ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ୟୁଏସ୍-ଆଇଏସପିଏଫ୍ ୟୁଏସ୍-ଇଣ୍ଡିଆ ସମିଟ୍ 2020ରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୀକ୍ଷାନ୍ତ ଅଭିଭାଷଣ

Posted On: 03 SEP 2020 9:29PM by PIB Bhubaneshwar

ଭାରତ ଓ ୟୁଏସ୍ଏର ମାନ୍ୟଗଣ୍ୟ ଅତିଥିବୃନ୍ଦ,

ନମସ୍କାର,

ୟୁଏସ୍ ଇଣ୍ଡିଆ ସମିଟ୍ 2020 ପାଇଁ ୟୁଏସ୍-ଆଇଏସପିଏଫ୍ ବିଭିନ୍ନ ରେଞ୍ଜର ଲୋକଙ୍କୁ ଏକତ୍ରିତ କରିଥିବାରୁ ମୁଁ ଆନନ୍ଦିତ । ଭାରତ ଓ ୟୁଏସ୍ଏକୁ ନିକଟତର କରାଇବା ନେଇ ୟୁଏସ୍-ଆଇଏସପିଏଫର କାର୍ଯ୍ୟ ପ୍ରଶଂସନୀୟ ।

ଜନ୍ ଚାମ୍ବର୍ସଙ୍କୁ ମୁଁ ବହୁ ବର୍ଷ ପୂର୍ବରୁ ଜାଣିଛି । ଭାରତ ପ୍ରତି ତାଙ୍କର ବେଶ୍ ଅନୁରାଗ ରହିଛି । କିଛି ବର୍ଷ ପୂର୍ବରୁ ତାଙ୍କୁ ପଦ୍ମଶ୍ରୀସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବନ୍ଧୁଗଣ,

ଚଳିତ ବର୍ଷର ବିଷୟବସ୍ତୁ ଏକ ପ୍ରାସଙ୍ଗିକ ବିଷୟ-ନୂଆ ଆହ୍ୱାନର ପରିଚାଳନା । ଯେତେବେଳେ 2020 ଆରମ୍ଭ ହେଲା, ଏହା କିଭଳି ରହିବ ବୋଲି କେହି କଳ୍ପନା କରିଥିଲେ କି? ଏକ ବିଶ୍ୱ ମହାମାରୀ ସମସ୍ତଙ୍କୁ ପ୍ରଭାବିତ କରିଛି । ଏହା ଆମମାନଙ୍କର ଧୈର୍ଯ୍ୟ, ଆମର ଜନସ୍ୱାସ୍ଥ୍ୟ ବ୍ୟବସ୍ଥା, ଆମ ଆର୍ଥିକ ବ୍ୟବସ୍ଥାର ପରୀକ୍ଷା ନେଉଛି ।

ବର୍ତ୍ତମାନର ପରିସ୍ଥିତି ଏକ ତାଜା ମାଇଣ୍ଡ ସେଟ୍ ଚାହୁଁଛି । ଏଭଳି ଏକ ମାଇଣ୍ଡ ସେଟ୍ ଯାହାକି ମାନବ କୈନ୍ଦ୍ରୀକ ବିକାଶ ଚାହୁଁଥିବ । ଯେଉଁଠାରେ ସମସ୍ତଙ୍କ ମଧ୍ୟରେ ସମନ୍ୱୟର ଭାବନା ରହିଥିବ ।

ବନ୍ଧୁଗଣ,

ଆଗାମୀ ଦିନଗୁଡ଼ିକ ପାଇଁ ଆମ୍ଭମାନଙ୍କୁ ଆମର କ୍ଷମତା, ଗରିବଙ୍କୁ ନିରାପତ୍ତା ଏବଂ ଆମର ନାଗରିକମାନଙ୍କୁ ଭବିଷ୍ୟତ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିବାକୁ ହେବ । ଭାରତ ଏହି ବାଟରେ ଗତି କରୁଛି । ଏକ ପ୍ରତିକ୍ରିୟାଶୀଳ ଲକଡାଉନ୍ ବ୍ୟବସ୍ଥା ସୃଷ୍ଟିରେ ଭାରତ ଅନ୍ୟତମ ପ୍ରଥମ ରାଷ୍ଟ୍ର । ଏକ ଜନସ୍ୱାସ୍ଥ୍ୟ ପଦକ୍ଷେପ ସ୍ୱରୂପ ମାସ୍କ ଓ ମୁହଁ ଢାଙ୍କିବା ପାଇଁ ପ୍ରବର୍ତାଇବାରେ ଭାରତ ଅନ୍ୟତମ ପ୍ରଥମ ରାଷ୍ଟ୍ର । ସାମାଜିକ ଦୂରତା ନେଇ ଆଗୁଆ ଜନ ସଚେତନତା ସୃଷ୍ଟି କରିବାରେ ମଧ୍ୟ ଭାରତ ଅଗ୍ରଣୀ । ରେକର୍ଡ ସମୟ ମଧ୍ୟରେ ମେଡିକାଲ ଭିତ୍ତିଭୂମି ଯଥା- କୋଭିଡ୍ ହସ୍ପିଟାଲ, ଆଇସିୟୁ କ୍ଷମତା ବୃଦ୍ଧି ଅଥବା ଅନ୍ୟ କିଛି ତ୍ୱରାନ୍ୱିତ କରିଛି । ଜାନୁଆରୀରେ ଗୋଟିଏ ଟେଷ୍ଟିଂ ଲାବ୍ ଥିଲା ବେଳେ ଏବେ ଆମ ପାଖରେ ସାରା ଦେଶରେ ପାଖାପାଖି 1600 ଲାବ୍ ରହିଛି ।

ଏସବୁ ପଦକ୍ଷେପର ଫଳସ୍ୱରୂପ 130 କୋଟି ଜନତା ବାସ କରୁଥିବା ଏବଂ ସୀମିତ ସମ୍ବଳ ଥିବା ଏକ ରାଷ୍ଟ୍ରରେ ପ୍ରତି ନିୟୁତ ପିଛା ମୃତ୍ୟୁହାର ବିଶ୍ୱରେ ସର୍ବନିମ୍ନ ରହିଛି । ଆରୋଗ୍ୟ ହାର ମଧ୍ୟ ବଢ଼ିବାରେ ଲାଗିଛି । ମୁଁ ଖୁସି ଯେ ଆମର ବ୍ୟବସାୟ ସମୁଦାୟ, ମୁଖ୍ୟତଃ କ୍ଷୁଦ୍ର ବ୍ୟବସାୟୀ ବେଶ୍ ସକ୍ରିୟ ରହିଛନ୍ତି । ଶୂନରୁ ଆରମ୍ଭ ହୋଇ ଭାରତ ଏବେ ବିଶ୍ୱର ଦ୍ୱିତୀୟ ବୃହତ ପିପିଇ କିଟ୍ ମାନୁଫାକ୍ଚରରରେ ପରିଣତ ହୋଇଛି ।

ଆହ୍ୱାନକୁ ଆହ୍ୱାନ ଦେଇ ଅଧିକ ମଜଭୁତ ହେବା ନେଇ ଭାରତର ଭାବନା ଆଧାରରେ ଏହା ସମ୍ଭବପର ହୋଇଛି । ଗତ କିଛି ମାସ ମଧ୍ୟରେ ଦେଶ କୋଭିଡ୍ ସମେତ ବନ୍ୟା, ଦୁଇ ଦୁଇଟି ବାତ୍ୟା, ପଙ୍ଗପାଳ ଆତଙ୍କ ଭଳି ଅନ୍ୟ ସଙ୍କଟ ସମ୍ମୁଖୀନ ହୋଇଛି । କିନ୍ତୁ ଏହା ଲୋକମାନଙ୍କ ସମସ୍ୟା ସମାଧାନ ପନ୍ଥାକୁ ଅଧିକ ସୁଦୃଢ଼ କରିଛି ।

ବନ୍ଧୁଗଣ,

ସମ୍ପୂର୍ଣ୍ଣ କୋଭିଡ୍-19 ଏବଂ ଲକଡାଉନ୍ କାଳରେ ଭାରତ ସରକାର ଗୋଟିଏ ଜିନିଷକୁ ସ୍ପଷ୍ଟ ରଖିଥିଲେ- ତାହା ହେଲା ଗରିବଙ୍କ ସୁରକ୍ଷିତ ରଖାଯିବ । ଭାରତର ଗରିବ ଲୋକଙ୍କ ପାଇଁ ଅଣାଯାଇଥିବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାବିଶ୍ୱରେ ଦେଖିବାକୁ ମିଳିଥିବା ଅନ୍ୟତମ ସର୍ବବୃହତ ସହାୟତା ବ୍ୟବସ୍ଥା । 800 ନିୟୁତ ଲୋକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଉଛି, ଅର୍ଥାତ୍ ଏହାର ୟୁଏସ୍ଏର ଜନସଂଖ୍ୟା ତୁଳନାରେ ଦୁଇଗୁଣା । 80 ନିୟୁତ ପରିବାରକୁ ମାଗଣା ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି । 345 ନିୟୁତ ଚାଷୀ ଓ ଗରିବ ଲୋକଙ୍କୁ ନଗଦ ସହାୟତା ପ୍ରଦାନ କରାଯାଉଛି । ଏହି ସ୍କିମ୍ ପାଖାପାଖି 200 ନିୟୁତ ବ୍ୟକ୍ତିଦିବସ କାର୍ଯ୍ୟ ସୃଷ୍ଟି କରି ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେଇଛି ।

ବନ୍ଧୁଗଣ,

ଏହି ମହାମାରୀ ଅନେକ ଜିନିଷକୁ ପ୍ରଭାବିତ କରିଛି । କିନ୍ତୁ ଏହା 130 କୋଟି ଭାରତୀୟଙ୍କ ଆକାଂକ୍ଷା ଓ ଲକ୍ଷ୍ୟକୁ ପ୍ରଭାବିତ କରିପାରିନାହିଁ । ନିକଟ ମାସଗୁଡ଼ିକରେ ଅନେକ ସୁଦୂରପ୍ରସାରୀ ସଂସ୍କାର ନିଆଯାଇଛି । ଏହା ବ୍ୟବସାୟ କରିବାକୁ ସରଳ କରିଛି ଏବଂ ରେଡ୍-ଟାପିଜିମ୍ ହ୍ରାସ କରିଛି । ବିଶ୍ୱର ସର୍ବବୃହତ ହାଉସିଂ କାର୍ଯ୍ୟକ୍ରମର କାମ ସକ୍ରିୟ ଭାବେ ଚାଲିଛି । ଅକ୍ଷୟ ଶକ୍ତି ଭିତ୍ତିଭୂମି ସମ୍ପ୍ରସାରଣ ହେଉଛି । ରେଳ, ସଡ଼କ ଓ ବିମାନ ସଂଯୋଗକୁ ତ୍ୱରାନ୍ୱିତ କରାଯାଉଛି । ଏକ ରାଷ୍ଟ୍ରୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ନିର୍ମାଣ ପାଇଁ ଆମ ଦେଶ ଏକ ଅନନ୍ୟ ଡିଜିଟାଲ ମଡେଲ ତିଆରି କରୁଛି । କୋଟି କୋଟି ଲୋକଙ୍କୁ ବ୍ୟାଙ୍କିଙ୍ଗ୍, ଋଣ, ଡିଜିଟାଲ ପେମେଂଟ ସୁବିଧା ଯୋଗାଇବାକୁ ଆମେ ସର୍ବୋତମ ଫିନ୍-ଟେକ୍ ବ୍ୟବହାର କରୁଛୁ । ବିଶ୍ୱଶ୍ରେଣୀୟ ଟେକ୍ନୋଲୋଜି ଓ ବିଶ୍ୱସ୍ତରୀୟ ସର୍ବୋତମ ପ୍ରାକ୍ଟିସ୍ ବ୍ୟବହାର କରି ଏସବୁ କାର୍ଯ୍ୟକ୍ରମ କରାଯାଉଛି ।

ବନ୍ଧୁଗଣ,

ବିଶ୍ୱ ଯୋଗାଣ ଶୃଙ୍ଖଳ କେବଳ ମୂଲ୍ୟ ଆଧାରିତ ହେବା ଅନୁଚିତ ବୋଲି ଏହି ମହାମାରୀ ଦେଖାଇଛି । ଏହା ବିଶ୍ୱାସ ଆଧାରିତ ମଧ୍ୟ ହେବା ଉଚିତ । ଭୌଗୋଳିକ ଶସ୍ତା ସହ କମ୍ପାନିଗୁଡ଼ିକ ଏବେ ବିଶ୍ୱସନୀୟ ଓ ନୀତିଗତ ସ୍ଥିରତାକୁ ଦେଖୁଛନ୍ତି । ଭାରତ ହେଉଛି ଏହି ସ୍ଥାନ, ଯେଉଁଠି ଏସବୁ ଗୁଣ ରହିଛି ।

ଫଳସ୍ୱରୂପ ଭାରତ ଏବେ ବିଦେଶୀ ନିବେଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି । ଏହା ଆମେରିକା ହେଉ କି ଗଲ୍ଫ, ଅଥବା ୟୁରୋପ କିମ୍ବା ଅଷ୍ଟ୍ରେଲିଆ, ସାରା ବିଶ୍ୱ ଆମକୁ ବିଶ୍ୱାସ କରୁଛି । ଚଳିତ ବର୍ଷ ଆମେ 20 ବିଲିୟନ ଡଲାରର ବିଦେଶୀ ପୁଞ୍ଜିନିବେଶ ଗ୍ରହଣ କରିଛୁ । ଗୁଗୁଲ, ଆମାଜନ ଓ ମୁବାଦଲା ଇନଭେଷ୍ଟମେଣ୍ଟ୍ସ ଭାରତ ପାଇଁ ଦୀର୍ଘମିଆଦୀ ଯୋଜନା ଘୋଷଣା କରିଛନ୍ତି ।

ବନ୍ଧୁଗଣ,

ଭାରତ ଏକ ସ୍ୱଚ୍ଛ ଓ ଆକଳନଯୋଗ୍ୟ ଟିକସ ବ୍ୟବସ୍ଥା ପ୍ରଦାନ କରୁଛି । ଆମର ବ୍ୟବସ୍ଥା ସଚ୍ଚୋଟ ଟିକସଦାତାଙ୍କୁ ପ୍ରୋତ୍ସାହିତ ଓ ସହାୟତା କରିଥାଏ । ଆମର ଜିଏସଟି ଏକ ଏକକ, ସମ୍ପୂର୍ଣ୍ଣ ଆଇଟି ପରିଚାଳିତ ପରୋକ୍ଷ ଟିକସ ବ୍ୟବସ୍ଥା । ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍ ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ପାଇଁ ବିପଦ କମ୍ କରିଛି । ଆମର ବ୍ୟାପକ ଶ୍ରମ ସଂସ୍କାର ନିଯୁକ୍ତିଦାତାଙ୍କ ଅନୁପାଳନ ବୋଝ କମାଇବ । ଏହା ଶ୍ରମିକମାନଙ୍କୁ ସାମାଜିକ ନିରାପତ୍ତା ମଧ୍ୟ ପ୍ରଦାନ କରିବ ।

ବନ୍ଧୁଗଣ,

ଅଭିବୃଦ୍ଧି ତ୍ୱରାନ୍ୱିତ କରିବାରେ ପୁଞ୍ଜିନିବେଶର ପ୍ରାଧାନ୍ୟକୁ ଅତିରଞ୍ଜିତ କରାଯାଇପାରିବ ନାହିଁ । ଭାରତକୁ ବିଶ୍ୱର ସର୍ବନିମ୍ନ ଟିକସ ପେଣ୍ଠସ୍ଥଳୀରେ ପରିଣତ କରି ଏବଂ ନୂଆ ମାନୁଫାକ୍ଚରିଂ ୟୁନିଟ୍କୁ ପୁନଶ୍ଚ ପ୍ରୋତ୍ସାହିତ କରି ଆମେ ଉଭୟ ଚାହିଦା ଓ ଯୋଗାଣ ଶୃଙ୍ଖଳକୁ ନିୟନ୍ତ୍ରିତ କରୁଛୁ । ବାଧ୍ୟତାମୂଳକ ଇ-ପ୍ଲାଟଫର୍ମ ଭିତିକ ଫେସ୍ଲେସ୍ ଆସେସମେଂଟନାଗରିକମାନଙ୍କୁ ଦୀର୍ଘମିଆଦୀ ସୂତ୍ରରେ ସହାୟକ ହେବ । ଟାକ୍ସପେୟର ଚାର୍ଟର୍ ମଧ୍ୟ ଏ ଦିଗରେ ସହାୟତା କରିବ । ବଣ୍ଡ୍ ବଜାରରେ ଲଗାତର ନିୟାମକ ସଂସ୍କାର ନିବେଶକଙ୍କ ପାଇଁ ଇଜ୍ ଅଫ୍ ଆକ୍ସେସକୁ ସୁନିଶ୍ଚିତ କରୁଛି । ଭିତ୍ତିଭୂମି ନିବେଶରେ ସାର୍ବଭୌମ୍ୟ ୱେଲ୍ଥ ଫଣ୍ଡ ଓ ପେନସନ୍ ଫଣ୍ଡକୁ ଟିକସଛାଡ଼ କରାଯାଇଛି । 2019ରେ ଯେତେବେଳେ ଏଫଡିଆଇ ଆଗମନ 1% ଖସିଥିଲା, ଭାରତକୁ ଏଫଡିଆଇ ଆଗମନ 20% ବଢ଼ିଛି । ଏହା ଆମର ଏଫଡିଆଇ ବ୍ୟବସ୍ଥାର ସଫଳତାକୁ ଦର୍ଶାଉଛି । ଉପରୋକ୍ତ ପଦକ୍ଷେପ ଏକ ଉଜ୍ଜ୍ୱଳ ଓ ଅଧିକ ସମୃଦ୍ଧ ଆସନ୍ତାକାଲି ସୁନିଶ୍ଚିତ କରିବ । ଏଗୁଡ଼ିକ ବିଶ୍ୱ ଅର୍ଥନୀତିକୁ ସମୃଦ୍ଧ କରିବାରେ ଅବଦାନ ରଖିବେ ।

ବନ୍ଧୁଗଣ,

ଏକ ଆତ୍ମନିର୍ଭର ଭାରତ ତିଆରି କରିବାକୁ 130 କୋଟି ଭାରତୀୟ ଏକ ମିଶନରେ ଏକତ୍ରିତ ହୋଇଛନ୍ତି । ଆତ୍ମନିର୍ଭର ଭାରତବିଶ୍ୱ ସହ ଲୋକାଲକୁ ସମ୍ମିଶ୍ରଣ କରିବ । ଏହା ଭାରତର ସବଳତାକୁ ଏକ ଗ୍ଲୋବାଲ ଫୋର୍ସ ମଲ୍ଟିପ୍ଲାଏର ଭାବେ ସୁନିଶ୍ଚିତ କରିବ । ଅନେକ ଥର ଭାରତ ବିଶ୍ୱ ମଙ୍ଗଳ ନେଇ ଆମର ଲକ୍ଷ୍ୟକୁ ପ୍ରଦର୍ଶିତ କରିଛି । ଆମର ବୃହତ ଘରୋଇ ଚାହିଦା ସତ୍ୱେ, ଆମର ବିଶ୍ୱ ଦାୟିତ୍ୱବୋଧରୁ ଆମେ ଦୂରେଇ ଯାଇନୁ । ବିଶ୍ୱର ପ୍ରମୁଖ ଜେନେରିକ୍ ଔଷଧ ଉତ୍ପାଦକ ଭାବେ ଆମେ ବିଶ୍ୱକୁ ଲଗାରତ ଯୋଗାଣ ସୁନିଶ୍ଚିତ କରିଛୁ । କୋଭିଡ୍-19 ପାଇଁ ଟିକା ଗବେଷଣାରେ ଆମେ ଆଗରେ ରହିଛୁ । ଏକ ଆତ୍ମନିର୍ଭର ଓ ଶାନ୍ତିପୂର୍ଣ୍ଣ ଭାରତ ଏକ ଉତ୍ତମ ବିଶ୍ୱକୁ ସୁନିଶ୍ଚିତ କରିବ ।

ଆତ୍ମନିର୍ଭର ଭାରତଭାରତକୁ ଏକ ନିଷ୍କ୍ରିୟ ବଜାରରୁ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଏକ ସକ୍ରିୟ ମାନୁଫାକ୍ଚରିଂ ହବରେ ପରିଣତ କରିବ ।

ବନ୍ଧୁଗଣ,

ଆଗାମୀ ରାସ୍ତାରେ ସୁଯୋଗ ପୂରି ରହିଛି । ଏହି ସୁଯୋଗଗୁଡ଼ିକ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଅଛି । ସେଗୁଡ଼ିକ ଅର୍ଥନୈତିକ କ୍ଷେତ୍ର ତଥା ସାମାଜିକ କ୍ଷେତ୍ରରେ ରହିଛି । ନିକଟରେ ଉନ୍ମୁକ୍ତ ହୋଇଥିବା କ୍ଷେତ୍ରଗୁଡ଼ିକ ହେଲା, କୋଇଲା, ମାଇନିଂ, ରେଳପଥ, ପ୍ରତିରକ୍ଷା, ମହାକାଶ ଓ ଆଣବିକ ଶକ୍ତି ।

ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ, ମେଡିକାଲ ଉପକରଣ, ଫାର୍ମା କ୍ଷେତ୍ର ପାଇଁ ଉତ୍ପାଦକ ଲିଙ୍କ୍ଡ ପ୍ରୋତ୍ସାହନ ସ୍କିମ୍ ଶୁଭାରମ୍ଭ ହୋଇଛି- ସେଗୁଡ଼ିକ ବେଶ୍ ଉତ୍ତମ ପ୍ରତିକ୍ରିୟା ମିଳୁଛି । ଅନ୍ୟ ଚାମ୍ପିଅନ୍ କ୍ଷେତ୍ର ପାଇଁ ମଧ୍ୟ ଏଭଳି ସ୍କିମ୍ ଯୋଜନା କରାଯାଇଛି । କୃଷି ବିପଣନରେ ସଂସ୍କାର ଏବଂ 14 ବିଲିଅନ୍ ଡଲାରର କୃଷି ଆର୍ଥିକ ସୁବିଧା ଅନେକ ସୁଯୋଗ ଆଣିଛି ।

ବନ୍ଧୁଗଣ,

ଭାରତରେ ଆହ୍ୱାନ ପାଇଁ ଆପଣମାନଙ୍କ ପାଖରେ ଏଭଳି ଏକ ସରକାର ଅଛି ଯାହାକି ଫଳାଫଳ ପ୍ରଦାନରେ ବିଶ୍ୱାସ ରଖେ । ଏକ ସରକାର ଯାହା ପାଇଁ ଇଜ୍ ଅଫ୍ ଡୁଇଂ ବିଜନେସ୍ ଭଳି ଇଜ୍ ଅଫ୍ ଲିଭିଂ ସମାନ ପ୍ରାଧାନ୍ୟ ରଖେ । ଆପଣମାନେ ଏଭଳି ଏକ ଯୁବ ରାଷ୍ଟ୍ରକୁ ଚାହୁଁଛନ୍ତି, ଯାହାର 65% ଜନସଂଖ୍ୟାର ବୟସ 35 ବର୍ଷରୁ କମ୍ । ଆପଣମାନେ ଏକ ଆକାଂକ୍ଷୀ ରାଷ୍ଟ୍ରକୁ ଚାହୁଁଛନ୍ତି, ଯାହାକି ରାଷ୍ଟ୍ରକୁ ଏକ ନୂଆ ଉଚ୍ଚତାକୁ ନେବାକୁ ନିଷ୍ପତ୍ତି ନେଇଛି । । ଯେତେବେଳେ ଭାରତ ସ୍ୱାଧୀନତାର 75 ବର୍ଷ ପାଳନ କରୁଛି, ଆପଣମାନେ ଏକ ରାଜନୈତିକ ସ୍ଥିରତା ଓ ନୀତିଗତ ପଦକ୍ଷେପ ଜାରି ରଖିଥିବା ରାଷ୍ଟ୍ରକୁ ଚାହୁଁଛନ୍ତି । ଆପଣମାନେ ଏଭଳି ଏକ ରାଷ୍ଟ୍ରକୁ ଚାହୁଁଛନ୍ତି ଯାହା ଗଣତନ୍ତ୍ର ଓ ବିବିଧତା ପ୍ରତି ପ୍ରତିଶ୍ରୁତିବଦ୍ଧ ।

ଆସନ୍ତୁ, ଆମ ସହ ଏହି ଯାତ୍ରାରେ ଏକ ଅଂଶ ହୁଅନ୍ତୁ ।

ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ

**********



(Release ID: 1651284) Visitor Counter : 215