ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଭର୍ଚୁଆଲ ଦ୍ଵିପାଖିକ ଶିଖର ବୈଠକ

प्रविष्टि तिथि: 24 SEP 2020 12:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଶ୍ରୀ ମହିନ୍ଦା ରାଜପକ୍ଷଙ୍କ ମଧ୍ୟରେ ସେପ୍ଟେମ୍ବର 26, 2020 ତାରିଖ ଦିନ ଭର୍ଚୁଆଲ ମୋଡ଼ରେ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ

ଏହି ଭର୍ଚୁଆଲ ଦ୍ୱିପାକ୍ଷିକ ଶିଖର ବୈଠକ ଉଭୟ ନେତାଙ୍କୁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବିଷୟରେ ଭାବ ବିନିମୟ କରିବାର ସୁଯୋଗ ପ୍ରଦାନ କରିବ ଉଭୟ ନେତା ଏହି ବୈଠକରେ ଦ୍ୱିପାକ୍ଷିକ ସଂପର୍କର ବିସ୍ତୃତ ସମୀକ୍ଷା କରିବେ ବିଶେଷ କରି ଶ୍ରୀଲଙ୍କାରେ ସଂସଦୀୟ ନିର୍ବାଚନ ଅନୁଷ୍ଠିତ ହେବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା ହେବ ଉଭୟ ରାଷ୍ଟ୍ର ପରସ୍ପରର ବହୁ ପରୀକ୍ଷିତ ବନ୍ଧୁ ରାଷ୍ଟ୍ର ଭାବେ ଦୀର୍ଘ ଦିନରୁ ରହି ଆସିଛନ୍ତି

ଏହି ପରିପ୍ରେକ୍ଷୀରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଏକ ଟ୍ଵିଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଉଭୟ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସଂପର୍କକୁ ଶ୍ରୀ ରାଜପକ୍ଷଙ୍କ ସହ ମିଶି ସମୀକ୍ଷା କରିବା ପାଇଁ ସେ ଅପେକ୍ଷା କରି ରହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେ କୋଭିଡ଼ ପରବର୍ତ୍ତୀ ସମୟରେ ଉଭୟ ଦେଶର ସଂପର୍କକୁ କିଭଳି ଅଧିକ ବ୍ୟାପକ କରାଯାଇ ପାରିବ ସେ ସଂପର୍କରେ ମଧ୍ୟ ଉଭୟ ନେତା ଉପାୟ ଚିନ୍ତା କରିବେ

 

**********


(रिलीज़ आईडी: 1658777) आगंतुक पटल : 270
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam