ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 SEP 2020 10:57AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 3, 2020 ରାତି 9ଟା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ ସମ୍ବୋଧନ ଦେବେ ।

ଆମେରିକା-ଭାରତ ସାମରିକ ଭାଗିଦାରୀ ଫୋରମ (ୟୁଏସଆଇଏସପିଏଫ୍) ଏକ ଅଣ-ଲାଭଜନକ ସଂସ୍ଥା । ଏହା ଭାରତ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ସମ୍ପର୍କ ପାଇଁ କାର୍ଯ୍ୟ କରିଥାଏ ।

ଅଗଷ୍ଟ 31ରୁ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ ଶିଖର ସମ୍ମିଳନୀର ଥିମ୍ ରହିଛି- “ୟୁଏସ-ଇଣ୍ଡିଆ ନ୍ୟାଭିଗେଟିଂ ନ୍ୟୁ ଚ୍ୟାଲେଞ୍ଜେସ୍” ।

ଏହି ଥିମରେ ବିଭିନ୍ନ ପ୍ରସଙ୍ଗ ସାମିଲ କରାଯାଇଛି । ଏଥିରେ ଆନ୍ତର୍ଜାତିକ ନିର୍ମାଣ କେନ୍ଦ୍ର ହେବାରେ ଭାରତର ସମ୍ଭାବନା, ଗ୍ୟାସ୍ ବଜାରରେ ଭାରତର ସୁଯୋଗ, ଭାରତରେ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି କରିବା ପାଇଁ ‘ଇଜ୍ ଅଫ୍ ଡୁଇଂ ବିଜନେସ୍’, ବୈଷୟିକ ଜ୍ଞାନ କ୍ଷେତ୍ରରେ ସମାନ ସୁଯୋଗ ଏବଂ ଆହ୍ୱାନ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଆର୍ଥିକ ପ୍ରସଙ୍ଗ, ସାର୍ବଜନିକ ସ୍ୱାସ୍ଥ୍ୟରେ ଅଭିନବତ୍ୱ ଆଦି ପ୍ରସଙ୍ଗ ସ୍ଥାନ ପାଇଛି ।

ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାଗ ନେଉଛନ୍ତି ।

 

**********


(ରିଲିଜ ଆଡି: 1650776) ପରିଦର୍ଶକ କାଉଣ୍ଟର : 242