅଧିକାରୀ, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଛାତ୍ର ଓ ଅଭିଭାବକମାନେ ଅନଲାଇନରେ ଏହି ସମ୍ମିଳନୀକୁ ଦେଖିବେ।

ବିଶ୍ୱବିଦ୍ୟାଳୟ ବିଷୟରେ

ମହୀଶୂର ବିଶ୍ୱବିଦ୍ୟାଳୟ 27 ଜୁଲାଇ 1916ରେ ପ୍ରତିଷ୍ଠିତ ହୋଇଥିଲା । ଏହା ଦେଶର ଷଷ୍ଠ ବିଶ୍ୱବିଦ୍ୟାଳୟ ଏବଂ କର୍ଣ୍ଣାଟକ ରାଜ୍ୟରେ ପ୍ରଥମ ଥିଲା । ବିଶ୍ୱବିଦ୍ୟାଳୟର ମୂଳ ଉଦ୍ଦେଶ୍ୟ ହେଉଛି 'ନାହି ଜେନେନା ସାଡ୍ରିଶାମ' ଯାହାର ଅର୍ଥ ହେଉଛି 'ଜ୍ଞାନ ସମାନ କିଛି ନୁହେଁ' । ଦୂରଦୃଷ୍ଟି ସମ୍ପନ୍ନ ତତ୍କାଳୀନ ପ୍ରିନ୍ସଲି ଷ୍ଟେଟ ଅଫ ମହୀଶୂରର ମହାରାଜା ମହାମହିମ ଶ୍ରୀ ନାଲୱାଡି କୃଷ୍ଣରାଜ ୱାଡିୟର ଏବଂ ତତ୍କାଳୀନ ଦିୱାନ ସାର ଏମ. ବିଶ୍ୱେଶ୍ୱରାୟାଙ୍କ ଦ୍ଵାରା ଏହି ବିଶ୍ୱବିଦ୍ୟାଳୟଟି ପ୍ରତିଷ୍ଠା ହୋଇଥିଲା ।

 

**********
 



(Release ID: 1665556) Visitor Counter : 127