ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆସନ୍ତାକାଲି ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

Posted On: 02 SEP 2020 10:57AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 3, 2020 ରାତି 9ଟା ବେଳେ ଭିଡିଓ କନଫରେନ୍ସ ମାଧ୍ୟମରେ ୟୁଏସଆଇଏସପିଏଫର ତୃତୀୟ ବାର୍ଷିକ ନେତୃତ୍ୱ ଶିଖର ସମ୍ମିଳନୀରେ ସମ୍ବୋଧନ ଦେବେ

ଆମେରିକା-ଭାରତ ସାମରିକ ଭାଗିଦାରୀ ଫୋରମ (ୟୁଏସଆଇଏସପିଏଫ୍) ଏକ ଅଣ-ଲାଭଜନକ ସଂସ୍ଥା ଏହା ଭାରତ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ସମ୍ପର୍କ ପାଇଁ କାର୍ଯ୍ୟ କରିଥାଏ

ଅଗଷ୍ଟ 31ରୁ ଆରମ୍ଭ ହୋଇଥିବା ଏହି ପାଞ୍ଚ ଦିନିଆ ଶିଖର ସମ୍ମିଳନୀର ଥିମ୍ ରହିଛି- “ୟୁଏସ-ଇଣ୍ଡିଆ ନ୍ୟାଭିଗେଟିଂ ନ୍ୟୁ ଚ୍ୟାଲେଞ୍ଜେସ୍

ଏହି ଥିମରେ ବିଭିନ୍ନ ପ୍ରସଙ୍ଗ ସାମିଲ କରାଯାଇଛି ଏଥିରେ ଆନ୍ତର୍ଜାତିକ ନିର୍ମାଣ କେନ୍ଦ୍ର ହେବାରେ ଭାରତର ସମ୍ଭାବନା, ଗ୍ୟାସ୍ ବଜାରରେ ଭାରତର ସୁଯୋଗ, ଭାରତରେ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି କରିବା ପାଇଁଇଜ୍ ଅଫ୍ ଡୁଇଂ ବିଜନେସ୍’, ବୈଷୟିକ ଜ୍ଞାନ କ୍ଷେତ୍ରରେ ସମାନ ସୁଯୋଗ ଏବଂ ଆହ୍ୱାନ, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ଆର୍ଥିକ ପ୍ରସଙ୍ଗ, ସାର୍ବଜନିକ ସ୍ୱାସ୍ଥ୍ୟରେ ଅଭିନବତ୍ୱ ଆଦି ପ୍ରସଙ୍ଗ ସ୍ଥାନ ପାଇଛି

ଏହି ଭର୍ଚୁଆଲ୍ ଶିଖର ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ବରିଷ୍ଠ ଅଧିକାରୀମାନେ ମଧ୍ୟ ଭାଗ ନେଉଛନ୍ତି

 

**********



(Release ID: 1650776) Visitor Counter : 190