ରସାୟନ ଓ ସାର ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧୀ ପରିଯୋଜନା ମାଧ୍ୟମରେ 8ଟି ପୁଷ୍ଟିବର୍ଦ୍ଧକ ଉତ୍ପାଦର ବିକ୍ରିକୁ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସଦାନନ୍ଦ ଗୌଡା

Posted On: 03 SEP 2020 4:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଜନୌଷଧୀ ପରିଯୋଜନା ମାଧ୍ୟମରେ ଆଜି 8ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଔଷଧର ବିକ୍ରିବଟା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡାଙ୍କ ଦ୍ୱାରା ଆରମ୍ଭ ହୋଇଛି । ଏହି ଅବସରରେ ଶ୍ରୀ ଗୌଡ଼ା କହିଛନ୍ତି ଯେ ଏହିସବୁ ପୁଷ୍ଟିବର୍ଦ୍ଧକ ବା ନିୟୁଟ୍ରାସ୍ୟୁଟିକାଲ କରୋନା ମହାମାରୀ ପରିପ୍ରେକ୍ଷୀରେ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବ୍ୟବହାର କଲେ ଲୋକଙ୍କର ପ୍ରାକୃତିକ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇବ । ଏସବୁ ସାମଗ୍ରୀର ମାନ ଦୃଷ୍ଟିରୁ ଅନ୍ୟାନ୍ୟ ଜିନିଷଠାରୁ ଉନ୍ନତ ଏବଂ ବଜାର ମୂଲ୍ୟଠାରୁ 26 ଶତାଂଶ ଶସ୍ତା । ଦେଶରେ ଜନୌଷଧୀ କେନ୍ଦ୍ରର ଏକ ବିରାଟ ବ୍ୟବସ୍ଥା ରହିଥିବାରୁ ସବୁ ଜନୌଷଧୀ କେନ୍ଦ୍ର ମାଧ୍ୟମରେ ଏହିସବୁ ପ୍ରୋଟିନ ସାମଗ୍ରୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିବ ଏବଂ ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହୋଇପାରିବ । ସରକାର ଏବେ ବିଭିନ୍ନ ପ୍ରକାର ପ୍ରୋଟିନ ସପ୍ଲିମେଣ୍ଟ, ମାଲ୍ଟଭିତ୍ତିକ ନିୟୁଟ୍ରେସନ ଡ୍ରିଙ୍କ, ଇମ୍ୟୁନିଟି ବୁଷ୍ଟର ଆଦି ନିୟୁଟ୍ରାସ୍ୟୁଟିକାଲ ସାମଗ୍ରୀ ଯୋଗାଇ ଦେଉଛନ୍ତି । ଏହା ଲୋକଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନରେ ସହାୟକ ହେବ ବୋଲି ସେ କହିଛନ୍ତି ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶରେ ଏବେ 6500ରୁ ଅଧିକ ଜନୌଷଧୀ କେନ୍ଦ୍ର ରହିଛି ଏବଂ ସେଠାକୁ ପ୍ରତିଦିନ 10 ଲକ୍ଷରୁ ଅଧିକ ରୋଗୀ ଔଷଧ କିଣିଥାନ୍ତି । ଏହିସବୁ କେନ୍ଦ୍ରରେ ଶସ୍ତାରେ ଜେନେରିକ୍‌ ଔଷଧ ଯୋଗାଇ ଦିଆଯାଉଛି । ଏହି ଯୋଜନାଟି ଡାଇବେଟିସ୍‌, ବ୍ଲଡପ୍ରେସର ଓ ସାଇକୋଟ୍ରପିକ୍‌ ଭଳି ପୁରୁଣା ରୋଗ ଭୋଗୁଥିବା ରୋଗୀଙ୍କ ପାଇଁ ବିଶେଷ ସହାୟକ ହେଉଛି । ସେ ଆହୁରି କହିଛନ୍ତି ଯେ ଏହିସବୁ ଜନୌଷଧୀ କେନ୍ଦ୍ରର ଗୁରୁତ୍ୱ କେତେ ଅଧିକ ପ୍ରଧାନମନ୍ତ୍ରୀ ଅଗଷ୍ଟ 15 ତାରିଖରେ ତାଙ୍କ ସ୍ୱାଧୀନତା ଦିବସ ଭାଷଣରେ ସ୍ପଷ୍ଟ କରିଦେଇଛନ୍ତି । ଏସବୁ କେନ୍ଦ୍ରରେ ସାନିଟାରି ନାପ୍‌କିନ ପ୍ୟାଡ୍‌ ପିଛା 1 ଟଙ୍କାରେ ବିକ୍ରି ହେଉଛି । ମହିଳାଙ୍କୁ ଋତୁକାଳୀନ ସ୍ୱାସ୍ଥ୍ୟଗତ ନିରାପତ୍ତା ଯୋଗାଇ ଦେବାକୁ ଏହା ସୁବିଧା ସ୍କିମ୍‌ରେ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହିସବୁ ପ୍ୟାଡ୍‌ରେ ଯେଉଁ ସାମଗ୍ରୀ ବ୍ୟବହାର କରାଯାଉଛି ତାହା ପରିବେଶ ଅନୁକୂଳ ଏବଂ ଶସ୍ତା । ମନ୍ତ୍ରୀ କହିଛନ୍ତି ଯେ 2008ରେ ଜନୌଷଧୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଏବଂ 2016 ମାର୍ଚ୍ଚ ପର୍ଯ୍ୟନ୍ତ ମାତ୍ର 99ଟି କେନ୍ଦ୍ର ସାରା ଦେଶରେ ଖୋଲାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଦ୍ୟମକ୍ରମେ ଏହି ଯୋଜନାର ପୁନର୍ବିନ୍ୟାସ କରାଯାଇଥିଲା । ଏଥିରେ ଔଷଧପତ୍ର ଓ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ ସଂଗ୍ରହ, ବିକ୍ରିବଟା, ପରିବହନ, ଆଇଟି ଓ ନୂଆ କେନ୍ଦ୍ର ଖୋଲିବା ଆଦି ବ୍ୟବସ୍ଥା ହୋଇଥିଲା । 2017ରେ ଜନୌଷଧୀ ଯୋଜନା ଏକ ନୂଆ ରୂପ ନେଇଥିଲା । ବର୍ତ୍ତମାନ ଦେଶର 734ଟି ଜିଲାରୁ 732ଟିରେ  6587ଟି ଜନୌଷଧୀ କେନ୍ଦ୍ର କାର୍ଯ୍ୟ କରୁଛି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଜନୌଷଧୀ କାର୍ଯ୍ୟକ୍ରମର ପୁନର୍ବିନ୍ୟାସ ପରେ ଏସବୁ ବିକ୍ରୟ କେନ୍ଦ୍ରରେ ଜେନେରିକ୍‌ ଔଷଧର ଅନୁପାତ ବଢିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁସାରେ ଏହା କାର୍ଯ୍ୟ କରୁଛି । ଆଜି ବିକ୍ରି ପାଇଁ ଉପଲବ୍ଧ ହୋଇଥିବା ନୂଆ ପୁଷ୍ଟିକର ସାମଗ୍ରୀ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେବ । କରୋନା ମହାମାରୀ ସମୟରେ ଏଭଳି ସାମଗ୍ରୀର ବିଶେଷ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ସେ ଆହୁର କହିଛନ୍ତି ଯେ ଲୋକଙ୍କୁ ଶସ୍ତା ଓ ଉଚ୍ଚମାନର ଜେନେରିକ୍‌ ଔଷଧ ଯୋଗାଇ ଦେବାରେ ଜନୌଷଧୀ କେନ୍ଦ୍ରଗୁଡିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁଛନ୍ତି । ଏସବୁ କେନ୍ଦ୍ରର ପୁନର୍ବିନ୍ୟାସ ପରେ ଜେନେରିକ୍‌ ଔଷଧର ବିକ୍ରିବଟା ଓ ବ୍ୟବହାର ବିଶେଷ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି । ଏହି ଅବସରରେ ଫାର୍ମାସ୍ୟୁଟିକାଲ ସଚିବ ଡ. ପି.ବି ବଘେଲା ଉଦ୍‌ବୋଧନ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଅଧୀନରେ ଉପଲବ୍ଧ ନିୟଟ୍ରାସ୍ୟୁଟିକାଲ ଉତ୍ପାଦଗୁଡିକର ତାଲିକା

Sl. No.

Name of the Product

Pack Size

PMBJP MRP (Rs.)

Avg. MRP of top 3 branded products (Rs.)

Savings

(in %)

1

Jan Aushadhi Poshan malt-based

1’s Screw Cap Plastic Jar 500gm

175

236

26%

2

Jan Aushadhi Poshan malt based with Cocoa

1’s Screw Cap Plastic Jar 500gm

180

243

26%

3

Protein Powder (Chocolate)

1's Tin 250 gm

200

380

47%

4

Protein Powder (Vanilla)

1's Tin 250 gm

200

380

47%

5

Protein Powder (Kesar Pista)

1's Tin 250 gm

200

380

47%

6

Jan Aushadhi Janani

1's Tin 250 gm

225

300

25%

7

Protein Bar

35 gm

40

80

50%

8

Jan Aushadhi Immunity Bar

10 gm

10

20

50%

 

**********



(Release ID: 1651117) Visitor Counter : 262