କ୍ୟାବିନେଟ

5718 କୋଟି ଟଙ୍କାର ‘ଷ୍ଟାର୍ସ’ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

• ସ୍କୁଲ ଶିକ୍ଷାରେ ସୁଧାର ଲାଗି ବିଶ୍ୱ ବ୍ୟାଙ୍କ ସହାୟତାରେ ହେବ କାର୍ଯ୍ୟକାରୀ
• ପ୍ରକଳ୍ପରେ ଓଡ଼ିଶା ସମେତ ଛଅଟି ରାଜ୍ୟ ସାମିଲ

Posted On: 14 OCT 2020 4:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ଦେଇଛନ୍ତି :

  • ବିଶ୍ୱ ବ୍ୟାଙ୍କ ଠାରୁ 500 ନିୟୁତ ଆମେରିକୀୟ ଡଲାର (ପାଖାପାଖି 3700 କୋଟି ଟଙ୍କା) ଅର୍ଥରାଶି ସହାୟତାରେ 5718 କୋଟି ଟଙ୍କାର ମୋଟ ପ୍ରକଳ୍ପ ବ୍ୟୟ ବିଶିଷ୍ଟ ‘ଷ୍ଟ୍ରେଙ୍ଗଦନିଂ ଟିଚିଂ-ଲର୍ଣ୍ଣିଂ ଆଣ୍ଡ ରେଜଲ୍ଟସ ଫର ଷ୍ଟେଟ୍ସ (ଷ୍ଟାର୍ସ) ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
  • ଷ୍ଟାର୍ସ ପ୍ରକଳ୍ପ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ (ଏମଓଇ) ଅନ୍ତର୍ଗତ କେନ୍ଦ୍ର ସରକାରଙ୍କ ପ୍ରୟୋଜିତ ଏକ ନୂଆ ଯୋଜନା ଭାବେ କାର୍ଯ୍ୟକାରୀ କରାଯିବ।
  • ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ଏବଂ ସ୍ୱୟଂଶାସିତ ଅନୁଷ୍ଠାନ ରୂପରେ ରାଷ୍ଟ୍ରୀୟ ଆକଳନ କେନ୍ଦ୍ର, ‘ପରଖ’ର ପ୍ରତିଷ୍ଠା ଓ ସହାୟତା ପ୍ରକଳ୍ପ ମାଧ୍ୟମରେ କରାଯିବ।

ଏହି ପ୍ରକଳ୍ପରେ 6ଟି ରାଜ୍ୟ- ଓଡ଼ିଶା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ କେରଳ ସାମିଲ ରହିଛି। ଏସବୁ ଚିହ୍ନିତ ରାଜ୍ୟରେ ଶିକ୍ଷା ଗୁଣବତ୍ତାରେ ସୁଧାର ଆଣିବା ଲାଗି ବିଭିନ୍ନ ଉପାୟ ନିମନ୍ତେ ସହାୟତା ପ୍ରଦାନ କରାଯିବ। ଏହି ପ୍ରକଳ୍ପ ଅନ୍ତର୍ଗତ ୫ଟି ରାଜ୍ୟ- ଗୁଜରାଟ, ତାମିଲନାଡ଼ୁ, ଉତ୍ତରାଖଣ୍ଡ, ଝାଡ଼ଖଣ୍ଡ ଏବଂ ଆସାମରେ ଏହି ପ୍ରକାରରେ ଏଡିବି ପାଣ୍ଠି ସହାୟତା ପ୍ରକଳ୍ପ ଲାଗୁ କରିବା ନିମନ୍ତେ ପରିକଳ୍ପନା କରାଯାଇଛି। ସମସ୍ତ ରାଜ୍ୟ ନିଜ ନିଜ ଅଭିଜ୍ଞତା ଏବଂ ଶ୍ରେଷ୍ଠ ପ୍ରକ୍ରିୟା ବାଣ୍ଟିବା ଲାଗି ଅନ୍ୟ ରାଜ୍ୟ ସହ ଭାଗିଦାରୀ କରିବେ।

ଷ୍ଟାର୍ସ ପ୍ରକଳ୍ପ ଉନ୍ନତ ଶ୍ରମ ବଜାର ସୃଷ୍ଟି ନିମନ୍ତେ ଉନ୍ନତ ଶିକ୍ଷା ପରିଣାମ ଏବଂ ସ୍କୁଲରୁ କାର୍ଯ୍ୟ ପରିବର୍ତ୍ତନ ରଣନୀତି ସହିତ କାମ କରିବ । ଏଥିପାଇଁ ପ୍ରତ୍ୟକ୍ଷ ସମ୍ପର୍କ ସହିତ ଉପାୟ ବିକଶିତ କରିବା, ଲାଗୁ କରିବା, ଆକଳନ କରିବା ଏବଂ ସୁଧାର କରିବାରେ ରାଜ୍ୟଗୁଡ଼ିକୁ ସହାୟତା କରିବା ଲାଗି ଏହି ପ୍ରକଳ୍ପ ଉଦ୍ଦିଷ୍ଟ। ଗୁଣବତ୍ତା ଆଧାରିତ ଶିକ୍ଷା ପରିଣାମ ପାଇଁ ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନଇପି) 2020ର ଉଦ୍ଦେଶ୍ୟ ସହିତ ଷ୍ଟାର୍ସ ପ୍ରକଳ୍ପର ଧ୍ୟାନ ଏବଂ ଉପାଦାନଗୁଡ଼ିକ ଯୋଡ଼ି ହୋଇଛି।

ଏହି ପ୍ରକଳ୍ପରେ ଚିହ୍ନିତ ରାଜ୍ୟଗୁଡ଼ିକରେ ହସ୍ତକ୍ଷେପ ମାଧ୍ୟମରେ ଭାରତୀୟ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀରେ ସାମଗ୍ରିକ ଅନୁଧ୍ୟାନ ଓ ମାପକ ଗତିବିଧିରେ ସୁଧାର ଆଣିବାର ପରିକଳ୍ପନା କରାଯାଇଛି। ଏହି ପ୍ରକଳ୍ପ ଇନପୁଟ ବ୍ୟବସ୍ଥା ଓ ପରିଣାମ ବଜାୟ ରଖିବାର ଧାରା ପରିବର୍ତ୍ତେ ଏସବୁ ପରିଣାମଗୁଡ଼ିକ ପାଇଁ ପାଣ୍ଠି ହାସଲ ଓ ବିତରଣକୁ ଯୋଡ଼ିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି।

ଷ୍ଟାର୍ସ ପ୍ରକଳ୍ପର ଦୁଇଟି ପ୍ରମୁଖ ଉପାଦାନ:

1. ଜାତୀୟ ସ୍ତରରେ ଏହି ପ୍ରକଳ୍ପରେ ନିମ୍ନଲିଖିତ ଉପାୟ ପରିକଳ୍ପନା କରାଯାଇଛି, ଯାହା ଦ୍ୱାରା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଭବାନ ହେବେ:

  • ଛାତ୍ରଛାତ୍ରୀଙ୍କ ଅବଧାରଣ, ସ୍ଥାନାନ୍ତରଣ ଏବଂ ସମାପନ ହାର ବିଷୟରେ ମଜବୁତ ଏବଂ ପ୍ରାମାଣିକ ତଥ୍ୟ ହାସଲ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟର ଡାଟା ପ୍ରଣାଳିକୁ ମଜବୁତ କରାଯିବ।
  • ରାଜ୍ୟ ପ୍ରୋତ୍ସାହନ ଅନୁଦାନ (ଏସଆଇଜି) ମାଧ୍ୟମରେ ରାଜ୍ୟଗୁଡ଼ିକର ଶାସନ ସଂସ୍କାର ଏଜେଣ୍ଡାକୁ ପ୍ରୋତ୍ସାହନ ଦେଇ ରାଜ୍ୟଗୁଡ଼ିକର ପିଜିଆଇ ସ୍କୋରରେ ସୁଧାର ଆଣିବାରେ ଶିକ୍ଷା ମନ୍ତ୍ରଣାଳୟକୁ ସହାୟତା କରିବ।
  • ଶିକ୍ଷାଦାନ ମୂଲ୍ୟାଙ୍କନ ପ୍ରଣାଳୀକୁ ମଜବୁତ କରିବାରେ ସହାୟତା କରିବ
  • ରାଷ୍ଟ୍ରୀୟ ଆକଳନ କେନ୍ଦ୍ର (ପରଖ) ସ୍ଥାପନ କରିବା ଲାଗି ଶିକ୍ଷା ମନ୍ତ୍ରଣାଳୟର ପ୍ରୟାସରେ ସହାୟତା କରିବା। ଏପରି କେନ୍ଦ୍ରରେ କାର୍ଯ୍ୟରେ ଅନଲାଇନ ପୋର୍ଟାଲ (ଉଦାହରଣ ସ୍ୱରୂପ ଶଗୁନ ଓ ଦୀକ୍ଷା), ସୋସିଆଲ ଏବଂ ଅନ୍ୟ ମିଡିଆ, ବୈଷୟିକ କର୍ମଶାଳା, ରାଜ୍ୟ ଗସ୍ତ ଏବଂ ସମ୍ମିଳନୀ ମାଧ୍ୟମରେ ଅନ୍ୟ ରାଜ୍ୟଗୁଡ଼ିକ ସହିତ ଏସବୁ ଅଭିଜ୍ଞତାର ସଂଗ୍ରହ, କ୍ୟୁରେଟିଂ ଏବଂ ଶେୟାର କରି ପରିଚାଳନା ନିମନ୍ତେ ଚିହ୍ନିତ ରାଜ୍ୟଗୁଡ଼ିକର ଅଭିଜ୍ଞତାରୁ ଲାଭ ଉଠାଇବା ଆଦି ସାମିଲ ରହିଛି।

ଆହୁରି, ଷ୍ଟାର୍ସ ପ୍ରକଳ୍ପରେ ଜାତୀୟ ଉପାଦାନ ଅନ୍ତର୍ଗତ ଆକସ୍ମିକ, ଜରୁରିକାଳୀନ ପ୍ରତିକ୍ରିୟା ଉପାଦାନ (ସିଇଆରସି) ସାମିଲ ରହିଛି ଯାହା ଏହାକୁ କୌଣସି ପ୍ରାକୃତିକ, ମାନବ ନିର୍ମିତ ଏବଂ  ସ୍ୱାସ୍ଥ୍ୟ ବିପର୍ଯ୍ୟୟ ଲାଗି ଅଧିକ ଉତ୍ତରଦାୟୀ କରିବ ସିଇଆରସି ଉପାଦାନ ପାଣ୍ଠି ଯୋଗାଣ ଲାଗି ତୁରନ୍ତ ପୁନଃବର୍ଗୀକରଣ ଏବଂ ସହଜ ଆର୍ଥିକ ଅନୁରୋଧ ପ୍ରକ୍ରିୟାର ଉପଯୋଗ କରିବାରେ ସହାୟତା କରିବ।

2) ରାଜ୍ୟ ସ୍ତରରେ ପ୍ରକଳ୍ପରେ ନିମ୍ନଲିଖିତ ପରିକଳ୍ପନା କରାଯାଇଛି:-

  • ପ୍ରାରମ୍ଭିକ ଶିଶୁ ଶିକ୍ଷା ଏବଂ ମୌଳିକ ଶିକ୍ଷାକୁ ସଶକ୍ତ କରିବା
  • ଶିକ୍ଷା ପ୍ରଣାଳୀ ଆକଳନରେ ସୁଧାର ଆଣିବା
  • ଶିକ୍ଷକଙ୍କ ବିକାଶ ଏବଂ ବିଦ୍ୟାଳୟର ନେତୃତ୍ୱ ମାଧ୍ୟମରେ କ୍ଲାସରୁମର ନିର୍ଦ୍ଦେଶ ଏବଂ ସଂସ୍କାରକୁ ଆହୁରି ସଶକ୍ତ କରିବା
  • ଉନ୍ନତ ସେବା ଯୋଗାଣ ଲାଗି ଶାସନ ଏବଂ ବିକେନ୍ଦ୍ରିତ ବ୍ୟବସ୍ଥା
  • ବିଦ୍ୟାଳୟରୁ ବଞ୍ଚିତ ପିଲାମାନଙ୍କୁ ମୁଖ୍ୟଧାରକୁ ଆଣିବା, କ୍ୟାରିଅର ମାର୍ଗଦର୍ଶନ ତଥା ପରାମର୍ଶ ଦେଇ, ଇଣ୍ଟର୍ଣ୍ଣଶିପ ଦେଇ ସ୍କୁଲରେ ବ୍ୟବସାୟିକ ଶିକ୍ଷାକୁ ସଶକ୍ତ କରିବା।

ଆତ୍ମନିର୍ଭର ଭାରତ ଅଭିଯାନର ଅଂଶବିଶେଷ ସ୍ୱରୂପ ପିଏମ ଇ-ବିଦ୍ୟା, ମୌଳିକ ସାକ୍ଷରତା ଏବଂ ନ୍ୟୁମରେସି ମିଶନ ତଥା ଜାତୀୟ ପାଠ୍ୟକ୍ରମ ଏବଂ ପ୍ରାରମ୍ଭିକ ଶିଶୁ ଯତ୍ନ ତଥା ଶିକ୍ଷା ଲାଗି କାର୍ଯ୍ୟକ୍ରମ ଭଳି ପ୍ରୟାସ ଉପରେ ଜୋର ଦେବା ମଧ୍ୟ ଷ୍ଟାର୍ସ ପ୍ରକଳ୍ପର ଲକ୍ଷ୍ୟ।

ଏହି ପ୍ରକଳ୍ପର କେତେକ ଧ୍ୟାନ ଦେବା ଭଳି ଫଳାଫଳ ମଧ୍ୟରେ ରହିଛି, ଚିହ୍ନିତ ରାଜ୍ୟରେ ଗ୍ରେଡ ତିନି ଭାଷାରେ ସର୍ବନିମ୍ନ ଦକ୍ଷତା ପାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି, ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା ସମ୍ପୂର୍ଣ୍ଣ କରିବା ହାରରେ ସୁଧାର, ସରକାରୀ ସୂଚକାଙ୍କରେ ସୁଧାର, ଶିକ୍ଷା ମୂଲ୍ୟାଙ୍କ ପ୍ରଣାଳୀ ସୁଦୃଢ଼ କରିବା, ରାଜ୍ୟଗୁଡ଼ିକ ମଧ୍ୟରେ ଶିକ୍ଷା ସୁବିଧା ଲାଗି ଭାଗିଦାରୀର ବିକାଶ ଏବଂ ବିଆରସି ଏବଂ ସିଆରସି ପ୍ରଶିକ୍ଷଣ ମାଧ୍ୟମରେ ବିକେନ୍ଦ୍ରିତ ପରିଚାଳନା ନିମନ୍ତେ ଯୋଜନା ତଥା ପରିଚାଳନା କ୍ଷମତାରେ ଦୃଢ଼ତା, ଉନ୍ନତ ଶିକ୍ଷା ସେବା ବିତରଣ ଲାଗି ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷଙ୍କ ପ୍ରଶିକ୍ଷର ମାଧ୍ୟମରେ ବିଦ୍ୟାଳୟ ପରିଚାଳନା ସୁଦୃଢ଼ କରିବା ଭଳି ରାଜ୍ୟସ୍ତରରେ ସେବା ବିତରଣରେ ସୁଧାର ଆସିପାରିବ।

 

************



(Release ID: 1664527) Visitor Counter : 7