ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମିଳିତ ଜାତିସଂଘ ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦବୋଧନ

Posted On: 22 SEP 2020 9:46AM by PIB Bhubaneshwar

ମହାମହିମ ଶ୍ରୀ ବଲ୍କାନ ବୋଜକିର, ମହାସଭା ଅଧ୍ୟକ୍ଷ,

ମାନ୍ୟବର ଭଦ୍ରମହିଳା ଭଦ୍ରବ୍ୟକ୍ତିମାନେ,

ନମସ୍କାର!

75 ବର୍ଷ ପୂର୍ବେ ଯୁଦ୍ଧର ବିଭୀଷିକା ମଧ୍ୟରୁ ଏକ ନୂତନ ଆଶାର କିରଣ ସୃଷ୍ଟି ହୋଇଥିଲାମାନବ ଇତିହାସରେ ପ୍ରଥମ ଥର ସାରା ବିଶ୍ୱ ପାଇଁ ଏକ ସଂସ୍ଥା ଗଢା ଯାଇଥିଲାମିଳିତ ଜାତିସଂଘ ଚାର୍ଟରର ପ୍ରତିଷ୍ଠାତା ସ୍ୱାକ୍ଷରକାରୀ ଭାବେ ଭାରତ ସେହି ମହାନ ଦୃଷ୍ଟିକୋଣର ଅଂଶୀଦାର ଥିଲାସମୁଦାୟ ସୃଷ୍ଟିକୁ ଏକ ପରିବାର ଭାବେ ବିବେଚନା କରୁଥିବା ଭାରତୀୟ ଦର୍ଶନବସୁଧୈବ କୁଟୁମ୍ବକମଏଥିରେ ପ୍ରତିବିମ୍ବିତ ହୋଇଥିଲା

ମିଳିତ ଜାତିସଂଘ ଯୋଗୁଁ ଆଜି ବିଶ୍ୱ ଉନ୍ନତ ହୋଇପାରିଛିମିଳିତ ଜାତିସଂଘର ପତାକା ତଳେ ଶାନ୍ତି ବିକାଶକୁ ତ୍ୱରାନ୍ୱିତ କରିଥିବା ସଭିଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁଭାରତର ବିଶେଷ ଅବଦାନ ଥିବା ମିଳିତ ଜାତିସଂଘ ଶାନ୍ତି ମିଶନ ମଧ୍ୟ ଏଥିରେ ସାମିଲ ରହିଛି

ତେବେ, ଆମେ ଅନେକ କିଛି ହାସଲ କରିଥିଲେ ମଧ୍ୟ ମୂଳ ମିଶନ ଏବେ ବି ଅପୂର୍ଣ୍ଣ ରହିଛିଆମେ ଯେଉଁ ବ୍ୟାପକ ଘୋଷଣା ପତ୍ର ଆପଣାଇଛୁ ସେଥିରୁ ଜଣାପଡୁଛି ଯେ, ବିବାଦ ରୋକିବା, ବିକାଶ ସୁନିଶ୍ଚିତ କରିବା, ପରିବେଶ ପରିବର୍ତନ ରୋକିବା, ତାରତମ୍ୟ ଦୂର କରିବା ଡିଜିଟାଲ ପ୍ରଯୁକ୍ତିଗୁଡିକର ଲାଭ ଉଠାଇବା ଆଦି କ୍ଷେତ୍ରରେ ଏବେ ବି ଅନେକ କିଛି କରିବାକୁ ପଡିବଘୋଷଣା ପତ୍ରରେ ମିଳିତ ଜାତିସଂଘରେ ସଂସ୍କାରର ଆବଶ୍ୟକତାକୁ ମଧ୍ୟ ସ୍ୱୀକାର କରାଯାଇଛି

ଆମେ ଆଜିର ଆହ୍ୱାନକୁ ପୁରୁଣା ଢାଂଚାରେ ମୁକାବିଲା କରିପାରିବା ନାହିଁବ୍ୟାପକ ସଂସ୍କାର ବିନା ମିଳିତ ଜାତିସଂଘ ବିଶ୍ୱସନୀୟତା ସଙ୍କଟ ଭୋଗୁଛି

ଆଜିର ପରସ୍ପର ସହ ଜଡିତ ବିଶ୍ୱ ପାଇଁ ବାସ୍ତବିକତାକୁ ଦର୍ଶାଉଥିବା, ଅଂଶୀଦାରମାନଙ୍କ କଥା ଶୁଣିବା, ସମସାମୟିକ ସମସ୍ୟା ଦୂର କରିବା ମାନବ କଲ୍ୟାଣରେ ଧ୍ୟାନ କେନ୍ଦ୍ରିତ କରୁଥିବା ବହୁପକ୍ଷୀୟ ସଂସ୍କାରର ଆବଶ୍ୟକତା ରହିଛି

ଏହି ମର୍ମରେ ଅନ୍ୟ ସମସ୍ତ ଦେଶଙ୍କ ସହିତ କାମ କରିବାକୁ ଭାରତ ତତ୍ପର ଅଛି

 

**********

 



(Release ID: 1657856) Visitor Counter : 179