ରାଷ୍ଟ୍ରପତିଙ୍କ ସଚିବାଳୟ

ରାଷ୍ଟ୍ରପତି ଏବଂ ତୁର୍କମେନିସ୍ତାନ ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 15 OCT 2020 1:39PM by PIB Bhubaneswar

ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ଆଜି (ଅକ୍ଟୋବର 15, 2020) ତୁର୍କମେନିସ୍ତାନ ରାଷ୍ଟ୍ରପତି ମାନ୍ୟବର ଶ୍ରୀ ଗୁର୍ବାଙ୍ଗୁଲି ବେର୍ଦିମହମ୍ମଦୋଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

ଐତିହାସିକ ଏବଂ ସଭ୍ୟତାଗତ ସମ୍ପର୍କ ଆଧାରରେ ଦୁଇ ଦେଶ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ଆନ୍ତରିକ ସମ୍ପର୍କକୁ ନେଇ ଉଭୟ ନେତା ପ୍ରଶଂସା କରିଥିଲେ ବିଭିନ୍ନ କ୍ଷେତ୍ରରେ ସହଯୋଗର ସ୍ଥାୟୀ ଗତିକୁ ସେମାନେ ସନ୍ତୋଷର ସହିତ ଉଲ୍ଲେଖ କରିଥିଲେ

ବାଣିଜ୍ୟ ଏବଂ ଆର୍ଥିକ କ୍ଷେତ୍ରରେ ବର୍ତ୍ତମାନ ଥିବା ବିପୁଳ ସମ୍ଭାବନା ଉପରେ ଦୁଇ ନେତା ସହମତ ହୋଇଥିଲେ ଏବଂ ଭାରତୀୟ ଓ ତୁର୍କମେନ କମ୍ପାନୀଗୁଡିକ ମଧ୍ୟରେ ମିଳିତ ସହଯୋଗର ସଫଳତା ବିଶେଷ କରି ଫାର୍ମାସ୍ୟୁଟିକାଲ୍ କ୍ଷେତ୍ର ବିଷୟରେ ଉଲ୍ଲେଖ କରିଥିଲେ।

ତୁର୍କମେନିସ୍ତାନର ରାଷ୍ଟ୍ରପତିଙ୍କୁ ଏହି ଟେଲିଫୋନ କଲ ଏବଂ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ବ୍ୟକ୍ତିଗତ ପ୍ରତିବଦ୍ଧତା ଲାଗି ରାଷ୍ଟ୍ରପତି ଧନ୍ୟବାଦ ଜଣାଇଥିଲେ

 

**********


(ରିଲିଜ ଆଡି: 1664924) ପରିଦର୍ଶକ କାଉଣ୍ଟର : 268