ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସଂସଦରେ କୃଷି ବିଲ୍ ପାରିତ ହେବା ନେଇ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 20 SEP 2020 4:10PM by PIB Bhubaneshwar

ସଂସଦରେ କୃଷି ବିଲ୍ ପାରିତ ହେବା ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଏହାକୁ ଭାରତୀୟ କୃଷି ଇତିହାସରେ ଏକ ସ୍ମରଣୀୟ ମୂହୁର୍ତ୍ତ ବୋଲି କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ ଜରିଆରେ କହିଛନ୍ତି, "ଭାରତୀୟ କୃଷି ଇତିହାସରେ ଏହା ଏକ ସ୍ମରଣୀୟ ମୁହୂର୍ତ୍ତ! ସଂସଦରେ ଏହି ପ୍ରମୁଖ ବିଲ୍ ପାରିତ ହେବା ନେଇ ଆମର ପରିଶ୍ରମୀ ଚାଷୀଙ୍କୁ ଅଭିନନ୍ଦନ ଏହାଦ୍ୱାରା କୃଷି କ୍ଷେତ୍ରର ସାମଗ୍ରୀକ ବିକାଶ ହେବା ସହିତ କୋଟି କୋଟି କୃଷକଙ୍କ ସଶକ୍ତିକରଣ ସମ୍ଭବ ହେବ

ଦଶନ୍ଧି ଧରି ଭାରତୀୟ କୃଷକ ବିଭିନ୍ନ ପ୍ରତିବନ୍ଧକ ସାମନା କରିବା ସହ ମଧ୍ୟସ୍ଥିମାନଙ୍କ ଅସୁବିଧାର ଶିକାର ହେଉଥିଲେ ସଂସଦରେ ପାରିତ ହୋଇଥିବା ବିଲ୍ କୃଷକମାନଙ୍କୁ ଏଭଳି ଅସୁବିଧାରୁ ମୁକ୍ତ କରିବ ଏହି ବିଲ୍ କୃଷକଙ୍କ ଆୟକୁ ଦ୍ଵିଗୁଣିତ କରିବାରେ ସହାୟକ ହେବ

ଆମର କୃଷି କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ଆବଶ୍ୟକତା ରହିଛି ଯାହା ପରିଶ୍ରମୀ କୃଷକମାନଙ୍କୁ ସାହାଯ୍ୟ କରିବ ବର୍ତ୍ତମାନ, ବିଲ୍ ପାରିତ ହେବା ସହିତ ଆମର କୃଷକମାନେ ଭବିଷ୍ୟତରେ ଉତ୍ତମ ଜ୍ଞାନକୌଶଳର ବ୍ୟବହାର ପାଇଁ ସୁବିଧା ପାଇବେ ଯାହା ଉତ୍ପାଦନକୁ ବୃଦ୍ଧି କରିବା ସହିତ ଉନ୍ନତ ଫଳାଫଳ ପ୍ରଦାନ କରିବ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ

ମୁଁ ଏହା ପୂର୍ବରୁ କହିଥିଲି ଏବଂ ପୁଣି ଥରେ କହୁଛି:

ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରଥା ରହିବ ସରକାରଙ୍କ କ୍ରୟ ପ୍ରକ୍ରିୟା ଜାରି ରହିବ ଆମେ ଆମର କୃଷକମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଏଠାରେ ଅଛୁ ସେମାନଙ୍କୁ ସମର୍ଥନ କରିବା ଏବଂ ସେମାନଙ୍କ ଆଗାମୀ ପିଢି ପାଇଁ ଏକ ଉତ୍ତମ ଜୀବନ ସୁନିଶ୍ଚିତ କରିବା ଦିଗରେ ଆମେ ଯଥାସମ୍ଭବ ଚେଷ୍ଟା କରିବୁ

 

**********

 


(रिलीज़ आईडी: 1657017) आगंतुक पटल : 263
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam